April 27, 2026
ajiro khabar
Share

 

 

୧-ପିନ୍ଧୁନାହାନ୍ତି ହେଲମେଟ୍‌, ଛାଡ଼ୁନାହାନ୍ତି ମୋବାଇଲ, ବର୍ଷକରେ ରାସ୍ତାରେ ଗଲାଣି ୪ଶହ ଜୀବନ। ସ୍କୁଲ, କଲେଜ ପିଲାଙ୍କ ହାତରେ ବାଇକ, ସ୍କୁଟି ଧରାଇଦେଇ ଅଭିଭାବକମାନେ ବି ବେପରୁଆ।

 

୨-ରାଜ୍ୟ କ୍ୟାବିନେଟ୍‌ରେ ୧୫ଟି ପ୍ରସ୍ତାବ ଉପରେ ମୋହର:ଛୋଟ ଅପରାଧରେ ଏବେ ଦଣ୍ଡ ବଦଳରେ କେବଳ ଜରିମାନା ଦେବେ ଅପରାଧୀ,ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ପୁସ୍ତକ ଦିଆଯିବ ।ଓଡ଼ିଶା ଜନ୍ମ ମୃତ୍ୟୁ ପଞ୍ଜୀକରଣ ୨୦୨୫ ଆଇନକୁ ମିଳିଲା ମଞ୍ଜୁରୀ ।

 

୩-ଶାନ୍ତ ରହିଛି କଟକ ସହର, ବକ୍ସି ବଜାର ଛକରୁ ଦରଘା ବଜାର ଜେଲ୍ ରୋଡ ଯାଏ ପୋଲିସ ଛାଉଣୀ।

 

୪-ଆଜି ଓଡ଼ିଶାକୁ ଦୁଇଟି ବୃହତ୍ ପ୍ରକଳ୍ପ ଭେଟି ଦେବେ ପ୍ରଧାନମନ୍ତ୍ରୀ, ବିନିଯୋଗ ହେବ ୧୬୦ କୋଟି।

 

୫-ଅନୁଗୁଳ:ଜଙ୍ଗଲ ଛାଡ଼ି ଗାଁ ମୁହାଁ ହାତୀପଲ, ଶହଶହ ହେକ୍ଟର ଧାନ ଗଛ ଦଳିଚକଟି କରୁଛନ୍ତି ନଷ୍ଟ।

 

୬-ଇ-ଚାଲାଣ ୫୦% କୋହଳ କଲେ ସରକାର,୨୦୨୫ ଜୁଲାଇ ୩୧ ସୁଦ୍ଧା କଟିଥିବା ଚାଲାଣରେ ଏହି ରିଆତି ମିଳିବ।

 

୭-କେନ୍ଦ୍ରକୁ ଡେପୁଟେସନରେ ଗଲେ ଶାଳିନୀ ପଣ୍ଡିତ, ସମର୍ଥ ବର୍ମା ଓ ସ୍ଵଧାଦେବ ସିଂହ।

 

୮-ଦର୍ଶକଙ୍କୁ ଆକର୍ଷିତ କରୁଛି କେନ୍ଦ୍ରାପଡାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା, ଆକର୍ଷଣ ପାଲଟିଛି ଚାନ୍ଦି ମେଢ।

 

୯-ଜଳେଶ୍ଵର ପୌର ପରିଷଦର ଦୁଇ ଜଣ

ଲାଞ୍ଚ ନେଇ ଧରାପଡ଼ିଲେ ୨ ପୌର କର୍ମଚାରୀ।

 

୧୦-କାର୍ତ୍ତିକରେ ଆକାଶଛୁଆଁ ଅବଢ଼ା ଦର, ମହାପ୍ରସାଦ ପାଇବାରୁ ବଞ୍ଚିତ ହେଉଛନ୍ତି ଶ୍ରଦ୍ଧାଳୁ।

 

୧୧-ଭଦ୍ରକ:ତଦନ୍ତ ପାଇଁ ନିଜେ ନ ଯାଇ ଦଲାଲକୁ ପଠାଇ ଥିଲେ ପୋଲିସ ଏସ୍‌ଆଇ କାର୍ତ୍ତିକ ଜେନା,ଏବେ ହୋଇଗଲେ ନିଲମ୍ବିତ।

 

୧୨-ବସ୍ତା କୁଡ଼ିଆ ଅଙ୍ଗନବାଡ଼ି କେନ୍ଦ୍ରର ଡ୍ୟାନ୍ସିଂ ଦିଦି । ନାଚ, ଗୀତ, ଖେଳ ମାଧ୍ୟମରେ ପଢ଼ାଉଛନ୍ତି ପାଠ । ରେଣୁବାଳାଙ୍କ ପଢ଼ା କୌଶଳକୁ ସବୁ ମହଲରୁ ଛୁଟୁଛି ପ୍ରଶଂସା ।

 

୧୩-ପରିବା ଦର ଆକାଶଛୁଆଁ:ପୋଟଳ ଦର ୮୦ । ବିନ୍ସ କିଲୋ ୧୨୦ ଛୁଇଁଛି, ଭେଣ୍ଡି ୭୦ , ବାଇଗଣ ୬୦, ପୋଟଳ ୬୦, ଜହ୍ନି ୬୦, କଞ୍ଚା କଦଳୀ ଗୋଟାକ ୧୦ ଟଙ୍କା, କୁନ୍ଦୁରି ୪୦ଟଙ୍କା ହୋଇଛି।

 

୧୪-ଗଞ୍ଜେଇ ବେପାରୀ ଦୁଇ ଭାଇଙ୍କ ସମ୍ପତ୍ତି ବାଜ୍ଯାପ୍ତ,ସେମାନେ ହେଲେ କନ୍ଧମାଳର ବିକାଶ କୁମାର ଦିଗାଲ ଓ ସୈ।ମ୍ଯରଞ୍ଜନ ଦିଗାଲ।

 

୧୫-କନ୍ଧମାଳରେ ହାଲୁକା ଶୀତ ଅନୁଭୂତ, ରାସ୍ତା ଘାଟରେ ଦୃଶ୍ୟମାନ ହେଉଛି କୁହୁଡ଼ି।

 

୧୬-ଓଡ଼ିଶାକୁ ଫେରିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ; ସେପ୍ଟେମ୍ବର ମାସ ୭ ତାରିଖରେ ଯାଇଥିଲେ ଦିଲ୍ଲୀ।

 

୧୭-ଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ୍, ଜଣକୁ ଅଟକ ରଖିଲା ପୋଲିସ,ଡ୍ରୋନ ଜବତ।

 

୧୮-୧୯୯୨ ସବ୍‌ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷା ଅନିୟମିତତା: ଓଡ଼ିଶା ସରକାରଙ୍କୁ ୪୫ ଲକ୍ଷ କ୍ଷତିପୂରଣ ନିର୍ଦେଶ।

 

୧୯-ଦିଲ୍ଲୀ ଟେଷ୍ଟରେ ଜୟସ୍ଵାଲଙ୍କ ଜଲଓ୍ଵା, ପ୍ରଥମ ଦିନରେ ଭାରତ ୩୧୮/୨।

 

୨୦-ଜୁବୀନ ଗର୍ଗ ମୃତ୍ୟୁ ମାମଲା: ୨ ପିଏସଓ ଗିରଫ, ୭ରେ ପହଁଚିଲା ଗିରଫଦାରୀ ସଂଖ୍ୟା।

 

୨୧-ଭେନେଜୁଏଲାର ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାର, ଟ୍ରମ୍ପ ନିରାଶ।

 

୨୨-ଟାରିଫ୍ ବିବାଦ ଭିତରେ ଚୀନର ଯେସାକୁ ତେସା ନୀତି; ଆମେରିକା ନିର୍ମିତ ଓ ପରିଚାଳିତ ଜାହାଜ ଉପରେ କଷିଲା ପୋର୍ଟ ଫି।

 

🙏 *ସୁପ୍ରଭାତ* 🙏