ବିଶ୍ବ ମହିଳା ଦିବସ ଉପଲକ୍ଷେ ବି ଜେ ଡି ର ମହିଳା ସମାବେଶ
ଅସ୍ତରଙ୍ଗ୧୨/୦୩/ ମାର୍ଚ୍ଚ ଆଠ ତାରିଖ ବିଶ୍ୱ ମହିଳା ଦିବସ ହୋଇଥିବା ବେଳେ, ବି, ଜେ, ଡି, ମାର୍ଚ୍ଚ ଆଠ ତାରିଖରୁ ସାତଦିନ ବ୍ୟାପୀ ପାଳନ କରୁଛି ବିଶ୍ବ ମହିଳା ଦିବସ । ସେହି ଅନୁଯାୟୀ ଅସ୍ତରଙ୍ଗ ବ୍ଲକ ବିଜୁ ଜନତାଦଳ ତରଫରୁ ଏହି ବ୍ଲକ ଅଧିନ, କେନ୍ଦ୍ରାପ଼ଟି ଗ୍ରାମପଞ୍ଚାୟତ ର ନମାରୋ ବ୍ୟାତ୍ୟା ଆଶ୍ରୟ ସ୍ଥଳୀ ଠାରେ ରବିବାର ଦିନ ପାଳନ ହୋଇ ଯାଇଛି ବିଶ୍ବ ମହିଳା ଦିବସ ।ଅସ୍ତରଙ୍ଗ ବ୍ଲକ ବିଜେଡି ଦଳ ସଭାପତି ଶ୍ରୀ କେଦାର ଚରଣ ବିଶ୍ଵାଳ ଙ୍କ ସଭାପତିତ୍ବ ରେ ଆୟୋଜିତ ମହିଳା ସମାବେଶରେ ସହ ସହ ମହିଳା ଯୋଗଦାନ କରିଥିବା ବେଳେ,ଅତିଥି ଭାବେ ଥିଲେ, କ୍ରୀଡା ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା,ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ , ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଜ୍ୟୋତ୍ରିମୟ ଦଳାଇ ପ୍ରମୁଖ । ଅତିଥିମାନେ ମହିଳା ସଶସ୍ତ୍ରୀ କରଣ ଉପରେ ବିଶେଷ ଭାବେ ତଥ୍ୟ ଉପସ୍ଥାପନ କରିଥିଲା ବେଳେ,ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କର ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା, ମିଶନ ଶକ୍ତିପାଇଁ ଏକ ସ୍ୱତନ୍ତ୍ର ବିଭାଗ ସୃଷ୍ଟି,ମହିଳା ମାନଙ୍କ ପାଇଁ ରାଜ ନୈତିକ ଅର୍ଥନୈତିକ, ସାମାଜିକ କ୍ଷେତ୍ରରେ ଅର୍ଥନୀତି ଅଭିବୃଦ୍ଧି ହାର ବୃଦ୍ଧି କରିବା , ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବିଭିନ୍ନ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରି ଆତ୍ମନିର୍ଭରଶୀଳ କରି ଗଢି ତୋଳିବା ,ବିନା ସୁଧରେ ବ୍ୟାଙ୍କ ଋଣ ଦେବାରେ ନବୀନ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିଛନ୍ତି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ନବୀନଙ୍କ ଲୋକାଭିମୁଖୀ ଯୋଜନା ସମୂହକୁ କିପରି ମହିଳା ମାନଙ୍କ ଜରିଆରେ, ଘରେ ଘରେ ପହଞ୍ଚି ପାରିବ ସେ ବିଷୟରେ ଶୁ ଚିନ୍ତିତ ମତାମତ ମଧ୍ୟ ମହିଳା ସମାବେଶରେ ଅତିଥି ମାନେ, ଉପସ୍ଥାପନ କରିଥିଲେ । ପୁରରୁ ପଲ୍ଲୀ ପର୍ଯ୍ୟନ୍ତ ସମସ୍ତେ ଏକାଠି ହୋଇ ଆଗାମୀ ୨୪ ସାଧାରଣ ନିର୍ବାଚନ ରେ, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ , ଷଷ୍ଠ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଦେଖିବା ପାଇଁ ଉପସ୍ଥିତ ମହିଳା ମାନେ ଦୃଢ଼ ଶପଥ ନେଇଥିବାର ଦେଖା ଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ମିନତୀ ବସ୍ତିଆ,ଜିଲ୍ଲା ପରିଷଦ ସଭ୍ୟା ବନିତା ବେହେରା,ମନ୍ତ୍ରୀଙ୍କ ପ୍ରତିନିଧି ଭୀମସେନ ସ୍ଵାଇଁ, ସାଂସଦ ପ୍ରତିନିଧି ଚମ୍ପକ ବାରିକ, ପୁରୀ ଜିଲ୍ଲା ଛାତ୍ର ବି ଜେ ଡି, ସଭାପତି ବିଶ୍ବଜିତ ଦାସ,ସମିତି ସଭ୍ୟ ରାମଚନ୍ଦ୍ର ନାୟକ, ଆରତୀ କାଣ୍ଡି, , ମିନତୀ ସ୍ଵାଇଁ, ପ୍ରଶାନ୍ତ ନାୟକ,ମଙ୍ଗୁଳି ଜେନା,କୁଞ୍ଜ ବିହାରୀ ପ୍ରଧାନ ,ଙ୍କ ସମେତ ବହୁ ଦଳିୟ କର୍ମି ଉପସ୍ଥିତ ଥିଲେ ।
ଦୁଃଶାସନ ନାୟକ, ଅସ୍ତରଙ୍ଗ