April 27, 2026

ଧର୍ମପରାୟଣ ପାର୍ବତୀଙ୍କ ପରଲୋକ..

IMG-20251011-WA0018
Share

 

ବାଲେଶ୍ବର ( ଦେବାଶିଷ ଦାଶ )

*ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ସୁନାଧରବସାଣ ପଞ୍ଚାୟତ ସୁନାଧରବସାଣ ଗ୍ରାମର ଧର୍ମପରାୟଣ ମହିଳା ପାର୍ବତୀ ଦଳାଇ (୬୫) ଙ୍କ ଅକ୍ଟୋବର ୩ ରେ ପରଲୋକ ହୋଇଛି।ତାଙ୍କ ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ସ୍ଵାମୀ,ପୁତ୍ର, ପୁତ୍ରବଧୂ, ଝିଅ,ଜଇଁ ,ନାତିନାତୁଣୀ ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କ ଶରୀରରେ ରକ୍ତ ଚାପ କମ୍ ରହିବା ସହିତ ଶ୍ୱାସ ରୋଗ ଥିଲା।ପ୍ରାୟ ଦୁଇ ବର୍ଷରୁ ଅଧିକ କାଳ ହେଲା ସେ ଶ୍ୱାସ ରୋଗର ଯନ୍ତ୍ରଣା ଭୋଗୁଥିଲେ।ଏନେଇ ସେ ବାଲେଶ୍ବର ଫକୀରମୋହନ ମେଡ଼ିକାଲ କଲେଜ ଓ ହସ୍ପିଟାଲ ରେମୁଣାରେ ଆଇ.ସି.ୟୁ ରେ ଚିକିତ୍ସିତ ହେଉଥିଲେ। ଶ୍ୱାସ,ଛାତି,ସ୍ନାୟୁରୋଗ ଓ ନେଫ୍ରୋଲୋଜିଷ୍ଟ୍ ବିଭାଗର ବିଶେଷଜ୍ଞ ଡାକ୍ତର ନ ଥିବାରୁ, ସ୍ଥିତି ଅତି ଜଟିଳ ହେବାରୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଥିଲେ। ସେଠାରେ ଆଇ.ସି.ୟୁ ବେଡ୍ ନ ଥିବାରୁ ସନ୍ ପ୍ରାଇଭେଟ୍ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ। ଆଜକୁ ୭ ଦିନ ହେବ ତାଙ୍କର ପରଲୋକ ହୋଇଛି।ସେ ଜଣେ ଧର୍ମ ପରାୟଣ, ଈଶ୍ବରଙ୍କ ପ୍ରତି ଭକ୍ତି,ମେଳାପୀ, ସ୍ନେହୀ ଓ ଶାନ୍ତ ସରଳ ପ୍ରକୃତିର ବ୍ୟକ୍ତି ଥିଲେ। ଖବର ପାଇ ସରପଞ୍ଚ ଦିଲ୍ଲୀପ ଦତ୍ତ ପହଞ୍ଚି ତାଙ୍କୁ ପୁଷ୍ପମାଳ ଦେଇଥିଲେ।ଗ୍ରାମବାସୀ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପାର୍ବତୀଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଶେଷ ଦର୍ଶନ କରି ପରିବାର ବର୍ଗଙ୍କୁ ସାନ୍ତ୍ବନା ଦେଇଥିଲେ।*