March 11, 2026

ଭାଗବତ: ମାନବ ଜୀବନକୁ ଶୃଙ୍ଖଳିତ ଓ ଉପଯୁକ୍ତ ମାର୍ଗଦର୍ଶନ କରାଏ।

IMG-20240912-WA0033
Share

         ପୁରି ,ଭାଗବତ ମାନବ ଜୀବନକୁ ଶୃଙ୍ଖଳିତ ଓ ଉପଯୁକ୍ତ ମାର୍ଗଦର୍ଶନ କରାଏ।ତେଣୁ ଆମ ଓଡ଼ିଆ ଅସ୍ମିତାର ପ୍ରତୀକ ଭାବେ ଭାଗବତ ଓ ଅତିବଡ଼ି ଜଗନ୍ନାଥ ଦାସ ଚିର ଅମର ବୋଲି କହିଛନ୍ତି ଓଡିଶା ସାହିତ୍ୟ ଏକାଡେମୀର ସଚିବ ସୁବୋଧ ଆଚାର୍ଯ୍ୟ।ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସାତଲହଡି ମଠ ପରିସରରେ ଅତିବଡ଼ି ଜଗନ୍ନାଥ ଦାସଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଥିଲା।ଏଥିରେ ଓଡିଆ ଅସ୍ମିତା ଓ ଓଡ଼ିଆ ଭାଗବତ ଶୀର୍ଷକ ଆଲୋଚନା ଚକ୍ର ରେ ଯୋଗ ଦେଇ ସଚିବ ଶ୍ରୀ ଆଚାର୍ଯ୍ୟ ଓଡ଼ିଆ ଭାଗବତକାର ଅତିବଡ଼ି ଙ୍କ ର ଓଡ଼ିଆ ସଂସ୍କୃତି ପ୍ରତି ଦାନ ଅତୁଳନୀୟ ଓ ଅନନ୍ୟ ବୋଲି କହିବା ସହ ମାନବ ସମାଜ ଥିବା ଯାଏଁ ଭାଗବତ ର ପ୍ରାସଙ୍ଗିକତା ରହିଥିବ ବୋଲି କହିଥିଲେ।ଶ୍ରୀଜଗନ୍ନାଥ ତତ୍ତ୍ୱ ର ବିଶିଷ୍ଟ ଗବେଷକ, ଭାଷ୍ୟକାର ଡଃ ଭାସ୍କର ଚନ୍ଦ୍ର ମିଶ୍ର, ଡଃ ନରେଶ ଚନ୍ଦ୍ର ଦାସ, ଡା ଅଂଶୁମାନ କର,ସଚ୍ଚିଦାନନ୍ଦ ବେହେରା, ସଂସ୍କୃତି ବିଭାଗ ଉପ ନିର୍ଦ୍ଦେଶିକା ସୁଚିସ୍ମିତା ମନ୍ତ୍ରୀ ପ୍ରମୁଖ

ଭାଗବତ ପ୍ରଣେତା ଅତିବଡ଼ି ଜଗନ୍ନାଥ ଦାସଙ୍କ ରଚିତ ଓଡ଼ିଆ ଭାଗବତ ଦୀର୍ଘ ପାଞ୍ଚଶହ ବର୍ଷ ରୁ ଉର୍ଦ୍ଧ୍ବ ଧରି ଭାରତବର୍ଷ ରେ ଧର୍ମିୟ ଜନଜାଗରଣ ସୃଷ୍ଟି ସହ ଶ୍ରୀଜଗନ୍ନାଥ ଓ ଉତ୍କଳୀୟ ସଂସ୍କୃତିକୁ ବିକଶିତ କରି ଚାଲିଛନ୍ତି।ମଣିଷ ଜୀବନ କୁ ଉପଯୁକ୍ତ ମାର୍ଗଦର୍ଶନ ପାଇଁ ଭାଗବତ ଶ୍ରେଷ୍ଠ ମାଧ୍ୟମ ବୋଲି କହିଥିଲେ। ଓଡ଼ିଆ ଭାଷା ପ୍ରତିଷ୍ଠାନର ପୂର୍ବତନ ସଭାପତି ତଥା ସାହିତ୍ୟିକ ଡଃ କୈଳାସ ଚନ୍ଦ୍ର ଟିକାୟତରାୟ ଏଥିରେ ଅଧ୍ୟକ୍ଷତା କରି ଭାଗବତ ଓଡ଼ିଆ ଜାତିର ଧର୍ମୀୟ ଭାବନା ପାଇଁ ପବିତ୍ର ଗ୍ରନ୍ଥ ସଦୃଶ୍ୟ ଓ ଏହା ଯୁଗ ପରେ ଯୁଗ ମାନବ ଜାତିକୁ ନୀତି ଓ ଆଦର୍ଶ ପଥରେ ଯିବାକୁ ପ୍ରେରଣା ଦେଉଥିବ ବୋଲି କହିଥିଲେ।ଏହି ଅବସରରେ ଭାଗବତ ଭାଷ୍ୟକାର ବଦ୍ରି ମିଶ୍ର ସାତଲହଡି ମଠ ରେ ଭାଗବତ ପାଠ କରିଥିଲେ।ପ୍ରାରମ୍ଭରେ ସଂସ୍କୃତି ବିଭାଗ ଉପ ସଚିବ ସଂଜୟ ଛୁଆଳସିଂ ସମସ୍ତଙ୍କୁ ସ୍ୱାଗତ କରିଥିଲେ। ଶେଷରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଅତିବଡ଼ିଙ୍କ ଜୟନ୍ତୀ ସମାରୋହ ପରିପ୍ରେକ୍ଷୀରେ ଅତିଥି ମାନଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା,,ଜିଲ୍ଲା କଳା ସଂସ୍କୃତି ସଂଘର ଉପ ସଭାପତି ବସନ୍ତ କୁମାର ପ୍ରଧାନ, କଟକ ଜିଲ୍ଲା କଳା ସଂସ୍କୃତି ସଂଘର ଉପ ସଭାପତି ଜ୍ଞାନ କାନୁନଗୋ ଙ୍କ ନେତୃତ୍ବରେ ଭବ୍ୟ ସଂକୀର୍ତ୍ତନ ପଦଯାତ୍ରା ସିଂହଦ୍ବାର ଠାରୁ ବାହାରି ସାତଲହଡି ମଠରେ ପହଞ୍ଚିଥିଲା।ଏହି କାର୍ଯ୍ୟକ୍ରମ ରେ କବି ବିପିନ ଦଳାଇ,କ୍ରିଷ୍ଣା ମହାପାତ୍ର, ଅଜୟ ପଣ୍ଡା ,ଚନ୍ଦ୍ର ଶେଖର ମହାରଣା, ଲୋକନାଥ ମହାନ୍ତି,ପ୍ରଶାନ୍ତ କୁମାର ତ୍ରିପାଠୀ, ପ୍ରଭାକର ସାହୁ,ମଠର ତତ୍ତ୍ୱାବଧାରକ ବାମଦେବ ନନ୍ଦ ଙ୍କ ସମେତ ପୁରୀ ଜିଲ୍ଲାର ଓ ଓଡ଼ିଶାର ବିଭିନ୍ନ ସ୍ଥାନର କୀର୍ତ୍ତନ ଦଳ, ପାଲାକାର, କଳାକାର, ବିଭିନ୍ନ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଯୋଗଦେଇଥିଲେ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ