April 30, 2026

ବେସାହାରା ପିଲାଙ୍କ ପାଖରେ ପହଞ୍ଚିଲା ସାନଭି ସେବା ଟ୍ରଷ୍ଟ*

IMG-20230912-WA0015
Share

*ବେସାହାରା ପିଲାଙ୍କ ପାଖରେ ପହଞ୍ଚିଲା ସାନଭି ସେବା ଟ୍ରଷ୍ଟ*
କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ବ୍ଲକ ଅନ୍ତର୍ଗତ କଣ୍ଟିପାଳ ପଞ୍ଚାୟତର ବରଗଡା ଗ୍ରାମର ସ୍ବର୍ଗତ ମଧୁ ମାଝିଙ୍କ ପରିବାରରେ କହିବାକୁ ଗଲେ ଚାରିଜଣ ସଦସ୍ୟା। ସ୍ବାମୀ, ସ୍ତ୍ରୀ ଓ ଦୁଇ ଝିଅ। ବୋହୁତ ଅଭାବ ପରିସ୍ଥିତି ଭିତରେ ସେ ତାଙ୍କର ପରିବାରକୁ ଚଳାଇ ଆସୁଥିଲେ। ପରେ ମଧୁ ମାଝୀ ଙ୍କର ଅକାଳ ବିୟୋଗ ପରେ ତାଙ୍କର ସ୍ତ୍ରୀ ମାଣିକ ମାଝୀ ତାଙ୍କର ଦୁଇ ଛୋଟ ଛୋଟ ଝିଅଙ୍କୁ ଛାଡି ଅନ୍ୟ ଏକ ପର ପୁରୁଷକୁ ବିବାହ କରି ଘରୁ ସବୁଡ଼ଦିନ ପାଇଁ ଦୁଇ ଝିଅଙ୍କୁ ଛାଡ଼ି ପଳାଇଛନ୍ତି। ଫଳରେ ଦୁଇ ଝିଅ ସୁଭଦ୍ରା ମାଝୀ (ବଡ) ଓ ବିଜୟଲକ୍ଷ୍ମୀ ମାଝୀ (ସାନ) ଏବେ ବୋହୁତ ଦୁଃଖ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି। ବଡ଼ ଝିଅ ସୁଭଦ୍ରା ନିଜର ପାଠପଢ଼ା ଅଷ୍ଟମ ଶ୍ରେଣୀରୁ ବନ୍ଦ କରି ଏବେ ଅନ୍ୟର ମୂଲ ମଜୁରୀ ଲାଗି ସାନଝିଅ ବିଜୟଲକ୍ଷ୍ମୀ କୁ ପାଠ ପଢ଼ାଇବା ସହ ଘରର ଭରଣ ପୋଷଣ କରୁଛନ୍ତି। ଓଳିଏ ଚୁଲି ଜଳିଲେ ଓଳିଏ ଚୁଲି ଜଳୁନାହିଁ । ଏପର୍ଯ୍ୟନ୍ତ ତାଙ୍କ ପରିବାରକୁ କୌଣସି ସରକାରୀ ସହାୟତା ପହଞ୍ଚି ପାରିନାହିଁ। ତୁରନ୍ତ ଏହି ଖବର ପାଇ ହାଟଡିହି ରୁ ସାନଭି ସେବା ଟ୍ରଷ୍ଟ ର ସଦସ୍ୟ ମାନେ ପହଞ୍ଚି ତାଙ୍କୁ ଦୁଇ ମାସର ରାସନ୍ ସାମଗ୍ରୀ ଯୋଗାଇ ଦେଇଛନ୍ତି ଏହା ସହିତ କିପରି ଭାବରେ ସେମାନେ ଆଗକୁ ପାଠ ପଢିପାରିବେ ସେହି ବିଷୟରେ ଆଲୋଚନା କରିଛନ୍ତି। ସାନଭି ସେବା ଟ୍ରଷ୍ଟ ର ଅଧ୍ୟକ୍ଷ ଦିଲ୍ଲୀପ କୁମାର ମଲ୍ଲିକ ପ୍ରଶାସନ ସହିତ ଓଡ଼ିଶାର ଅଗଣିତ ସ୍ବେଚ୍ଛାସେବୀ ଙ୍କୁ ଅନୁରୋଧ କରିଛନ୍ତି ଯେ ଆପଣ ମାନେ କିଛି କିଛି ସାହାଯ୍ୟ ଓ ସହଯୋଗ କଲେ ସୁଭଦ୍ରା ଓ ବିଜୟଲକ୍ଷ୍ମୀ ଦୁଇଓଳି ଦୁଇମୁଠା ଖାଇବା ସହିତ ନିଜର ଅଧରୁ ଛାଡିଥିବା ପାଠକୁ ପଢିପାରିବେ।                                                                                                                                                      କେନ୍ଦୁଝର ଜିଲ୍ଲା ରିପୋର୍ଟର ମନମୋହନ ନାୟକ।

You may have missed