November 26, 2024

ଉମରକୋଟ ରେ ଗଡ଼ିଲା ସୁଭଦ୍ରା ରଥ………..

Share

 

ଉମରକୋଟ :-(ଏମ.ଦିନା°ଶୁ ଆଚାରୀ) ସୁଭଦ୍ରା ଯୋଜନା ଉପରେ ମହିଳା ଙ୍କ ମଧ୍ୟ ରେ ସଚେତନ ସୃଷ୍ଟି କରିବା ପାଈଁ ଆଜି ଠାରୁ ଉମରକୋଟ ସହର ରେ ଗଡ଼ିଲା ସୁଭଦ୍ରା ରଥ।ଏଥି ପାଇଁ ଉମରକୋଟ ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ଏକ ଉତ୍ସବ ର ଆୟୋଜନ କରା ଯାଇଥିଲା। ମୁଖ୍ୟ ଅତିଥି ଭାବେ ପୌର ପରିଷଦ ର ଅଧକ୍ଷ। ରାଧା ଭତ୍ର। ପତାକା ଦେଖାଇ ରଥ କୁ ଗଡ଼ାଇ ଥିଲେ। ସହର ର ସମସ୍ତ ୧୪ ଟି ୱାର୍ଡ ର ପ୍ରତିଟି ମହିଳା ହିତାଧିକ। ର ନିକଟ କୁ ଯାଇ ସୁଭଦ୍ରା ଯୋଜନା ଉପରେ ସଚେତନତ। ସୃଷ୍ଟି କରିବ । ଏହି ଉଧଘ।ଟନ ଉତ୍ସବ ରେ ପୌରଦକ୍ଷ। ଙ୍କ ଯୋଗାଣ ନିରୀକ୍ଷକ ରାମଚନ୍ଦ୍ର ଖିଲ, ଉମରକୋଟ ସିଡିପିଓ ସଂଯୁକ୍ତା ବେହେରା, ସୁପରଭାଇଜର ଭାରତୀ ମହାନ୍ତି, ୨ ନମ୍ବର ୱାର୍ଡ କାଉନସିଲର ଚିତ୍ତ ପାତ୍ର, ୩ ନମ୍ବର ୱାର୍ଡ ର କାଉନସିଲର ମନୋଜ କୁମାର ନାୟକ, ୮ ନମ୍ବର ୱାର୍ଡ ର କାଉନସିଲର ସରୋଜିନୀ ଶବର , ୧୩ ନମ୍ବର ୱାର୍ଡ ର କାଉନସିଲର ଶିଖା ରାଣୀ ସରକାର୍, ୧୪ ନମ୍ବର ୱାର୍ଡ କାଉନସିଲର ଚିନ୍ମୟୀ ଠାକୁର, ପରିଷଦ କାର୍ଯ୍ୟାଳୟ ର ମୁଖ୍ୟ କିରାଣୀ କେ . ନାଗେଶ୍ଵର ରାଓ ଓ ସୁକଦେବ ବେହେରା ,ଓ ପରିଷଦର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.