March 13, 2026

୬୪ ବର୍ଷ ତଳର ସ୍ମୃତି ସାଉଁଟିଲେ ଗୋବିନ୍ଦ ପୁର ପ୍ରାଥମିକ ବିଦ୍ୟାଳୟର ବିଦ୍ୟାର୍ଥୀ ଗଣ……

IMG-20240612-WA0001
Share

 

 

ଦିନ ଯାଏ ଚିହ୍ନ ରହେ କିନ୍ତୁ କେତେଜଣ ବ୍ୟକ୍ତି ସେଇ ଅଭୁଲା ଦିନକୁ ହୃଦୟ ମଧ୍ୟରେ ସାଇତି ରଖିଥାନ୍ତି ସ୍ମୃତିର ଗୋଲାପ ପରି ! ଯୋଉମାନେ ମନର ଅଭିଳାଷ କୁ ଚରିତାର୍ଥ କରିବାକୁ ଆୟୋଜନ କରିଥାନ୍ତି ମିଳନ ପର୍ବ !ସେମାନଙ୍କ ମଧ୍ୟରେ ଦୀର୍ଘ ୬୪ ବର୍ଷ ବ୍ୟବଧାନ ପରେ, ଗୋବିନ୍ଦପୁର ପ୍ରାଥମିକ ବିଦ୍ୟାଳୟର, ପୁରାତନ ଛାତ୍ର ଛାତ୍ରୀ ମାନେ,ବୟସର ଅପରାହ୍ନରେ ପହଞ୍ଚି ଥିଲେ ବି ବିଗତ ଦିନର ସ୍ମୁତି ସାଉଁଟିବାକୁ ଏକାଠି ହୋଇ ପରଷ୍ପର ମଧ୍ୟରେ ଭବବିନିମୟ କରିଥିବାର ,ଏକ ଅପୂର୍ବ ବନ୍ଧୁମିଳନ ଦେଖିବାକୁ ମିଳୁଥିଲା !ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଗୋବିନ୍ଦପୁର ଗ୍ରାମର ଶୋଭାବ୍ଦୀ ସଭାଗୃହ ମଧ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ,ଝଙ୍କଡ଼ ସାରସ୍ୱତ ପରିଷଦ ର ସଭାପତି ଡଃ ପୀତାମ୍ବର ରାଉତ ସଭାପତିତ୍ବ କରିଥିଲା ବେଳେ, ମୂଖ୍ୟଅତିଥି ଭାବେ ଶିକ୍ଷାଗୁରୁ ଧ୍ରୁବଚରଣ ସାହୁ ଙ୍କୁ ପୁଷ୍ପଗୁଚ୍ଛ, ଅଙ୍ଗବସ୍ତ୍ର ଓ ଉପଢୌକନ ପ୍ରଦାନ କରାଯାଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା। ଦିବଂଗତ ଶିକ୍ଷକ ଓ ସହପାଠୀ ମାନଙ୍କ ଉଦ୍ଦେଶ୍ୟ ରେ ଦୁଇମିନିଟ ନିରବ ପ୍ରାର୍ଥନା କରାଯିବା ପରେ , ପୁର୍ବତନ ସରପଞ୍ଚ ରମେଶ ଚନ୍ଦ୍ର କୁଅଁର ଓ ସନ୍ତୋଷ କୁମାର ନନ୍ଦ, ସମସ୍ତ ସହପାଠୀ ମାନଙ୍କୁ ଉତ୍ତରୀୟ ଓ ଉପଢୌକନ ପ୍ରଦାନ କରିଥିଲେ । ବିଦ୍ୟାର୍ଥୀ ଜୀବନ ର ଅଭୁଲା ସ୍ମୁତି ଚାରଣ କରିଥିଲେ ପ୍ରାକ୍ତନ ବ୍ୟାଙ୍କ ମ୍ୟାନେଜର ପ୍ରଭୁ ଚରଣ ଆଚାର୍ଯ୍ୟ। ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ ସୁରେନ୍ଦ୍ର କୁମାର ବେଉରା, ସୁଧାକର ସ୍ଵାଇଁ , ଭଗବାନ ନାୟକ , ସୁରେନ୍ଦ୍ର ସାହୁ, ଅମୂଲ୍ୟ କୁମାର ଦାସ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ , ଗନ୍ଧର୍ବ ବେହେରା, ଗୋପିନାଥ ସେଠୀ , ବୈଷ୍ଣବ ଚରଣ ଜେନା ଓ ମୂରଲୀଧର ପରିଡ଼ା ପ୍ରମୁଖ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା। ତେବେ ଦୀର୍ଘ ୬୪ ବର୍ଷ ପରେ ଏହି ଅପୁର୍ବ ବନ୍ଧୁମିଳନ ସମୟରେ ଅଂଶ ଗ୍ରହଣ କରିଥିବା ପ୍ରାକ୍ତନ ବିଦ୍ୟାର୍ଥୀ ମାନେ ଭାବ ବିହ୍ବଳ ହୋଇ ପଡ଼ିଥିଲେ। ପ୍ରତିବର୍ଷ ରଜ ପର୍ବ ପୂର୍ବରୁ ଏହି କାର୍ଯ୍ୟକ୍ରମ ବଜାୟ ରଖିବାକୁ ଆୟୋଜକ ମାନେ ସୂଚନା ପ୍ରଦାନ କରିଥଲେ।

 

(ଜଗତସିଂହପୁର ରୁ ଶରତ କୁମାର ଦାଶ ଙ୍କ ସହିତ ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ, ନିୟୁଜ ଉପାନ୍ତ ଖବର).