March 13, 2026

ଦମକଳ ଗାଡି ଧକ୍କାରେ ଯୁବକ ଆହତ

IMG-20230312-WA0005
Share

ଗଞ୍ଜାମ -ପ୍ରଦୀପ କୁମାର ପଣ୍ଡା

 

ରବିବାର ସକାଳ ପ୍ରାୟ ସାଢେ ଆଠଟାରେ ଗଞ୍ଜାମ ସହର ପଣ୍ଡାସାହିର ନିତ୍ୟାନନ୍ଦ ପଣ୍ଡାଙ୍କ ଘରେ ଦୀପରୁ ନିଆଁ ଲାଗିଯାଇଥିଲା l ଖବର ପାଇ ବା ସଙ୍ଗେ ସଙ୍ଗେ ଗ୍ରାସୀମ କମ୍ପାନୀର ଦମକଳ ଗାଡି ନିଆଁ ଲିଭାଇବାକୁ ଯାଉଥିବା ବେଳେ ଢlମଣା ସାହି ଛକ ମେଡିକାଲ ଚାରିମୁହାଁ ଛକ ରେ ବାଇକରେ ଯାଉଥିବା ଜଣେ ଯୁବକଙ୍କୁ ପଛ ଚକା ଲାଗିଯିବା ଫଳରେ ଆହତ ହୋଇଥିବା ଜଣାପଡିଛି l ଆହତ ଯୁବକ ଜଣକ ହେଲେ ଚୌଧୁରୀ ସାହିର ସୁଶାନ୍ତ ମଣ୍ଡଳ l ତାଙ୍କ ଗୋଡରେ ଆଘାତ ଲାଗିଛି l ସେହି ରାସ୍ତା ଦେଉ ଯାଉଥିବା ପ୍ରକାଶ ମହାଙ୍କୁଡ ଏବଂ ଦମକଳ କର୍ମଚାରୀ ମିଶି ଆହତଙ୍କୁ ଗଞ୍ଜାମ ସ୍ୱାସ୍ଥ୍ୟକେନ୍ଦ୍ର ନେଇଥିଲେ l କିନ୍ତୁ ସେଠାରେ ଡାକ୍ତର, ଫାର୍ମାସିଷ୍ଟ କିମ୍ବା 108 ଗାଡି ନ ଥିବାରୁ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା l ପରେ କମ୍ପାନୀର ଏକ ଗାଡିରେ ଅଧିକ ଚିକିତ୍ସା ପାଇଁ ଛତ୍ରପୁର ମେଡିକାଲ ନିଆଯାଇଥିଲା l ଅନ୍ୟପଟେ ନିତ୍ୟାନନ୍ଦଙ୍କ ଘରେ ଭଡାରେ ରହୁଥିବା ଲୋକଙ୍କ କାଗଜ ପତ୍ର ପୋଡ଼ିଯାଇଛି l ପ୍ରକାଶ ଯୋଗ୍ୟ ସେହି ସମୟରେ ଗଞ୍ଜାମ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ ଫାର୍ମାସିଷ୍ଟ ଉପସ୍ଥିତ ନଥିବାରୁ କିଛି ସମୟ ପାଇଁ ଉତ୍ୟଜନା ଦେଖିବାକୁ ମିଳିଥିଲା