March 8, 2026

ଛତ୍ରପୁର ଶିଶୁ ବିଦ୍ୟା ମନ୍ଦିର ରେ ସ୍ଵାମୀ ବିବେକାନନ୍ଦ ଜୟନ୍ତୀ ପାଳିତ

IMG-20260112-WA0066
Share

ଛତ୍ରପୁର/ତା୧୨/୧/୨୬(ଅରୁଣ କୁମାର ପଣ୍ଡା) ସ୍ଥାନୀୟ ଶ୍ରୀରାମନଗର ସ୍ଥିତ ସରସ୍ବତୀ ଶିଶୁବିଦ୍ୟାମନ୍ଦିର ପରିସରରେ ବିବେକାନନ୍ଦ ଜୟନ୍ତୀ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନାଚାର୍ଯ୍ଯ ଶ୍ରୀ ରବୀନ୍ଦ୍ରନାଥ ଦାଶ ଉପସ୍ଥିତ ଅତିଥିମାନଙ୍କ ପରିଚୟ ସହିତ ସ୍ବାଗତ ଭାଷଣ ପ୍ରଦାନ ସହିତ ସ୍ବାମୀ ବିବେକାନନ୍ଦଙ୍କ ଦର୍ଶନର ମୂଳ ଲକ୍ଷ୍ୟ ତଥା ତାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବା ପାଇଁ ମାର୍ଗଦର୍ଶନ କରିଥିଲେ। ଅନୁଷ୍ଠାନର ସହସଂପାଦକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ରେ ଶିଶୁମାନଙ୍କ ଅଭିଭାଷଣ ସହ ଶିଶୁମାନେ ବିବେକାନନ୍ଦଙ୍କ ବେଶରେ ସଜ୍ଜିତ ହୋଇ ଆସିଥିଲେ। ରାଷ୍ଟ୍ର ଗାନ ବନ୍ଦେ ମାତରଂର ୧୫୦ତମ ସ୍ବନକ୍ଷତ୍ର ଅବସରରେ ସମସ୍ତ ଶିଶୁ ସାମୂହିକ ବନ୍ଦେ ମାତରଂ ଗାନ କରିଥିଲେ। ବରିଷ୍ଠ ଆଚାର୍ଯ୍ଯ ଶ୍ରୀଯୁକ୍ତ ମନୋରଞ୍ଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।ଶେଷରେ ଶିଶୁମାନଙ୍କୁ ପୁରସ୍କୃତ କରାଯାଇଥିଲା।