April 27, 2026

ପାରଳାଖେମୁଣ୍ଡି ସ୍ଥିତ ଚିକିତ୍ସାଳୟ ପରିସର ରେ ଜିଲ୍ଲାସ୍ତରୀୟ ଜାତୀୟ ନିରାପଦ ମାତୃତ୍ଵ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ

4720f0aa-837c-45ec-aa23-bd398a82f56c
Share

ପାରଳାଖେମୁଣ୍ଡି୧୨/୪(ଗରୁଡ଼ଧ୍ଵଜଚୌଧୁରୀ)ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅନ୍ତର୍ଗତ ପ୍ରସୂତି କାଳୀନ ଏବଂ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ମଙ୍ଗଳବାର ଜିଲ୍ଲାସ୍ତରୀୟ ଜାତୀୟ ନିରାପଦ ମାତୃତ୍ଵ ଦିବସ କାର‌୍ୟ୍ୟକ୍ରମ ଜିଲ୍ଲା ସ୍ବାସ୍ଥ୍ୟ ସମିତିର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପାଳିତ ହୋଇ ଯାଇଛି ।ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଏଡିପିଏଚସିଓ: ଶ୍ରୀ ନେତ୍ରାନନ୍ଦ ଶତପଥୀ କାର୍ଯ୍ୟକ୍ରମ ପାଳନର ଆଭିମୁଖ୍ୟ ସମ୍ପର୍କରେ କହିବା ସହ ଗର୍ଭବତୀ ଓ ପ୍ରସୂତି ମା ମାନଙ୍କୁ ଚିକିତ୍ସାଳୟ ମାନଙ୍କରେ ଯୋଗାଇ ଦିଆ ଯାଉଥିବା ମାଗଣା ପ୍ରସବ ଜନିତ ସ୍ୱାସ୍ଥ୍ୟସେବା ଓ ସରକାରଙ୍କ ପକ୍ଷରୁ ଦିଆ ଯାଉଥିବା ପ୍ରୋତ୍ସାହନ ରାଶି ଉପରେ ଅବଗତ କରାଇ ଥିଲେ ।କାର୍ଯ୍ୟକ୍ରମରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ଡ଼ାଃ ସନ୍ଧ୍ୟାରାଣୀ ପାଣିଗ୍ରାହୀ ଯୋଗଦେଇ ଗର୍ଭସ୍ଥ ଓ ପ୍ରସୂତି ମହିଳା ମାନଙ୍କୁ ବିପଦ ଶଙ୍କୁଳ ଅବସ୍ଥାରେ କିଭଳି ଚିକିତ୍ସାଳୟକୁ ଆସି ପହଞ୍ଚିବେ ଏବଂ ସେମାନେ କେଉଁ ଅବସ୍ଥାରେ ଏବଂ କେଉଁ ଲକ୍ଷଣ ସବୁ ଦେଖା ଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବେ ସେ ସମ୍ପର୍କରେ ସଚେତନ କରାଇ ଥିଲେ ।ଅନ୍ୟପକ୍ଷରେ , ମାତୃତ୍ୱକୁ ସୁରକ୍ଷିତ କରାଇବା ସହ ମାତୃ ଓ ଶିଶୁ ମୃତ୍ୟୁ ହାରକୁ କମାଇବା ଏହି ଦିବସ ପାଳନର ମୂଳଲକ୍ଷ୍ୟ ବୋଲି କହି ମାତୃତ୍ଵ ସୁରକ୍ଷିତ ରହିବା ସହ ସମାଜକୁ ଏକ ସୁସ୍ଥ , ସୁନ୍ଦର ଓ ସବଳ ଶିଶୁଟିଏ ପ୍ରସବ ହେଲେ ଭବିଷ୍ୟତରେ ଆମର ପରିବାର , ସମାଜ ଓ ଦେଶର ଉନ୍ନତିକରଣ ହେବାରେ ବେଶ ସହାୟକ ହୋଇ ପାରିବ ବୋଲି କହିଥିଲେ ଗାଈନିକ ବିଶେଷଜ୍ଞ ଡ଼ାଃ ରେଗା ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଯୋଗଦେଇ ଗର୍ଭାବସ୍ଥାରେ ଦେଖା ଦେଉଥିବା ବିପଦ ଲକ୍ଷଣ ଯଥା:- ପାଦ ଓ ମୁହଁ ଫୁଲିବା , ରକ୍ତହୀନତା , ଛାତି ଧକ୍ ଧକ ହେବା , ଉଚ୍ଚ ରକ୍ତଚାପ ଓ ମୁଣ୍ଡ ବୁଲାଇବା , ଜ୍ଵର ହେବା ଓ ଗର୍ଭାବସ୍ଥା ସମୟରେ ରକ୍ତସ୍ରାବ ହେବା ପ୍ରଭୃତି ଲକ୍ଷଣ ଉପରେ କହି ଏଭଳି କ୍ଷେତ୍ରରେ ତୁରନ୍ତ ଚିକିତ୍ସାଳୟ ଯାଇ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବା ଉପରେ କହି ସଚେତନ କରାଇଥିଲେ ।ଏହି ଅବସରରେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା , ଗର୍ଭସ୍ଥ ଓ ପ୍ରସୂତି ମହିଳା , ଏଏନଏମ: ଓ ଆଶାକର୍ମୀ ଏବଂ ଏଏନ୍ଏମ: ତାଲିମ ଛାତ୍ରୀ ମାନଙ୍କୁ ନେଇ ସୁରକ୍ଷିତ ମାତୃତ୍ୱର ବିଭିନ୍ନ ଦିଗ ଉପରେ ଏକ କୁଇଜ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ଏହାର କୃତି ବିଜେତା ମାନଙ୍କୁ ପୁରସ୍କାର ବଣ୍ଟନ କରା ଯାଇଥିଲା ।