March 13, 2026

ଗଜପତି ଜିଲ୍ଳାର କାଶୀନଗର ରାୟଗଡ଼ ଓ ଗାରାବନ୍ଧ ଥାନାରେ ନୂତନ ଆଇଆଇସି..

IMG-20240612-WA0008
Share

 

ପାରଳାଖେମୁଣ୍ଡି:୧୨/୬(ଗରୁଡ଼ ଧ୍ଵଜ ହୌଧୁରୀ)ଗଜପତି ଜିଲ୍ଲାରେ ପୋଲିସ ବିଭାଗରେ ଛୋଟଧରଣର ଅଦଳବଦଳ ହୋଇଥିବା ସୂଚନା ମିଳିଛି। ଗଜପତି ଜିଲ୍ଲା ଏସପି ଏସ. ସ୍ୱାତୀ କୁମାର କାଶୀନଗର, ରାୟଗଡ, ଗାରାବନ୍ଧ ପୋଲିସ ଥାନାରେ ନୂତନ ଭାବେ ୩ ଜଣଙ୍କୁ ଆଇଆଇସିଙ୍କୁ ଦାୟିତ୍ୱ ଦେଇଥିବା ଜଣାଯାଇଛି
ସୂଚନାଯୋଗ୍ୟଯେ, ଗତ ମାସରେ କାଶୀନଗର ଥାନା ଅଧିକାରୀ ଗୋବିନ୍ଦ ଗୌଡଙ୍କ ଅବସର ପରେ ଏହି ଥାନାରେ ଥାନା ଅଧିକାରୀ ପଦ ଖାଲିପଡ଼ିଥିଲା. ଏଠାକୁ ରାୟଗଡ଼ ଥାନା ଅଧିକାରୀ ସୁନୀଲ ବେହେରାଙ୍କୁ ବଦଳି କରାଯାଇଛି। ସେହିପରି ରାୟଗଡ଼ ଥାନାକୁ ଗାରବନ୍ଧ ଥାନା ଅଧିକାରିଣୀ ରିନାରାଣୀ ସାହୁଙ୍କୁ ବଦଳି ହୋଇଛି। ଗାରବନ୍ଧ ଥାନାକୁ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଥ‌ିବା ପ୍ରଶାନ୍ତ ନିଷିକାଙ୍କୁ ଅବସ୍ଥାପିତ କରାଯାଇଥିବାର ଜିଲ୍ଲା ପୋଲିସ କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛି.