April 27, 2026

ଗଞ୍ଜାମ ସହର ନବ କଳେବର କରିବାକୁ ପ୍ରୟାସ 

IMG-20230212-WA0002
Share

 

ଗଞ୍ଜାମ -ପ୍ରଦୀପ କୁମାର ପଣ୍ଡା

 

ଗଞ୍ଜାମ ସହର ଏନ. ଏ. ସି କାର୍ଯ୍ୟନିବ୍ରାହୀ ଅଧିକାରୀ ଙ୍କ ତତ୍ୱାବଧାନରେ ଆସ୍ତେ ଆସ୍ତେ ସଜେଇ ହେଉଛି ଗଞ୍ଜାମ ସହର l ଶୁକ୍ରବାର ଗଞ୍ଜାମ ସହର ଦାମୋଦର ପୁର ଠାରେ ପ୍ରଥମ ଥର ପାଇଁ ପଥରରେ ନିର୍ମିତ ଅଶୋକ ଚକ୍ର ଲଗାଯାଇଛି l ଏଥିସହ ଆକର୍ଷଣୀୟ ପଥର ରେ ନିର୍ମିତ ଗଣେଶ ମୂର୍ତ୍ତି ମଧ୍ୟ ସାନ ବଜାର ଶନି ମନ୍ଦିର ଠାରେ ଆସନ୍ତା କାଲି ବିରାଜମାନ କରାଯିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର କହିଛନ୍ତି l ବର୍ତମାନ ସହରସ୍ଥିତ ଭାରତୀ ବିଦ୍ୟାପୀଠ ଠାରେ ୱାଟର ପାର୍କ ଏନଏସି ପ୍ରଶାସନ ପକ୍ଷରୁ ନିର୍ମାଣ କରାଯାଇଛି ଏବେ ଆହୁରି ୱାଟର ପାର୍କ ସହରର ବିଭିନ୍ନ ସ୍ଥାନରେ ନିର୍ମାଣ କରାଯିବl ପ୍ରସ୍ତାବ ରହିଛି ବୋଲି ସେ କହିଛନ୍ତି l ଅଶୋକ ଚକ୍ର ସ୍ଥାପନ ବେଳେ ଇଓ ଅବିନାଶ ମିଶ୍ର,ଉକ୍ତ ୱାର୍ଡ କାଉନ୍ସିଲର, ସାନିଟେସନ ଏକ୍ସପଟ ସୁମିତ ବେହେରା,ଏକାଉଣ୍ଟଣ୍ଟେନ୍ଟ ଦୀପ୍ତି ରଞ୍ଜନ ପୃଷ୍ଟି, ବିଜେଡି ନଗର ସଭାପତି ସୁଧୀର କୁମାର ପାଢ଼ୀ, ଏନଏସି ଜମାଦାର ଉତ୍ତମ ବେହେରା, ଜୟକୃଷ୍ଣ ଶାସମଲ ପ୍ରମୁଖ ଉପସ୍ଥିତ ଥିଲେ l