July 28, 2026

ବ୍ରହ୍ମପୁର ପାଲଟିଛି ଅସାଧୁ ବ୍ଯବସାୟୀଙ୍କ ଆଡ୍ଡା..

IMG-20251211-WA0046
Share

 

ବ୍ରହ୍ମପୁର(ଅକ୍ଷୟ ଶତପଥୀ)ଓଡ଼ିଶାର ଫୁଡ୍ କ୍ଯାପିଟାଲ ବ୍ରହ୍ମପୁର।ସ୍ବାଦିଷ୍ଟ ଖାଦ୍ଯ ପାଇଁ ସାରା ଓଡ଼ିଶାରେ ରହିଛି ଆଦର।ପର୍ଯ୍ଯଟକଙ୍କ ପ୍ରମୁଖ ଆକର୍ଷଣ ସହରର ହୋଟେଲ, ରେସ୍ତୋରାଁ।ସନ୍ଧ୍ୟା ହେଲେ ଗଳି କନ୍ଦିରେ ଜମେ ଆମିଷ,ନିରାମିଷ ଫାଷ୍ଟଫୁଡ୍ ସହ ଦକ୍ଷିଣ ଓଡ଼ିଶା ଖାଦ୍ଯ ପସରା।ଚାହିଦାକୁ ଦେଖି ଏବେ ଗ୍ରାହକଙ୍କୁ ଠକିବା ଆରମ୍ଭ କରିଦେଇଛନ୍ତି ଅନେକ ଅସାଧୁ ବ୍ଯବସାୟୀ।ଅତ୍ଯଧିକ ରସାୟନିକ ପଦାର୍ଥ ମିଶାଇ ଲୋକଙ୍କୁ ବିକ୍ରି କରୁଥିବା ଦେଖିବାକୁ ମିଳୁଛି।