October 5, 2024

ନକ୍ସାପାଲି ରୁ ଚୌଧୁରୀ ଛକ ଭାୟା ଧନୁପାଲି ରାସ୍ତା କୁ ଖୁବ ଶୀଘ୍ର ନିର୍ମାଣ,ପ୍ରତିଶୃତି ଦେଲେ ଏନଏଚଏଆଇ ପ୍ରକଳ୍ପ ନିର୍ଦ୍ଦେଶକ 

Share

 

ସମ୍ବଲପୁର: କିଛି ବର୍ଷ ପୂର୍ବେ ଭାରତୀୟ ଜାତୀୟ ରାଜପଥ କର୍ତୃପକ୍ଷ ଅଧୀନରେ ସମ୍ବଲପୁର ରୁ କେଉଁଝର ତଥା ସମ୍ବଲପୁର ରୁ ଅନୁଗୁଳ ଜାତୀୟ ରାଜପଥ ର ଚାରିଥାକିଆ ରାସ୍ତା ର ନିର୍ମାଣ କାର୍ଯ୍ୟ ଆରମ୍ବ ହୋଇଥିଲା l ଯାହାକି ଆଜିଯାଏ ସମାପ୍ତ ହୋଇ ପାରିନାହିଁ l ଦୁଇ ଜାତୀୟ ରାଜପଥ କୁ ସଂଯୋଗ କରିବା ପାଇଁ ନକ୍ସାପାଲି ରୁ କୁମେଲସିଂହା ଯାଏ ଏକ ଫ୍ଲାଏ ଓଭର ର ନିର୍ମାଣ କରାଗଲା l ହେଲେ ପୂର୍ବର ନକ୍ସା ପାଲି ରୁ ଧନୁପାଲି ଛକ ଦେଇ ଚୌଧୁରୀ ଛକ ଯାଏ ଲମ୍ବିଥିବା ପାଞ୍ଚ କିଲୋମିଟରର ରାଜପଥ ର ଉନ୍ନତି କରଣ ଦାୟିତ୍ୱ କୌଣସି ବିଭାଗ କୁ ହସ୍ତାନ୍ତର କରାଗଲା ନାହିଁ l ଯଦ୍ୱାରା ଉପେକ୍ଷିତ ରାସ୍ତାର ଦୁରବସ୍ଥା ବଢିବା ସଂଗେ ସଂଗେ ସମୟ ସମୟରେ ଅନେକ ଘଟଣା ଦୁର୍ଘଟଣାର ଲୋକେ ଶୀକାର ହେଉଛନ୍ତିlଏହି ରାସ୍ତାରେ ଅନେକ ଜୀବନ ଯିବା ନେଇ ସଦର ଓ ଧନୁପାଲି ଥାନାରୁ ସମସ୍ତ ବିବରଣୀ ମିଳିବ। ହେଲେ ଏହି ପାଞ୍ଚ କିଲୋମିଟର ରାସ୍ତା ପ୍ରତି କେହି ଦୃଷ୍ଟି ଦେଲେନାହିଁ l

ନିର୍ବାଚନ ସମୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଗ୍ରହ କ୍ରମେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ଆର୍ଥିକ ଅନୁଦାନ ମଞ୍ଜୁର ଘୋଷଣା କରିଥିଲେ l ହେଲେ ଆଜିଯାଏ ଆଶାନୁରୂପ ଅଗ୍ରଗତି ହୋଇନାହିଁ l ଆଗକୁ ବର୍ଷା ଦିନ ଯୋଗୁଁ ଜନସାଧାରଣ ଅନେକ ଅସୁବିଧାର ସମ୍ମୁଖିନ ହେବା ବିଷୟକୁ ମଧ୍ୟ ସହଜରେ ଏଡାଇ ଦିଆଯାଇପାରିବନି।

ସେହି ଦୃଷ୍ଟିରୁ ଆଜି ବିଜେପି ର ବରିଷ୍ଠ ନେତା ସୂର୍ଯ୍ୟ ପାଣିଗ୍ରାହୀ ଓ ସୌମିକ ବାବୁ ଏନଏଚଏଆଇର ପ୍ରକଳ୍ପ ନିର୍ଦ୍ଦେଶକ ଧର୍ମେନ୍ଦ୍ର ସିଂ ଚୌଧୁରୀ ଙ୍କୁ ସାକ୍ଷାତ କରି ଏହି ରାସ୍ତାର ସମସ୍ୟା ନେଇ ଆଲୋଚନା କରିଥିଲେ l ସମସ୍ୟା ସଂପର୍କରେ ଅବଗତ ହେବାପରେ ଏନଏଚଏଆଇ ର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଚୋଧୁରୀ ରାସ୍ତାର ଦୁରାବସ୍ଥା ସଂପର୍କରେ ଅବଗତ ଥିବା କହି ଯଥା ଶୀଘ୍ର ଏହାର ନିର୍ମାଣ କାର୍ଯ୍ୟ କରିବାକୁ ପ୍ରତିଶୃତି ଦେଇଥିବା ପ୍ରତିନିଧି ଦଳ ସୂଚନା ଦେଇଛନ୍ତି ।