March 8, 2026

ଉମରକୋଟ ରେ ଯୁବ ଦିବସ ପାଳିତ……….

uhihb
Share

 

 

ଉମରକୋଟ:-ଉମରକୋଟ ରେ ଯୁବ ଦିବସ ପାଳିତ ନେହରୁ ଯୁବ କେନ୍ଦ୍ର ନବରଙ୍ଗପୁର ଓ ସ୍ୱାମୀ ବିବେକାନନ୍ଦ ସେବା ପରିଷଦ, ନବରଙ୍ଗପୁର ଜିଲ୍ଲା ଉମରକୋଟ ର ମିଳିତ ଉଦ୍ୟମରେ ବିବେକାନନ୍ଦ ଇନଷ୍ଟିଚ୍ୟୁଟ ଅଫ ଭୋକେଶନାଲ ଏଜୁକେସନ ଠାରେ ଯୁବ ଦିବସ ତଥା ସ୍ଵାମୀ ବିବେକାନନ୍ଦ ଙ୍କ ଜନ୍ମ ଦିବସ ପାଳନ ହୋଇଯାଇଛି. ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ବରିଷ୍ଟ ଓକିଲ ଝଡ଼େଶ୍ୱର ମହାନ୍ତି, ରମେଶ ସାହୁ, ଶ୍ରୀନିବାସ ପଟ୍ଟନାୟକ, ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ନମିତା ମହାପାତ୍ର, ନେହେରୁ ଯୁବ କେନ୍ଦ୍ର ଦଞ୍ଚ ବି. ରମେଶ ପ୍ରମୁଖ ଯୋଗ ଦେଇଥିଲେ. ଯୁବ ସମାଜ ର ବିକାଶ ହିଁ ଦେଶର ବିକାଶ ବୋଲି ସମସ୍ତେ ମତ ରଖିଥିଲେ. ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. ପରିଶେଷ ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ଯୁବକ ମାନଙ୍କ ପାଇଁ ବାର୍ତା ଲାଇଭ ଟେଲିକାଷ୍ଟ ମାଧ୍ୟମରେ ସମସ୍ତେ ଶୁଣିଥିଲେ. ଅନୁଷ୍ଠାନ ର ଅଧ୍ୟକ୍ଷ ସୁରେଶ ଆଚାର୍ଯ୍ୟ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ.(ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)