ବିଭିନ୍ନ ସମସ୍ୟା କୁ ନେଇ ବିଜେଡ଼ିର ସାମ୍ବାଦିକ ସମ୍ମିଳନୀ
କୁଜଙ୍ଗ ମହୋତ୍ସବ ଚାଲିଥିବା ବେଳେ ବିଜେପି ର କୁଜଙ୍ଗ ଅସ୍ମିତା କୁ ନେଇ ପ୍ରଶ୍ନ ଉଠାଇବା ସହିତ ଶିଳ୍ପମନ୍ତ୍ରୀ ଙ୍କ ଉପରେ ବର୍ଷିଲେ କୁଜଙ୍ଗ ବିଜେଡି ନେତା l କୁଜଙ୍ଗ ବିଜେଡି କାର୍ଯ୍ୟାଳୟ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ନିର୍ବାଚନ ସମୟରେ ପାରାଦୀପ ବିଧାୟକ ତଥା ଶିଳ୍ପମନ୍ତ୍ରୀ କୁଜଙ୍ଗ ର ବିକାଶ କୁ ନେଇ ଦେଇଥିବା ପ୍ରତିଶୃତି କୁଆଡେ ଗଲା l କୁଜଙ୍ଗ ର ବିକାଶ ର ନାରା ଦେଇ ବିଧାୟକ ହୋଇ ମନ୍ତ୍ରୀ ହେବାପରେ କୁଜଙ୍ଗ ଅଞ୍ଚଳ ର କଣ ବିକାଶ କରିଛନ୍ତି ବୋଲି ପ୍ରଶ୍ନ ପଚାରିବା ସହିତ ଆଜି ଅସରାଏ ବର୍ଷରେ କୁଜଙ୍ଗ ବଜାର ଉବୁଟୁବୁ ହେଉଥିବା ବେଳେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି l ବିଦ୍ୟାଳୟ ରେ ଶିକ୍ଷାଦାନ ଚାଲିଥିବା ବେଳେ କୁଜଙ୍ଗ ର ଅସ୍ମିତା କହି କୁଜଙ୍ଗ ମହୋତ୍ସବ ଆୟୋଜନ ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କ ପାଠପଢା ରେ ବ୍ୟାଘାତ ସୃଷ୍ଟି ହେଉଛି l ଏଠି ସରକାରୀ ହେଉ କିମ୍ବା ବେସରକାରୀ ଜାଗା ରୁ ବେଆଇନ ଭାବରେ ଉଠା ଯାଉଥିବା ମାଟି ଚଳାଉଛନ୍ତି ଶିଳ୍ପମନ୍ତ୍ରୀ ଙ୍କ ପାଖଲୋକ, ଯେଉଁମାନେ କୁଜଙ୍ଗ ମହୋତ୍ସବ ରେ ମୁଖ୍ୟ ଭୂମିକା ରେ ରହିଛନ୍ତି, ଯାହା ଆଗାମୀ ଦିନରେ ସାର୍ବଜନୀନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀ ରେ ଅଭିଯୋଗ ଆଣିଛନ୍ତି ବିଜେଡି ନେତା l ଶିଳ୍ପମନ୍ତ୍ରୀ କେବଳ କଥା କହିଜାଣନ୍ତି, କୁଜଙ୍ଗ ଅଞ୍ଚଳ ର ଯାହା ବିକାଶ ହୋଇଥିଲା ତାହା ବିଜେଡି ସମୟରେ ହୋଇଥିଲା, ବିଜେପି ସରକାର ଆସିବା ପରେ ପାରାଦୀପ ବିଧାୟକ ଶିଳ୍ପମନ୍ତ୍ରୀ ହେବାପରେ ସ୍ଥାନୀୟ ଶିଳ୍ପସଂସ୍ଥା ରେ କେତେଜଣ ସ୍ଥାନୀୟ ପିଲାଙ୍କୁ ନିଯୁକ୍ତି ଦେଇଛନ୍ତି ବୋଲି ମନ୍ତ୍ରୀ ଙ୍କୁ ପ୍ରଶ୍ନ କରିବା ସହିତ ଏଠି ଶିଳ୍ପ ହେଉଛି, ଏଠିକାର ବିଧାୟକ ଶିଳ୍ପମନ୍ତ୍ରୀ ହୋଇଛନ୍ତି, ହେଲେ ସ୍ଥାନୀୟ ପିଲା ଦାଦନ ଖଟିବାକୁ ଯାଉଥିବା ବେଳେ ବିହାରୀ ବଙ୍ଗାଳି ଙ୍କୁ ସ୍ଥାନୀୟ ଶିଳ୍ପସଂସ୍ଥା ରେ ନିଯୁକ୍ତି ଦିଆଯାଉଛି ବୋଲି କହିଛନ୍ତି ବିଜେଡି ନେତା l ସାମ୍ବାଦିକ ଦୁଷ୍ମନ୍ତ ମାଝି ଙ୍କୁ ଦିବା ଲୋକରେ ମାଡ଼ ମାରିଥିବା କୌଣସି ଅଭିଯୁକ୍ତ ଏପର୍ଯ୍ଯନ୍ତ ଗିରଫ ହେଲେ ନାହି।ଏ ନେଇ କୁଜଙ୍ଗ ବିଜେଡି ତରଫରୁ ସ୍ଥାନୀୟ ପ୍ରଶାସନ କୁ ଆଠ ଦଫା ସମ୍ବଳିତ ଦାବି ଜଣାଇବା ସହିତ ଯଦି ଆମର ଦାବି ପୂରଣ କରିବାରେ ବିଳମ୍ବ ହୁଏ ତେବେ ଆଗାମୀ ଦିନରେ କୁଜଙ୍ଗ ବିଜେଡି ରାଜରାସ୍ତା କୁ ଓହ୍ଲାଇ ଆନ୍ଦୋଳନ ଭଳି ପନ୍ଥା ଗ୍ରହଣ କରିବ ବୋଲି ସାମ୍ବାଦିକ ସମ୍ମିଳନୀ ରେ ଚେତାବନୀ ଦିଆଯାଇଛି l(ପାରାଦ୍ୱୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଖବର )
