ପିପୁଲ୍ସ କଲେଜରେ ଆଲୋଚନା ଚକ୍ର ଅନୁଷ୍ଠିତ

ବୁଗୁଡ଼ା : ତା ୧୨/୦୪/୨୫ : ସ୍ଥାନୀୟ ପିପୁଲ୍ସ କଲେଜ ପକ୍ଷରୁ ଓଡିଆ ପକ୍ଷ ପାଳନ ଅବସରରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ହରିକୃଷ୍ଣ ନାୟକଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତହସିଲଦାର ତାପସ କୁମାର ରାଉତ, ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଡ.ପ୍ରଦୀପ କୁମାର ଦାଶ ଓ ସମ୍ମାନିତ ଅତିଥି ଭାବେ ଆତ୍ମ ପ୍ରକାଶ ନାୟକ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ ଓଡିଶାର ବରପୁତ୍ର ମାନଙ୍କ ଉଲ୍ଲେଖନୀୟ ଅବଦାନ ସମ୍ପର୍କେ ଆଲୋକପାତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଓଡ଼ିଆ ବିଭାଗ ଅଧ୍ଯାପକ ଡ.ସଞ୍ଜୟ କୁମାର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଶେଷରେ ଅଧ୍ୟାପକ ଦୁଷ୍ମନ୍ତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।