June 8, 2026

ଉମରକୋଟ ରେ ଅବୈଧ କବ୍ଜା କୁ ମୁକ୍ତ କଲା ପ୍ରଶାସନ……

IMG-20240712-WA0012
Share

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ)ଦୀର୍ଘ ୮,୯ ମାସ ହେବ ଅବୈଧ କବ୍ଜା କରାଯାଇଥିବା ଜାଗାକୁ ମୁକ୍ତ କରିଛି ସ୍ଥାନୀୟ ପ୍ରଶାସନ!ସାହି ବାସିନ୍ଦା ଉକ୍ତ ଜାଗାରେ ବନ୍ଧା ଯାଇଥିବା ବାଡ଼ କୁ ଭାଙ୍ଗି ଦେଇଛନ୍ତି!ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌର ପରିଷଦ ଅଧୀନରେ ଥିବା ୱାର୍ଡ ନଂ ୧୪ ତଥା ଭଗବତୀନଗର ଠାରେ!ଏଠାରେ ଥିବା ପ୍ରାଥମିକ ବିଦ୍ୟାଳୟ ପରିସରରେ ଜଣେ ବ୍ୟକ୍ତି ଅବୈଧ ଭାବରେ ବାଉଁଶ ବାଡ଼ ଦେଇ ପ୍ରାୟ 8,ରୁ ୯ମାସ ହେବ ଜାଗାଟିକୁ ଅକ୍ତିଆର କରି ରଖିଥିବା ସୂଚନା ମିଳିଛି!ଉକ୍ତ ବିଦ୍ୟାଳୟ ରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ଶ୍ରେଣୀ ର ଛାତ୍ର ଛାତ୍ରୀ ମୋଟ ୫୫ଜଣ ପାଠ ପଢ଼ୁଥିବା ବେଳେ ସେମାନଙ୍କ ପାଇଁ କେବଳ ଗୋଟିଏ ଶ୍ରେଣୀ ଗୃହ ରହିଥିଲା, ଯାହାଫଳରେ ଛାତ୍ର ଛାତ୍ରୀ ଙ୍କ ପାଠ ପଢ଼ାରେ ବାଧା ସୃଷ୍ଟି ହେଉଥିଲା!ପ୍ରାୟ ଏକ ବର୍ଷ ପୂର୍ବେ ଉକ୍ତ ବିଦ୍ୟାଳୟ ପରିସରରେ ଗୋଟିଏ ଅତିରିକ୍ତ ଶ୍ରେଣୀଗୃହ ନିମନ୍ତେ ରାଜ୍ୟ ସରକାର 9 ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ କିନ୍ତୁ ସାହି ର ଜଣେ ବ୍ୟକ୍ତି ଉକ୍ତ ଜାଗାରେ କୌଣସି ଗୃହ ନିର୍ମାଣ କରିବାକୁ ଦେଉନଥିଲେ ଏବଂ ସେଠାରେ ସେ ବାଉଁଶବାଡ଼ ଦେବାରୁ କୌଣସି ଗୃହ ନିର୍ମାଣ ହୋଇପାରୁନଥିଲା!ଏବିଷୟରେ ତହସିଲଦାର ଙ୍କୁ ବାରମ୍ବାର ଅଭିଯୋଗ କରିବା ସତ୍ୱେ କୌଣସି ସୁଫଳ ହୋଇପାରିନଥିଲା!ପରିଶେଷରେ ଆଜି ତହସିଲଦାର ମେଗବାନ ବାଗ, ବ୍ଲକ ଶିକ୍ଷା ଅଧିକାରୀ ବିକାଶ ସରକାର, ପୋଲିସ ଫୋର୍ସ ଙ୍କ ଉପସ୍ଥିତି ରେ ସାହିର ବହୁ ମହିଳା, ପୁରୁଷ ଏକତ୍ରିତ ହୋଇ ବିଦ୍ୟାଳୟ ପରିସରରେ ଥିବା ବାଉଁଶ ବାଡ଼ କୁ ଭାଙ୍ଗି ସେଠାରେ ନୂତନ ଶ୍ରେଣୀଗୃହ ନିର୍ମାଣ କରିବା ନିମନ୍ତେ ମାପ ଜୁପ କରିଥିଲେ ଏବଂ ତୁରନ୍ତ କାର୍ଯ୍ୟ ଆରମ୍ଭ କରିଥିଲେ।

You may have missed