April 25, 2026

ଅବକାରୀ ଓ ପୋଲିସର ମିଳିତ ଚଢାଉ , ୨୫୦୦ ଲିଟର ପୋଚ ସହ ୬୩ ଲିଟର ଦେଶୀ ମଦ ଜବତ 

IMG-20230312-WA0019
Share

 

ବୁଗୁଡ଼ା : ତା ୧୨/୦୩/୨୩ : ସ୍ଥାନୀୟ ପୋଲିସ ଓ ଅବକାରୀ ପ୍ରଶାସନ ପକ୍ଷରୁ ମିଳିତ ଭାବେ ବୁଗୁଡ଼ା ବାଲିପିଣ୍ଡି ବନ୍ଧ ହରିଜନ ସାହି ନିକଟ ବିଭିନ୍ନ ସ୍ଥାନରେ ଆଜି ଭୋର ସମୟରେ ଚଢାଉ କରାଯାଇ ୨୫୦୦ ଲିଟର ପୋଚ ସହ ୬୩ ଲିଟର ଦେଶୀ ମଦ ଜବତ କରାଯାଇଥିବା ଜଣାଯାଇଛି । କୌଣସି ସୂତ୍ରରୁ ଖବର ପାଇ ଅବକାରୀ ଥାନା ଅଧିକାରୀ ଦେବସ୍ମିତା ନାୟକ ଓ ପୋଲିସ ଏସ୍ଆଇ ସମୀର କୁମାର ସେଠୀ ନେତୃତ୍ତ୍ଵରେ ଉଭୟ ବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଖୋଳତାଡ଼ କରି ଲୁକ୍କାୟିତ ଭାବେ ଥିବା ବ୍ଯାପକ ପରିମାଣର ପୋଚକୁ ଜବତ କରି ନଷ୍ଟ କରିଥିବା ବେଳେ ୬୩ ଲିଟର ଚୋରା ଦେଶୀ ମଦ ସହ ପ୍ରସ୍ତୁତି ଉପକରଣ ଗୁଡିକୁ ଜବତ କରିଥିଲେ । ଏନେଇ ଅବକାରୀ ଥାନାରେ କେସ୍ ନଂ ୯୨/୨୨-୨୩ ରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ କେହି ହେଲେ ଗିରଫ ହୋଇ ନଥିବା ଜଣାଯାଇଛି ।