ବଡମାଧପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ସରସ୍ଵତୀ ବେହେରାଙ୍କ ବିୟୋଗରେ ଶୋକ ସଭା ଅନୁଷ୍ଠିତ

ଛତ୍ରପୁର ତା ୧୨/୧/୨୬(ଅରୁଣ କୁମାର ପଣ୍ଡା) ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ୱର୍ଗତ ସରସ୍ଵତୀ ବେହେରାଙ୍କ ଅକାଳ ବିୟୋଗରେ ଗ୍ରାମ ପଞ୍ଚାୟତ ପକ୍ଷରୁ ରାଜୀବଗାନ୍ଧୀ ସେବାକେନ୍ଦ୍ର ଠାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସରପଞ୍ଚ ଅର୍ଚ୍ଚନା କୁମାରୀ ସେଠି ସଭାପତିତ୍ବ କରିଥିବାବେଳେ ପୂର୍ବତନ ସରପଞ୍ଚ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଏସ୍ କିଶୋର ଚନ୍ଦ୍ର ରେଡ୍ଡୀ ସଭା ପରିଚାଳନା କରିଥିଲେ।
ଏହି ଶୋକ ସଭାରେ ବ୍ଲକ ଉପାଧ୍ୟକ୍ଷା ସାଡି ଶାରଦା ରେଡ୍ଡୀ, ଶିବ ଶଙ୍କର ସେଠି, ଆର ସହଦେବ ରେଡ୍ଡୀ, ପଞ୍ଚାୟତର ସମସ୍ତ ୱାର୍ଡ ମେମ୍ବର, ପ୍ରତିନିଧି ଏବଂ ଗ୍ରାମବାସୀ ଉପସ୍ଥିତ ରହି ଦୁଇ ମିନିଟ ନୀରବତା ପାଳନ କରି ଦେହାନ୍ତ ଆତ୍ମାଙ୍କ ଶାନ୍ତି କାମନା କରିଥିଲେ ଏବଂ ସ୍ମୃତି ଚାରଣ କରିଥିଲେ। ସ୍ୱର୍ଗତ ସରସ୍ଵତୀ ବେହେରା ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଗ୍ରାମ ଉନ୍ନତି ଓ ସାମାଜିକ ସେବାରେ ଅମୂଲ୍ୟ ଅବଦାନ ରଖିଥିବା ବକ୍ତାମାନେ ସ୍ମରଣ କରିଥିଲେ। ସେ ୨୦୦୭ ରୁ ୨୦୧୨ ପର୍ଯ୍ୟନ୍ତ ସରପଞ୍ଚ ଭାବେ ନିର୍ବାଚିତ ହୋଇ ଦାୟିତ୍ଵ ତୁଲାଇଥିଲେ। ସେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭଗବାନ ବେହେରାଙ୍କ ଧର୍ମ ପତ୍ନୀ।
