October 11, 2026

ବଳିଟିକ୍ରା – ବୁରୋମୁଣ୍ଡା ରାସ୍ତା ରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା, ଜଣେ ମୃତ

hand
Share

 

ବରପାଲି – (ସୁଦାମ ଦୀପ)

ବରଗଡ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ କତୁରକଟା ନିକଟରେ ବରପାଲି ରୁ ବଳିଟିକ୍ରା ବୁରୋମୁଣ୍ଡା ରାସ୍ତା ରେ ଆଜି ସନ୍ଧ୍ୟାରେ ଦୁଇଟି ବାଇକ୍ ର ମୁହାଁ ମୁହିଁ ଧକ୍କାରେ ଅଭିମନ୍ୟୁ (୩୦) ନାମକ ଜଣେ ଯୁବକ ମୃତ୍ୟୁ ଘଟିଛି l ମୃତ ଅଭିମନ୍ୟୁ ଡୁଙ୍ଗୁରିପାଲି ବ୍ଲକର କନ୍ଧୁମୁଣ୍ଡା ଗ୍ରାମର ବାସିନ୍ଦା ବୋଲି ଜଣାପଡିଛି l ସେ କତୁରକଟା ରେ ନିଜ ଶ୍ଵଶୁର ଘରେ ରହି ଦିନ ମୁଜୁରିଆ ଭାବେ କାମ କରି ପରିବାରର ଜୀବିକା ନିର୍ବାହ କରୁଥିଲେ l ସୂଚନା ମତେ ଅଭିମନ୍ୟୁ ବଳିଟିକ୍ରା ପଟରୁ ବାଇକ୍ ଯୋଗେ ଆସୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ବାଇକ୍ ସହ ତାଙ୍କ ବାଇକ୍ ର ଧକ୍କା ହୋଇଥିଲା l ଦୁର୍ଘଟଣା ପରେ ଅନ୍ୟ ବାଇକ୍ ଆରୋହୀ ଅଭିମନ୍ୟୁଙ୍କ ବାଇକ୍ ନେଇ ଫେରାର ହୋଇଯାଇଥିବା ଜଣାପଡ଼ିଛି l ବିଜୟପଲ୍ଲୀ ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦାରଖ କରିଥିଲେ l ପରେ ଅଭିମନ୍ୟୁଙ୍କୁ ବରପାଲି ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଏଯାଏ ଦୁର୍ଘଟଣାରେ ସମ୍ପୃକ୍ତ ଅନ୍ୟ ବାଇକ୍ ଆରୋହିଙ୍କ ପରିଚୟ ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ମିଳିପାରି ନାହିଁ l