May 11, 2026

ବାଲେଶ୍ୱରରେ ସୁରକ୍ଷିତ ଇଣ୍ଟରନେଟ୍ ଦିବସ ପାଳିତ

IMG-20250212-WA0048
Share

 

 

ବାଲେଶ୍ୱର:ଅନଲାଇନ୍ ସୁରକ୍ଷା, ଗୋପନୀୟତା ଏବଂ ସାଇବର ବିପଦ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଦାୟିତ୍ୱପୂର୍ଣ୍ଣ ଡିଜିଟାଲ୍ ଆଚରଣକୁ ଉତ୍ସାହିତ କରିବା ପାଇଁ ସାରା ଭାରତରେ ୧୧ ଫେବୃଆରୀ ୨୦୨୫ ରେ ସୁରକ୍ଷିତ ଇଣ୍ଟରନେଟ୍ ଦିବସ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ, ଅତିରିକ୍ତ ଜିଲ୍ଲାପାଳ ହେମନ୍ତ କୁମାର ସିଂହା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼. ଗୋପୀନାଥ ପରିଡ଼ା ଓ ଡିଆଇଓ ଏନଆଇସି ରାଜେନ୍ଦ୍ର ପ୍ରସାଦ ହେମ୍ବ୍ରମ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ବିଭିନ୍ନ ବିଭାଗୀୟ ଅଧିକାରୀ ତଥା କର୍ମଚାରୀ ଉପସ୍ଥିତ ଥିଲେ I ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଯୁଗରେ ମାତ୍ରାଧିକ ଯନ୍ତ୍ରପାତି ବ୍ୟବହାର ନକରି ଆବଶ୍ୟକତା ଅନୁଯାୟୀ ଯତ୍ନର ସହ ଇଣ୍ଟରନେଟ, ମୋବାଇଲ, କମ୍ପୁଟର ଆଦିକୁ ବ୍ୟବହାର କରିଵା ପାଇଁ ମଞ୍ଚାସୀନ ଅତିଥିମାନେ ପରାମର୍ଶ ଦେଇଥିଲେ । ଏଥି ସହିତ ମୋବାଇଲ, ସୋସିଆଲ ମିଡିଆ, ଅନଲାଇନ ସପିଂ, ଡିଜିଟାଲ ଠକାମୀ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା । ସାଇବର ସେଲ୍ ଏସଆଇ ମାନସ ରଞ୍ଜନ ବିଶ୍ୱାଳ ଉକ୍ତ କାର୍ଯ୍ୟକ୍ରମରେ ସୁରକ୍ଷିତ ଇଣ୍ଟେରଟେନର ବ୍ୟବହାର, ବିଭିନ୍ନ ଅନଲାଇନ ଠକାମୀ, ସାଇବର ଠକାମୀର ହେଲ୍ପ ଲାଇନ ଆଦି ବିଷୟରର ପିପିଟି ମାଧ୍ୟମରେ ପ୍ରଦର୍ଶିତ କରି ସରକାରୀ ଡାଟାବେସର ସୁରକ୍ଷିତ ପରିଚାଳନା, ନାଗରିକ ସୂଚନାର ସୁରକ୍ଷା, ଇମେଲ ସୁରକ୍ଷା ପ୍ରୋଟୋକଲ ଏବଂ ଅନଧିକୃତ ଡାଟା ପ୍ରବେଶକୁ ରୋକିବା ଉପରେ ଗୁରୁତ୍ୱାରୋପ କରିଥିଲେ I ପ୍ରଶାସନିକ ତଥା ଦୈନନ୍ଦିନ ଯୋଜାଯୋଗରେ ଗୋପନୀୟତା ରକ୍ଷା ଉପରେ ଗୁରୁତ୍ୱାରୋପ କରି ସୁରକ୍ଷା ବ୍ୟବସ୍ଥା ଉପରେ ଏକ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଅଧିକାରୀମାନଙ୍କୁ ସମ୍ଭାବ୍ୟ ସୁରକ୍ଷା ଉଲ୍ଲଙ୍ଘନ ଚିହ୍ନଟ କରିବା ଏବଂ ରିପୋର୍ଟିଂ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରକ୍ରିୟା ଅନୁସରଣ କରିବା ପାଇଁ ପ୍ରଶିକ୍ଷଣ ଦିଆଯାଇଥିଲା ।