April 23, 2026

ପଣାସଂକ୍ରାନ୍ତି ସନ୍ଧ୍ୟାରେ ସାରଳାପୀଠରେ ପ୍ରାର୍ଥନାଚ୍ୟାନେଲ କଳାକାର ମାନଙ୍କ ଦ୍ୱାରା ଭଜନ ସମାରୋହ

IMG-20260412-WA0101
Share

ତିର୍ତ୍ତୋଲ ତା 12/4/2026 ପ୍ରତିବର୍ଷପରି ଚଳିତବର୍ଷ ମଧ୍ୟ ପ୍ରସିଦ୍ଧ ଝଙ୍କଡ଼ ସାରଳା ପୀଠ କନକପୁର ବଜାର ପଡିଆରେ, ମହାବିଷୁବ ପଣାସଂକ୍ରାନ୍ତି, ଝାମୁଯାତ୍ରା ଓ ହନୁମାନ ଜୟନ୍ତୀ ଉପଲକ୍ଷେ, ପ୍ରାର୍ଥନା ଚ୍ୟାନେଲ ର ଖ୍ୟାତନାମା କଳାକାର ମାନଙ୍କ ଦ୍ୱରା ଭଜନ ସମାରୋହ କାର୍ଯ୍ୟକ୍ରମ ରବୀନ୍ଦ୍ର ପାଠାଗାର ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଯାଉଅଛି l ଏହି ଉପଲକ୍ଷେ ବିଜୟ ମଲ୍ଲ, ଦେବୀଦତ୍ତ ମହାନ୍ତି ଓ ସରଣାରବିନ୍ଦ ଙ୍କ ରଚିତ, ମା ସାରଳା ଓ ପବନସୁତ ହନୁମାନ ଙ୍କ କାହାଣୀ ଉପରେ ଆଧାରିତ ନଅଟି ନୂତନ ଭକ୍ତିସଙ୍ଗୀତ ର ଶୁଭଉନ୍ମୋଚନ କରାଯିବ l ଚୌଧୁରୀ ଭାରତୀକୃଷ୍ଣ ଦାଶ, ମନ୍ମଥ ମିଶ୍ର, କାର୍ତ୍ତିକ କୁମାର, ସଞ୍ଜୟ ଦାସ, ଅମିତ ତ୍ରିପାଠୀ, ବସନ୍ତ ମିଶ୍ର ଓ ରଞ୍ଜନ ମିଶ୍ର ଏହାକୁ ସଙ୍ଗୀତ ରେ ସଜାଇଛନ୍ତି l ପ୍ରାର୍ଥନା ଟିଭି ର ” ଭକ୍ତିର ସ୍ୱର ” ପ୍ରତିଭାମାନ କଣ୍ଠଶିଳ୍ପୀ ମାନଙ୍କୁନେଇ ଏହି ଭଜନଆସର ର ଉପସ୍ଥାପନା କରିବେ, ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର l ଚକୁଳିଆପଣ୍ଡା ଭୂମିକାରେ ” ଶୁଣ ସୃଜନେ ” କାର୍ଯ୍ୟକ୍ରମ ର କଳାକାର ସୁଦୀପ୍ତ ଓ ଅନନ୍ତ ଙ୍କ ସମେତ ପ୍ରାର୍ଥନା ର ବହୁବିଶିଷ୍ଟ କଳାକାର ମାନେ ମଧ୍ୟ ଏଥିରେ ଅଂଶଗ୍ରହଣ କରିବେ ବୋଲି ନାରାୟଣ ପ୍ରସାଦ ଜେନା, ସତ୍ୟଭୂଷଣ ଦାସ, ପ୍ରଦୀପ୍ତ କୁମାର ଲେଙ୍କା ଓ ସାରଳାସଂସ୍କୃତି ଗବେଷକ ରମାକାନ୍ତ ରାଉଳ ଙ୍କ ସମେତ ସମସ୍ତ ଆୟୋଜକ କମିଟି ଓ ରବୀନ୍ଦ୍ରପାଠାଗାର ର କର୍ମକର୍ତ୍ତା ମାନେ ସୂଚନା ପ୍ରଦାନ କରିଅଛନ୍ତି lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର

You may have missed