November 22, 2024
Share

*ଖବର ଆଜିର*
*ତାରିଖ ୧୨/୦୯/୨୩, ମଙ୍ଗଳବାର*

*୧-+୩ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା,୧୬ ପର୍ଯ୍ୟନ୍ତ ଚାଲିବ ଆବେଦନ।୧୩ରୁ ପିଜି ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ଆରମ୍ଭ।*

*୨-ଆସୁଛି ୨ ବଡ ଲଘୁଚାପ! ଓଡ଼ିଶାର ୨୦ରୁ ଅଧିକ ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଡଘଡି ଆଲର୍ଟ।*

*୩-ନିଯୁକ୍ତ ହେବେ ୨୦ ହଜାର ଶିକ୍ଷକ, ପ୍ରକାଶ ପାଇଲା ବିଜ୍ଞପ୍ତି:https://osepa.odisha.gov.in*

*୪-ଭୁବନେଶ୍ୱର:ଯୋଜନା ଭିତ୍ତିକ କନିଷ୍ଠ ଶିକ୍ଷକ ପାଇବେ ୧୧,୧୦୦ ଦରମା।*

*୫-ଆନ୍ଦୋଳନରେ ପ୍ରାଥମିକ ଶିକ୍ଷକ; ପ୍ରତ୍ୟାହାର ପାଇଁ ସରକାରଙ୍କ ଅନୁରୋଧ।*

*୬-ଭୁବନେଶ୍ୱର:୯ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ, ସୃଷ୍ଟି ହେବ ୨୮,୫୬୫ କର୍ମନିଯୁକ୍ତି।*

*୭-ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି।*

*୮-ଗଗନଯାନ ପ୍ରକଳ୍ପ ପାଇଁ ଯନ୍ତ୍ରାଂଶ ନିର୍ମାଣ ନିର୍ଦ୍ଦେଶ ପାଇବା ପରେ କାମରେ ଲାଗିଛନ୍ତି ଭୁବନେଶ୍ୱର ସିଟିଟିସିର ୧୨୦ କର୍ମଚାରୀ।*

*୯-ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ୨୦୨୫ ସୁଦ୍ଧା ୫୦୦୦ ଷ୍ଟାର୍ଟଅପ୍ ବିକଶିତ ଲକ୍ଷ୍ୟ।*

*୧୦-ଆଠଗଡ଼ ଥାନା:ଥାନାରୁ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣା, କାର୍ଯ୍ୟରେ ଅବହେଳା ପାଇଁ ଦୁଇ ପୋଲିସ କର୍ମଚାରୀ ନିଲମ୍ବିତ।*

*୧୧-ନେତାଙ୍କୁ ରାଜନୀତିର ଟ୍ରେନିଂ । ବିଜେଡିର ପ୍ରଶିକ୍ଷଣ ବନାମ ବିଜେପିର ୱାର ରୁମ୍ । ନିର୍ବାଚନ ପାଇଁ ତୃଣମୂଳ ସ୍ତରର ନେତା ଓ କର୍ମୀଙ୍କୁ ଦିଆଯାଉଛି ଗୁରୁମନ୍ତ୍ର।*

*୧୨-ପାରାଦୀପରେ ପୁଣି ମାଛ ମଡ଼କ, କପିଳଯୋରରେ ଭାସୁଛି କ୍ୟୁଣ୍ଟାଲ କ୍ୟୁଣ୍ଟାଲ ମାଛ।*

*୧୩-ଓଡ଼ିଶାରେ ଗଡ଼ିଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ। ପୁରୀରୁ ତଳଚେର ମଧ୍ୟରେ ଟ୍ରାଏଲ ରନ୍ କରାଯାଇଛି।*

*୧୪-କେନ୍ଦୁଝର ଦକ୍ଷତା ବିକାଶ କେନ୍ଦ୍ରରେ ପ୍ରଥମ ବ୍ୟାଚ ପ୍ରଶିକ୍ଷାର୍ଥୀଙ୍କୁ ଟ୍ରେନିଂ ଆରମ୍ଭ, ନାମଲେଖାଇଛନ୍ତି ୧୮୦ରୁ ଅଧିକ ଛାତ୍ରଛାତ୍ରୀ।*

*୧୫-ନୀଳଗିରି:ଅବକାରୀ ବିଭାଗର ଚଢ଼ଉ, ୬୦ ଗ୍ରାମ ବ୍ରାଉନସୁଗାର ଜବତ ସହ ଜଣେ ଗିରଫ।*

*୧୬-ସୌମ୍ୟ ବାବୁ ନବୀନ ବାବୁଙ୍କ ବିରୋଧରେ ନୁହଁ ସିଷ୍ଟମ ବିରୋଧରେ କହିଛନ୍ତି: ନିରଞ୍ଜନ ପଟ୍ଟନାୟକ।*

*୧୭-ଢେଙ୍କାନାଳ: ବୟସ ଜାଲିଆତି କରିଥିଲେ ଜୟପୂରାକାଟେଣି ସରପଞ୍ଚ, ଅଯୋଗ୍ୟ ଘୋଷଣା କଲେ କୋର୍ଟ।*

*୧୮-ମାନବକଲ୍ୟାଣ ପାଇଁ ୬ ହଜାର ଫୁଟ ତଳକୁ ଯିବ ଭାରତର ସମୁଦ୍ରଯାନ: ଖୋଜିବ ବହୁମୂଲ୍ୟ ଧାତବ ଖଣିଜ।*

*୧୯-ଜଳୁଛି ଆନ୍ଧ୍ରପ୍ରଦେଶ ! କେଉଁଠି ପୋଡ଼ାଜଳା ତ ଆଉ କେଉଁଠି ଭଙ୍ଗାରୁଜା,ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କ ଗିରଫ ନେଇ ଆନ୍ଧ୍ର ପ୍ରଦେଶରେ ତାତି।*

*୨୦-ଏସିଆ କପ୍: କୋହଲି, ରାହୁଲଙ୍କ ଶତକ ପରେ କୁଲଦୀପଙ୍କୁ ୫ ଓ୍ବିକେଟ, ପାକିସ୍ତାନ ଧରାଶାୟୀ।*

*୨୧-ନ୍ୟୁୟର୍କ : ସର୍ବିୟାର ମହାନ୍ ଟେନିସ ଖେଳାଳି ନୋଭାକ୍‌ ଜୋକୋଭିକ୍‌ ଚଳିତବର୍ଷର ୟୁଏସ୍‌‌ ଟେନିସ ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ।*

. *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*