April 29, 2026

ଓଡିଶୀ ସଂଗୀତ ଜଗତର ଦିବଂଗତ ଆତ୍ମାଗୁରୁ ଚନ୍ଦ୍ରମଣି ଲେଙ୍କାଙ୍କ ଦ୍ଵିତୀୟ ଶ୍ରାଦ୍ଧବାର୍ଷିକୀ ମହାଡ଼ମ୍ବରରେ ପାଳନ କରାଯାଇଛି

IMG-20250912-WA0115
Share

ଆଜି ପୁରୀ ସହର ବଡଦାଣ୍ଡ ସ୍ଥିତ ଅନ୍ନପୂର୍ଣ୍ଣା ପ୍ରେକ୍ଷାଳୟ ରେ ଓଡିଶୀ ସଂଗୀତ ଜଗତର ବିଶିଷ୍ଟ ସାଧକ ଦିବଂଗତ ଆତ୍ମା ଗୁରୁ ଚନ୍ଦ୍ରମଣି ଲେଙ୍କାଙ୍କର ଦ୍ଵିତୀୟ ଶ୍ରାଦ୍ଧବାର୍ଷିକୀ ଶିଷ୍ୟ ଶିଷ୍ୟା ମାନଙ୍କୁ ନେଇ ନେଇ ଗଠିତ ଚନ୍ଦ୍ରମଣି ଲେଙ୍କା ସ୍ମୁତି ସଂସଦ, ପୁରୀ ପକ୍ଷରୁ ପୂର୍ବବର୍ଷ ଠାରୁ ଚଳିତ ବର୍ଷ ମହାଡମ୍ବରରେ ପାଳିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥିଭାବେ ସୂଚନା ଓ ଲୋକସମ୍ପର୍କ ରାଜ୍ୟ ଉପନିର୍ଧେଶକ ସନ୍ତୋଷ କୁମାର ସେଠୀ, ସମ୍ମାନିତ ଅତିଥିଭାବେ ଓଡିଶୀ ସଂଗୀତ ଗବେଷକ କବି ତିଳକ ଗୁରୁ ଆର୍ତତ୍ରାଣ ଶତପଥୀ, ବରିଷ୍ଠ ଓଡିଶୀ ନୃତ୍ୟଗୁରୁ ତଥା ମର୍ଦଳ ବାଦକ ରବିନାରାୟଣ ପଣ୍ଡା, ସମାଜସେବୀ ଚକ୍ରଧର ମହାପାତ୍ର ଦିବଂଗତ ଗୁରୁଙ୍କର ସ୍ମୁତି ଚାରଣ କରିବା ସହିତ ଓଡିଶୀ କଣ୍ଠଶିଳ୍ପୀ ତଥା ଦିବଂଗତ ଗୁରୁ ଚନ୍ଦ୍ରମଣି ଲେଙ୍କାଙ୍କର ଶିଷ୍ୟା ସୁଶ୍ରୀ ପଦ୍ମିନୀ ଦାସଙ୍କୁ ଗୁରୁ ଚନ୍ଦ୍ରମଣି ଲେଙ୍କା ସ୍ମୁତି ସମ୍ମାନ ପ୍ରଦାନ କରାଯାଇଥିଲା l ଦିବଂଗତ ଗୁରୁଙ୍କ ସହଧର୍ମିଣୀ ସୁଲୋଚନା ଲେଙ୍କା ବିଶିଷ୍ଟ ଅତିଥିଭାବେ ଯୋଗଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ପୁରୀ ସହରର ବିଭିନ୍ନ ସଂଗୀତ ଅନୁଷ୍ଠାନ ମାନଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ରେ ସଂଗୀତ ପରିବେଷଣ କରାଯାଇଥିଲା l ଅନୁଷ୍ଠାନ ସମ୍ପାଦକ ଗୁରୁ ସତ୍ୟପ୍ରିୟ ମହାପାତ୍ର, ସଭାପତି ସୁରେନ୍ଦ୍ର ଦାଶ ଙ୍କ ତତ୍ୱାବଧାନ ରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିବାବେଳେ ଗୁରୁ ସବିତା ମିଶ୍ର ଏବଂ ସୁଚରିତା ପ୍ରତିହାରୀ ମଞ୍ଚ ପରିଚାଳନା କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed