ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ମାତୃ କର୍ମଶାଳା

ବୁଗୁଡା : ତା ୧୨/୧୦/୨୫ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସ୍ବପରିସରରେ ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଶିଶୁ ମନ୍ଦିର ପରିଚାଳନା ସମିତି ସଭାପତି ପ୍ରମୋଦ ଚନ୍ଦ୍ର ସେନାପତିଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଅବସରପ୍ରାପ୍ତା ପ୍ରଧାନ ଶିକ୍ଷୟିତ୍ରୀ ଗୋମତି ଦାଶ ଯୋଗ ଦେଇ ଉପସ୍ଥିତ ମାତୃ ମଣ୍ଡଳୀକୁ ମାର୍ଗ ଦର୍ଶନ କରିଥିଲା ବେଳେ ଶିଶୁ ବାଟିକା ପ୍ରମୁଖ ଗୁରୁମା ମମତା କୁମାରୀ ସାହୁ ମାତୃ କର୍ମଶାଳାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏ ଅବସରରେ ଅରୁଣ, ଉଦୟ ଓ ପ୍ରଭାତ ଶ୍ରେଣୀର ଶିଶୁଙ୍କ ନିମନ୍ତେ ଉଦ୍ଦିଷ୍ଟ ୧୨ଟି ଶୈକ୍ଷିକ ବ୍ଯବସ୍ଥା ମଧ୍ଯରୁ ବନ୍ଦନା, ଶାରୀରିକ, ଭାଷାଜ୍ଞାନ, ହସ୍ତକର୍ମ, ବିଜ୍ଞାନ, ଅଙ୍କଜ୍ଞାନ ଓ ରଙ୍ଗମଞ୍ଚ ଆଦି ବିଷୟରେ ଆୟୋଜିତ କର୍ମଶାଳା ମାଧ୍ୟମରେ ମାଆମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଏଥି ସହ ବିଭିନ୍ନ ବିଷୟ ଭିତ୍ତିକ କ୍ରିୟାକଳାପର ଶୈକ୍ଷିକ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଗୁରୁମା ସୁଜାତା ମହାପାତ୍ର, ଅର୍ଚ୍ଚନାମୟୀ ପାତ୍ର, ରଶ୍ମିତା କୁମାରୀ , ପାପା ବିଷୋୟୀ ଓ ରାକ୍ଷୀ ସ୍ବାଇଁ ପ୍ରମୁଖ ପରିଚାଳନା କରିଥିଲା ବେଳେ ଅନ୍ୟ ସେବାବ୍ରତୀମାନେ ଏଥିରେ ସକ୍ରିୟ ସହଯୋଗ କରିଥିଲେ। ଗୁରୁମା ହରପ୍ରିୟା ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଧାନାଚାର୍ଯ୍ଯ ଆଟଲ୍ ଲିଙ୍ଗରାଜ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଶେଷରେ ଗୁରୁଜୀ ଲଡୁ କିଶୋର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
