ଚୋରୀ ଟ୍ରାକ୍ଟର ଓ ଟ୍ରଲି ଉଦ୍ଧାର ୩ ଚୋର ଙ୍କୁ କୋର୍ଟ ଚାଲାଣ କଲା ଅତାବିରା ପୋଲିସ
ଅତାବିରା ୧୦/୧୦
ବରଗଡ଼ ଜିଲ୍ଲା ର ଅତାବିରା ଥାନା ଅଞ୍ଚଳରେ ଦୀର୍ଘ ବର୍ଷ ହେଲା ଟ୍ରାକ୍ଟର ଚୋର ରେକେଟ ସକ୍ରିୟ ହୋଇ ଟ୍ରାକ୍ଟର ଚୋରୀ କରିବା ପାଇଁ ସଫଳ ହୋଇ ଖସି ଯାଉଥିଲେ ଚୋର।ଏହି ରେକେଟ ଏ ଅଞ୍ଚଳ ରୁ ଚୋରୀ କରି ପଶ୍ଚିମ ବଙ୍ଗ ପର୍ଯ୍ୟନ୍ତ ଚୋରୀ ଟ୍ରାକ୍ଟର କୁ ନେଇ ବିକ୍ରି କରିବାକୁ ସଫଳ ହୋଇ ଥିବା ନଜିର ରହିଛି ।ଆଇଆଇସି ପ୍ରକାଶ କର୍ଣ୍ଣ ପ୍ରମୋଦ ଭଗତ ଙ୍କ ଫାର୍ମ ହାଉସ ରୁ ଚୋରୀ ହୋଇଥିବା ଟ୍ରାକ୍ଟର କୁ ଭେଡେନ ଥାନା କୁଶନପୁରୀ ଗାଁରୁ ଉଦ୍ଧାର କରିବା ସହିତ ଏହି ଘଟଣାରେ ସଂପୃକ୍ତ ଥିବା ୩ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି ବରଗଡ଼ କୋର୍ଟ ଚାଲାଣ କରିଛି ପୋଲିସ ଏନେଇ ଥାନା କେଶ ନମ୍ବର ୩୨୭। ୨୫ ରେ ଏକ ମାମଲା ରୁଜୁ କରି ସହିତ କୁଶନପୁରୀ ର ଅଚ୍ୟୁତାନନ୍ଦ ପ୍ରଧାନ, ଭେଡେନ ବଗର୍ତ୍ତି ପାଲିର ତ୍ରିଲୋଚନ ନାଗ ସମ୍ବଲପୁର ଧନୁପାଲିର ସିଆଦ ଆବସ ଙ୍କୁ କୋର୍ଟ ଚାଲାଣ କରିଛି । ଏହି ଘଟଣା ରେ ଅନ୍ୟ _ଯେଉଁ ମାନେ ସଂପୃକ୍ତ ଥିବା ଜଣାପଡିବ ସେମାନଙ୍କୁୁ ମଧ୍ୟ ପୋଲିସ ଗିରଫ କରିବା ପାଇଁ_ ଛାନଭିନ କରୁଥିବା ଜଣା ପଡିଛି ।
