July 24, 2026

ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଛନ୍ତି ଜଣେ ବିବାହିତ ମହିଳା।

IMG-20230712-WA0042
Share

ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଛନ୍ତି ଜଣେ ବିବାହିତ ମହିଳା।

ରାୟଗଡା -(ସୁରେନ୍ଦ୍ର ମହାନ୍ତି )ରାୟଗଡା ଜିଲ୍ଲା ସଂସ୍କୃତି ଅଧିକାରୀ ସସ୍ମିତା ବାଉରୀଙ୍କ ବିରୋଧରେ ଏକ ସଂଗୀନ ଅଭିଯୋଗ ଆଣିଛନ୍ତି ଜଣେ ବିବାହିତ ମହିଳା ।ମହିଳା ଜଣକ ହେଉଛନ୍ତି ରାୟଗଡା ସ୍ଥିତ ସାଇପ୍ରିୟା ନଗର ଅଞ୍ଚଳର ବିଷ୍ଣୁପୀୟା ନାୟକ । ତାଙ୍କ ଅଭିଯୋଗ ହେଲା ଉକ୍ତ ମହିଳା ଅଧିକାରୀ ଜଣକ ତାଙ୍କ ସ୍ୱାମୀଙ୍କୁ ନିଜ ଆୟତକୁ ନେଇ ଫସେଇ ରଖିଛନ୍ତି। ତେବେ ସ୍ୱାମୀଙ୍କୁ କହିବାରୁ ସ୍ୱାମୀ ପ୍ରଶାନ୍ତ ଦୁହିଁଙ୍କୁ ମୁ ଭଲ ପାଉଛି । ଦୁଇଜଣଙ୍କୁ ରଖିବି ବୋଲି କହୁଥିବା ପ୍ରକାଶ କରିଛନ୍ତି
ବିଷ୍ଣୁପ୍ରିୟା। କେବେଳ ସେତିକି ନୁହେଁ ଜନ୍ମ ଦିନରେ କେକ କାଟିବାକୁ ବିଷ୍ଣୁପ୍ରିୟାଙ୍କ ଘରକୁ ଯାଇ ସ୍ୱାମୀ ,ଶାଶୁ ଏବଂ ମହିଳା ଅଧିକାରୀ ମାଡ଼ ମାରିଥିବା ମଧ୍ୟ କହିଛନ୍ତି।ଆଜି ସେ ମନ୍ଦିରରୁ ଘରକୁ ଫେରିବା ବେଳେ ତାଙ୍କୁ ଭିତର ପଟରୁ କବାଟ ଦେଇ ଘରକୁ ପ୍ରବେଶ କରାଇ ନଥିବାରୁ ଶାରୀରିକ ମାନସିକ ନିର୍ଯାତନା ସହି ନ ପାରି ଆଜି one stop center(ସଖି) ସେଣ୍ଟର କୁ ଯାଇ ଅଭିଯୋଗ କରିବା ପରେ ସଖି ସେଣ୍ଟରର ସଦସ୍ୟଙ୍କ ସହ ରାୟଗଡ ଥାନାକୁ ଯାଇ ସ୍ବାମୀ ଶିକ୍ଷକ ପ୍ରଶାନ୍ତ କୁମାର ନାୟକ ଓ ଜିଲ୍ଲା ସଂସ୍କୃତି ଅଧିକାରି ସସ୍ମିତା ବାଉରୀଙ୍କ ବିରୋଧରେ ଅଭିଯୋଗ ପତ୍ର ଦାଖଲ କରିଛନ୍ତି । ଆଜି ନିଜ ଘରକୁ ଯିବା ବେଳେ ସ୍ୱାମୀ ପ୍ରଶାନ୍ତ ଏବଂ ଶାଶୁ ଘର ତାଲା ଖଲିନଥିଲେ। କିଛ ସମୟ ପରେ ସ୍ବାମୀ ବାହାରକୁ ଚାଲିଗଲେ। ବହୁ ସମୟ ଧରି ଗେଟ ଖୋଲିବାକୁ ଅନୁରୋଧ କରିବା ପରେ ମଧ୍ୟ ଗେଟ ଖୋଲିଲେ ନାହିଁ ଫଳରେ ଘର ସମ୍ମୁଖରେ ବସି ରହିଥିଲେ। ଘଟଣା ସ୍ଥଳରେ ପୋଲିସ ପହଂଚିବା ପରେ ବିଷ୍ଣୁପୀୟା କବାଟକୁ ଧକ୍କା ଦେଇ ଘର ଭିତରକୁ ଯାଇଥିଲେ। ତେବେ ଏନେଇ ସ୍ୱାମୀ ପ୍ରଶାନ୍ତ ଅଭିଯୋଗ ଭିତି ହୀନ ଏବଂ ମୁଁ ଜଣେ ଶିକ୍ଷକ ଏବଂ କଳାକାର । କଲା କାର ଭାବେ ଅନେକଙ୍କ ସମ୍ପର୍କରେ ଆସିଲେ।ସେ ତାକୁ ଅନ୍ୟ ଉଦ୍ଧେଶ୍ୟରେ ଦେଖନ୍ତି ଏଣୁ ଏଭଳି ଅଭିଯୋଗ ଭିତି ହୀନ ବୋଲି କହିଛନ୍ତି। ଅପରେ ପକ୍ଷେ
ବିଷ୍ଣୁପୀୟା ଏନେଇ ଜିଲ୍ଲାପାଳ ସ୍ବଧାଦେଵ ସିଂ ଏବଂ ଆରକ୍ଷୀ ଅଧକ୍ଷଙ୍କ ନିକଟରେ ଅଭିଯୋଗ କରିବାରୁ ବିଷ୍ଣୁପୀୟାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ପ୍ରତିଶୃତି ଦେଇଥିବା ଜଣାପଡିଛି। ଅନ୍ୟ ପକ୍ଷେ
ସଂସ୍କୃତି ଅଧିକାରୀ କାର୍ଯ୍ୟାଳୟରେ ଉପସ୍ଥିତ ନଥିବାରୁ ପ୍ରତିକ୍ରିୟା ମିଳିପାରିନାହିଁ।

You may have missed