September 21, 2024

ମୁଜାଗଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭଞ୍ଜନଗର ସବ୍-ଜୋନାଲ ସ୍ତରୀୟ ଖେଳ ପ୍ରତିଯୋଗିତା 

Share

 

ଭଞ୍ଜନଗର, ୧୨ ସେପ୍ଟେମ୍ବର : ଆଜି ଭଂଜନଗର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ମୁଜାଗଡ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭଞ୍ଜନଗର ସବ୍-ଜୋନାଲ ସ୍ତରୀୟ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀ ମତି ବୈଜୟନ୍ତି ମାଳା ପ୍ରିୟଦର୍ଶିନୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବଡକୋଦଣ୍ଡା ଜବାହର ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ସନ୍ତୋଷ କୁମାର ଜେନା ମୂଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ। ମୂଖ୍ୟ ବକ୍ତା ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଗଜେନ୍ଦ୍ର ସେଠୀ ଓ ସମ୍ମାନୀତ ଅତିଥି ରୂପେ ଭଞ୍ଜନଗର କବି ସମ୍ରାଟ ମହାବିଦ୍ୟାଳୟର ପ୍ରାକ୍ତନ ରିଡର ଶ୍ରୀ ରବୀନ୍ଦ୍ରନାଥ ପାଳ, ଗାଲେରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶ୍ରୀ ଶିକ୍ଷକ ଆଦିତ୍ୟ ପ୍ରସାଦ ତ୍ରିପାଠୀ, ତଳଜିବିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ କେଦାରନାଥ ସେଠୀ, ବାହାଡା ପଦର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ, ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀ ପ୍ରଶାନ୍ତ ପ୍ରଧାନ, ସୋମନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ କାଳୀଚରଣ ପରିଡ଼ା ଯୋଗଦେଇଥିଲେ। ବଡକୋଦଣ୍ଡା କ୍ଲଷ୍ଟର ସିଆରସିସି ଶ୍ରୀ ମୋହନ ସାହୁ, ଲାଲସିଂ କ୍ଲଷ୍ଟର ସିଆରସିସି ଶ୍ରୀ ଦ୍ଵିତୀକୃଷ୍ଣ ଲେଙ୍କା, ଏନ୍ ଏ ସି କ୍ଲଷ୍ଟର ସିଆରସିସି ଶ୍ରୀ ବିଭୁ ପ୍ରସାଦ ମହାପାତ୍ର, ମୁଜାଗଡ କ୍ଲଷ୍ଟର ସିଆରସିସି ଶ୍ରୀ ସୁଶାନ୍ତ କୁମାର ସାହୁ ଓ ଡୁମାକୁମ୍ପା କ୍ଲଷ୍ଟର ସିଆରସିସି ଶ୍ରୀ ମତି ସୁଲଗ୍ନା ସୁଆଁର ଏହି କାର୍ଯ୍ୟ କ୍ରମରେ ଉପସ୍ଥିତ ରହି ସମସ୍ତ ପ୍ରକାରର ସାହାଯ୍ୟ କରି କାର୍ଯ୍ୟକ୍ରମକୁ ଫଳପ୍ରଦ କରିବାରେ ସହଯୋଗ କରିଥିଲେ।

ଶିକ୍ଷାର୍ଥୀ ମାନଙ୍କ ଶାରିରୀକ ସୁସ୍ଥତା, ଶାରିରୀକ ସଞ୍ଚାଳନ, ଶାରିରୀକ ଅଭିବୃଦ୍ଧି ଓ ମାନସିକ ଶାନ୍ତି ଏବଂ ଶୈକ୍ଷିକ ଦକ୍ଷତା ବୃଦ୍ଧି ପାଇଁ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଙ୍କ ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟରେ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହେଉଅଛି। ଏହି କ୍ରମରେ ଗଂଜାମ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ମତି ଅମିତା ପଟ୍ଟନାୟକ ଓ ଭଞ୍ଜନଗର ବ୍ଳକ ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଏସ୍ ଧନଞ୍ଜୟ ଙ୍କ ଚିଠି ନିର୍ଦ୍ଦେଶ ପ୍ରକାରେ ଆଜି ମୁଜାଗଡ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନୁଷ୍ଠିତ ଆଜିର ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ବ୍ଲକର ୮ ଟି କ୍ଲଷ୍ଟରର ୧୫ ଟି ଉଚ୍ଚ ବିଦ୍ୟାଳୟ ଓ ୨୫ ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରାୟ ୨୦୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି ଖେଳ ପ୍ରତିଯୋଗିତା ଦୌଡ଼, ସଟଫୁଟ ଥ୍ରୋ, ଡିସକସ୍ ଥ୍ରୋ, ଜାଭେଲିନ୍ ଥ୍ରୋ, ହାଇଜମ୍ପ୍, ଲଙ୍ଗଜମ୍ପ୍, ଖୋଖୋ, କବାଡି ଓ ଯୋଗାସନ ଏହିପରି ୭ ଟି ବିଭାଗ ରେ ଅନୁଷ୍ଠିତ ହୋଇଥିଲା। ଏହି ଖେଳ ପ୍ରତିଯୋଗିତାରେ ପ୍ରାୟ ୪୦ ରୁ ଉର୍ଦ୍ଧ୍ବ ଖେଳ ଶିକ୍ଷକ, ଶାରୀରିକ ଶିକ୍ଷକ ଓ ଶିକ୍ଷକ-ଶିକ୍ଷୟିତ୍ରୀ ତଥା ମୁଜାଗଡ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ପରିଚାଳନା ଓ ସହାୟତା କରିଥିଲେ। ସୋମନାଥ ସରକାରୀ ଅଭ୍ୟାସ ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ଶ୍ରୀ ପ୍ରବୀଣ କୁମାର ଖାଡଙ୍ଗାଙ୍କ ତତ୍ତ୍ଵାବଧାନରେ ଏହି ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବାହାଡା ପଦର ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶ୍ରୀ ହୃଷିକେଶ ନାୟକ ସମସ୍ତ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ। ମୁଜାଗଡ ଅଞ୍ଚଳର ବହୁ ଜନସାଧାରଣ, ଅଭିଭାବକ, ପରିଚାଳନା କମିଟି ସଦସ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ। ପ୍ରକାଶ ଥାଉକି, ଆଜି ଭଞ୍ଜନଗର ବ୍ଳକ୍ କୁଲାଡ କବି ସମ୍ରାଟ ବିଦ୍ୟାପୀଠ ଠାରେ ମଧ୍ୟ ସିଆରସିସି ଅବିନାଶ ପଣ୍ଡା ଙ୍କ ସହଯୋଗରେ ଭଂଜନଗର ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଏସ୍ ଧନଞ୍ଜୟ ଙ୍କ ଦ୍ଵାରା ସବ୍-ଜୋନାଲ ସ୍ତରୀୟ ଖେଳ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଆସନ୍ତା ଶନିବାର ତା ୧୪/୯/୨୦୨୪ ରିଖ ଦିନ ମୁଜାଗଡ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଭଞ୍ଜନଗର ବ୍ଳକ୍ ସ୍ତରୀୟ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହେବ।

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ