June 26, 2026

ସୁଭଦ୍ରା ଯୋଜନାକୁ ନେଇ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ*..

IMG-20240912-WA0042
Share

 

ପାରଳାଖେମୁଣ୍ଡି, ତା.୧୨.୦୯.୨୦୨୪

 

ମହିଳା ମାନଙ୍କର ଆର୍ଥିକ ସଶକ୍ତିକରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଏକ ଯୁଗାନ୍ତକାରୀ ଯୋଜନା ହେଉଛି ‘ସୁଭଦ୍ରା’ ଯୋଜନା ଏହି ନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ସମ୍ମିଳନୀରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ କହିଥିଲେ ଯେ ଅଜି ସୁଦ୍ଧା ଜିଲ୍ଲାରେ ୬୮୬୪୧ ରୁ ଉର୍ଦ୍ଧ ମହିଳା ପଞ୍ଜିକରଣ କରିସାରିଛନ୍ତି । ଜିଲ୍ଲାର ସମସ୍ତ ହିତାଧିକାରୀ ମହିଳା ମାନେ ଏହି ଯୋଜନାରେ କିପରି ସାମିଲ ହୋଇପାରିବେ ସେ ନେଇ ସମସ୍ତେ କ୍ଷେତ୍ରରେ ସଚେତନତା କାର୍ଯ୍ୟକ୍ରମ ମାନ କରାଯାଉଅଛି। ସେହିପରି ବର୍ତ୍ତମାନ E-KYC ଉଠାଇ ଦିଆଯାଇଛି,OTP,ବାଇମେଟ୍ରିକ୍ ଆବଶ୍ୟକ ପଡ଼ିବ ନାହିଁ, ଏଣୁ ଅଯଥାରେ କୌଣସି ଜନସେବା କେନ୍ଦ୍ର କିମ୍ୱା ମୋ ସେବା କେନ୍ଦ୍ର ଗୁଡିକରେ ଭିଡ କରିବାର ଆବଶ୍ୟକତା ନାହିଁ, ସେହିପରି OTP ପାଇଁ ମୋବାଇଲ୍ ର ଆବଶ୍ୟକତା ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି। ବର୍ତ୍ତମାନ୍ ସୁଦ୍ଧା ଜିଲ୍ଲାରେ ୯ ଗୋଟି ଅଭିଯୋଗ ଆସିଛି, ସେହି ଅଭିଯୋଗ ଆଧାରରେ ସେହିମାନଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯାଇଛି । ସୁଭଦ୍ରା ଯୋଜନାରେ ଆବେଦନ କରିବା ପାଇଁ କୌଣସି ସମୟସୀମା ନାହିଁ ଏଣୁ ଯୋଗ୍ୟ ହିତାଧିକାରୀ ମାନେ ବ୍ୟତିବ୍ୟସ୍ତ ନ ହୋଇ ପଞ୍ଜିକରଣ କରିବାକୁ କହିଥିଲେ। ଏହି ଯୋଜନାରେ ଆଧାର ଓ ମୋବାଇଲ୍ ନମ୍ବର ଲିଙ୍କ କରିବା ପାଇଁ କୌଣସି ସ୍ଥାନକୁ ଯିବାକୁ ଆବଶ୍ୟକ ନାହିଁ ଏଣୁ ସମସ୍ତ ଜନସାଧାରଣ ହିତାଧିକାରୀଙ୍କୁ ସଚେତନତା କରିବାକୁ ଅନୁରୋଧ କହିଥିଲେ।

ଜିଲ୍ଲାରେ ଅଙ୍ଗୱାଡ଼ି କେନ୍ଦ୍ର,ବ୍ଲକ୍ କାର୍ଯ୍ୟାଳୟ, ପୌରପରିଷଦ କାର୍ଯ୍ୟଳୟ ଓ ସିଡିପିଓ କାର୍ଯ୍ୟଳୟ ଠାରେ ଫର୍ମ ମାଗଣାରେ ଉପଲବ୍ଧ ବୋଲି କହିଥିଲେ। ଜିଲ୍ଲାରେ ୨୪ ଆଧାର କେନ୍ଦ୍ର ରହିଅଛି ଏଣୁ କୌଣସି ମହିଳା ବ୍ୟସ୍ତ ବିବ୍ରତ ନ ହୋଇ ପଞ୍ଜିକରଣ କରିବାକୁ କହିଥିଲେ । ଏଣୁ ଏହି ଯୁଗାନ୍ତକାରୀ ଯୋଜନାରେ ଯୋଗ୍ୟ ମହିଳା ହିତାଧିକାରୀମାନେ ସଚେତନ ହେବା ସହିତ କିପରି ଏହି ଯୋଜନାରେ ସାମିଲ ହୋଇ ସେମାନେ ଉପକୃତ ହେବେ ସେ ନେଇ ସାମ୍ବାଦିକ ସମ୍ମିଳନୀ ରେ କହିଥିଲେ। ଏଣୁ ଅଧିକ ସୂଚନା ଜାଣିବା ପାଇଁ ଦେୟ ମୁକ୍ତ ସହାୟତା ନମ୍ବର ୧୪୬୭୮ ଯୋଗାଯୋଗ କରି ଅଧିକ ସହାୟତା ପାଇପାରିବେ।

You may have missed