March 8, 2026

ଉମରକୋଟ ଫକୀରମୋହନ ପଠଶାଳା ରେ ଅତିବଡ଼ି ଜଗନ୍ନାଥ ଦାସ ଜୟନ୍ତୀ ପାଳିତ………

IMG-20240912-WA0013
Share

 

 

ଉମରକୋଟ :- (ଏମ.ଦିନା°ଶୁ ଆଚାରୀ) ସ୍ଥାନୀୟ ଫକୀରମୋହନ ପଠନଶାଳା ତରଫରୁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସ୍ଵାମୀ ବିବେକାନନ୍ଦ ବିଦ୍ୟାଳୟ ପରିସରରେ ଶ୍ରୀରାଧାଷ୍ଟମୀ ଅବସରରେ ଅତିବଡ଼ି ଜଗନ୍ନାଥ ଦାସ ଜୟନ୍ତୀ ସମାରୋହ ପାଳିତ

ହୋଇଯାଇଛି। ଅଖିଳ ଭାରତୀୟ ସାହିତ୍ୟ ପରିଷଦ ସୌଜନ୍ୟରୁ ସାରା ଓଡ଼ିଶାର ବିଭିନ୍ନ ସ୍ଥାନରେ ଓଡ଼ିଆ ଶ୍ରୀମଦ୍ଭାଗବତ ରଚୟିତା ଜଗନ୍ନାଥ ଦାସ ଜୟନ୍ତୀ ପାଳନ କରାଯାଉଛି। ପଠନଶାଳାର ସମ୍ପାଦକ ପ୍ରଫୁଲ୍ଲ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ। ଏହି କାର୍ଯ୍ୟକ୍ରମରେ ଭାଗବତ ପ୍ରବକ୍ତା ଦେବ ନାରାୟଣ ବାରିକ ମହାନ୍ ଭାଗବତ

ଚେତନା ସଂମ୍ପର୍କରେ ଏକ ଭକ୍ତିଗର୍ଭକ ବକ୍ତବ୍ୟ ଦେଇଥିଲେ।

ଅନୁଷ୍ଠାନର ସଦସ୍ୟ ପୂର୍ଣ୍ଣଚନ୍ଦ୍ର ସେଠୀ ଉଦଘାଟନୀ ସଙ୍ଗୀତ

ଗାନ କରିଥିବା ବେଳେ, କବି ବିଦ୍ୟୁତ୍ କୁମାର ପାତ୍ର ସ୍ବାଗତ ଭାଷଣ ଦେଇଥିଲେ।ଅତିବଡ଼ି ଜଗନ୍ନାଥ ଦାସଙ୍କ ଭକ୍ତି ରସମୟ ଜୀବନୀ ଏବଂ ତାଙ୍କ ରଚନାବଳୀ ସଂମ୍ପର୍କରେ ସର୍ବଶ୍ରୀ  ଡାକ୍ତର ସୁରେନ୍ଦ୍ରନାଥ ଦାଶ ,ଡ଼ ପ୍ରଦୀପ କୁମାର ମିଶ୍ର, ଅଭୟ କୁମାର ନାୟକ,ରାଜକିଶୋର ନାୟକ,ପ୍ରକାଶ ଚନ୍ଦ୍ର ବେହେରା,ନଗେନ୍ଦ୍ର କୁମାର ରାଉତ,ଶ୍ରୀନିବାସ ପଟ୍ଟନାୟକ, ବିବେକାନନ୍ଦ ପଟ୍ଟନାୟକ, ମୋତିଲାଲ  ଭୂମିକ,ବୈକୁଣ୍ଠ ନାଥ ପଟ୍ଟନାୟକଆଲୋଚନା କରିଥିବା ବେଳେ,ସ୍ବରଚିତ ଭକ୍ତିପୂର୍ଣ୍ଣ କବିତା ଶାନ୍ତିଲତା ମହାନ୍ତି ପାଠ କରିଥିଲେ।ଅନୁଷ୍ଠାନର ଉପଦେଷ୍ଟା ମଣ୍ତଳୀର ସଭ୍ୟ ସାଗର କୁମାର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।