୪୩ତମ ବାର୍ଷିକ ଉତ୍ସବ ଶ୍ରୀ ଅଭିରାମ ପରମହଂସ ଙ୍କ ମଲାଡ଼ ଆଶ୍ରାମରେ ଉଦଯାପିତ !
ଗଞ୍ଜାମ :ପ୍ରଦୀପ କୁମାର ପଣ୍ଡା
ଜଗଦଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ପ୍ରବର୍ତ୍ତିତ ଗଞ୍ଜାମଜିଲ୍ଲାର ଗଞ୍ଜାମ ବ୍ଳକ୍ ଅନ୍ତର୍ଗତ ମଲ୍ଲାଡ଼ ଗ୍ରାମ ଆଶ୍ରମର ୪୩ତମ ବାର୍ଷିକ ଉତ୍ସବ ବିବିଧ ସମାରୋହରେ ଉଦଯାପିତ ହୋଇଯାଇଛି । ତିନିଦିନ ଧରି ପାଳିତ ହେଇଥିବା ଠାକୁରଙ୍କ ଏହି ଆଶ୍ରମର ବାର୍ଷିକ ଉତ୍ସବ ଅବସରରେ ପ୍ରଥମ ଦିବସ ସନ୍ଧ୍ୟାରେ ନାନାବାଦ୍ୟଧ୍ଵନି ମାଧ୍ୟମରେ ମହିଳାମାନଙ୍କଦ୍ୱାରା ବର୍ଣ୍ଣାଢ଼୍ୟ ସାମାରୋହରେ ଜଳଯାତ୍ରା ସମାହିତ ହୋଇଥିଲା । ପବିତ୍ର ଋଷିକୂଲ୍ୟାନଦୀରୁ ୧ ହଜାର ଆଠ କଳସରେ ଜଳ ଅଣାଯାଇ ଠାକୁରଙ୍କୁ ଜଳାଭିଷେକ କରାଯାଇଥିଲା । ପୁରୀଜିଲ୍ଲାର କରମଳା ହେଉଛି, ଠାକୁରଙ୍କ ମୁଖ୍ୟଆଶ୍ରମ ର ଆଚାର୍ଯ୍ୟ ଶ୍ରୀ ଶ୍ରୀ ବଳରାମ ଦାସ ମହାରାଜଙ୍କ ନିର୍ଦ୍ଦେଶକ୍ରମେ ଶାଖା ଆଶ୍ରମର ବାବାଜୀ ଶ୍ରୀ ରସାନନ୍ଦ ଦାସଙ୍କ ପରିଚାଳନାରେ ସମାହିତ ହୋଇଥିଲା । ବିଶ୍ୱଶାନ୍ତି ତଥା ବିଶ୍ୱର କଲ୍ୟାଣର୍ଥେ ଅନୁଷ୍ଠିତ ଘୃତଯଜ୍ଞ,ନାମଯଜ୍ଞ, ଅନ୍ନଯଜ୍ଞ ଏବଂ ହରିକଥାମୃତ ତଥା ସତ୍ୟ ସନାତନ ଧର୍ମ ସମ୍ମିଳନୀ ସମ୍ପନ୍ନ ହୋଇଯାଇଛି । ପ୍ରଥମଦିବସ ସନ୍ଧ୍ୟାରେ ଭୁବନେଶ୍ୱରର ଘଟିକା ଅନନ୍ତ କିଶୋର ଆଶ୍ରମ ର ଶ୍ରୀ ଅଭିରାମ ସରସ୍ୱତୀ ମହାରାଜ ପଦାର୍ପଣ କରି ଅଶ୍ରୀବଚନ ପ୍ରଦାନ କରିଥିଲେ । ଶୁକ୍ରବାର ପ୍ରଭାତରୁ ଘୃତଯଜ୍ଞ,ନାମଯଜ୍ଞ, ଅନ୍ନଯଜ୍ଞ ଆରମ୍ଭ ହୋଇଛି । ସନ୍ଧ୍ୟାରେ ହରିକଥାମୃତ ପ୍ରବଚନ କାର୍ଯ୍ୟକ୍ରମ ଆଦି ସମାହିତ ହୋଇଛି । ଏହି ତିନିଦିନିଆ ଆଧ୍ୟାତ୍ମିକ ସାମାରୋହରେ ଅଗଣିତ ଭକ୍ତଙ୍କ ସମାଗମ ହୋଇଥିଲା । ମୁଖ୍ୟପରିଚାଳକ ଆର. ମଙ୍ଗଳା, ଆଶ୍ରମ ଗୋଷ୍ଠୀ କମିଟୀର ସଭାପତି କବିରାଜ ସ୍ୱାଇଁ, ଉପ-ସଭାପତି ଆର. ନାରସିଂହମୁଲୁ, ସମ୍ପାଦକ ବି.ଜଗନାଇଇକୁଲୁ, କୋଷାଧ୍ୟକ୍ଷ ଦୁର୍ଯ୍ୟୋଧନ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ ।