October 12, 2026

ଜାତୀୟ ପଦକ ବିଜେତା ଙ୍କୁ ସମ୍ବର୍ଦ୍ଧନା

IMG-20261012-WA0015
Share

 

ଚଳିତ ବର୍ଷ ଅକଟୋବର ୦୨ ରୁ ୦୪ ତାରିଖ ପର୍ଯ୍ୟନ୍ତ ମଧ୍ୟପ୍ରଦେଶ ର ଇନ୍ଦର ଠାରେ ହୋଇଥିବା ସର୍ବଭାରତୀୟ ସବ-ଜୁନିଅର ଓ ଜୁନିର ଟାଏକୋଣ୍ଡୋ ପ୍ରତିଯୋଗିତାରେ, ଓଡିଶା ଦଳ କ୍ରୀଡ଼ାବିତ ମାନେ ଦମଦାର ପଦର୍ଶନ ସହ Runners-up Trophy ହାସଲ କରିଥିବା ବେଳେ, ପୁରୀ ର ବୁଦ୍ଧିଷ୍ଟ ଟାଏକୋଣ୍ଡୋ ଏକାଡେମୀ ର କ୍ରୀଡ଼ାବିତ ମାନେ ୬ଟି ସ୍ଵର୍ଣ, ୫ଟି ରୌପ୍ୟ ଓ ୮ଟି କାଂସ୍ୟ ପଦକ ଜିତି ନିଜ ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଅର୍ଜନ କରିଥିଲେ।

ଏହି ପଦକ ବିଜେତା ମାନଙ୍କୁ ଏକ ସନମାନ ଓ ସମ୍ବର୍ଦ୍ଧିତ କରିବା ପାଇଁ ଏକାଡେମୀରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ କରା ଯାଇ ଥିଲା।

ଏହି କାର୍ଯ୍ୟକ୍ରମ ରେ ଓଡିଶା ଟାଏକୋଣ୍ଡୋ ସଂଘ ର ସମ୍ପାଦକ ଶ୍ରୀ ମନମୋହନ ଭଞ୍ଜ, ସଭାପତି ଶ୍ରୀ ବ୍ୟୋମକେଶ ଅଭିଳାଷ ପ୍ରାସାଦ ମୁଖ୍ୟ ଅତିଥି ରୂପେ ଯୋଗ ଦେବା ସହ, ପୁରୀ ଟାଏକୋଣ୍ଡୋ ସଙ୍ଘ ର କୋଷାଦକ୍ଷ ଶ୍ରୀ ମନ୍ମଥ ବାରିକ ସନମାନ ଅତିଥି ରୂପେ ଯୋଗ ଦେଇଥିଲେ। ଏବଂ ସମସ୍ତ ଅତିଥି ତଥା ମୁଖ୍ୟ ପ୍ରଶିକ୍ଷକ ଶ୍ରୀ ବିଶ୍ୱନାଥ ନାୟକ ଙ୍କ ଦ୍ୱାରା ପଦକ ବିଜେତା କ୍ରୀଡ଼ାବିତ ମାନଙ୍କୁ ସମ୍ବୋର୍ଦ୍ଧିତ କରାଯାଇଥିଲା।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed