March 8, 2026
IMG-20240911-WA0039
Share

11/09/24:ବୁଧବାର

ପ୍ରଗତି ଗୋପବନ୍ଧୁ ଯୁବ ଛାତ୍ର ସଂସଦ ବଡଦୋଡ଼ଙ୍ଗା ଆନୁକୂଲ୍ୟରେ ଦିବଂଗତ ଆତ୍ମା ଶିକ୍ଷକ ଲଳିତ ମୋହନ ପରିଡାଙ୍କ ଦ୍ଵାଦଶାହା ତିଥିରେ ଶ୍ରଦ୍ଧାଞ୍ଜଳି ଓ ସ୍ମୁତି ଚାରଣ ସଭା ଆୟୋଜିତ ହୋଇ ଯାଇଅଛି l ଉକ୍ତ ସଭାରେ ନିଖିଳ ଉତ୍କଳ ଅଳିୟ ଖଣ୍ଡାୟତ ସମାଜର କୁଳାଧିପତି ପ୍ରହଲ୍ଲାଦ ଲେଙ୍କା, ମଣ୍ଡଳ ସଭାପତି ଦିବ୍ୟଲୋଚନ ବିଶ୍ୱାଳ, ଶିକ୍ଷକ କବିରାଜ ପରିଡା, ମୁନେଦ୍ର ପରିଡା, ବନମାଳୀ ଲେଙ୍କା, ଗୋପାଳ କୃଷ୍ଣ ନାୟକଙ୍କ, ଜନପ୍ରତିନିଧି କୁଞ୍ଜବିହାରୀ ନାୟକ, ପ୍ରାକ୍ତନ ସରପଞ୍ଚ ସିମାଞ୍ଚଳ ବିଷୋୟୀ ସମେତ ଲଳିତ ମୋହନ ଶିକ୍ଷକତା ଦାୟିତ୍ୱ ନିର୍ବାହନ କରିଥିବା ନବରଙ୍ଗପୁର ଜିଲ୍ଲାରୁ ବହୁ ଶିକ୍ଷକ ଯୋଗଦାନ କରି ଲଳିତ ମୋହନଙ୍କ ସ୍ମୃତି ଚାରଣ କରିଥିଲେ l ଏହି ଶ୍ରଦ୍ଧାଞ୍ଜଳି ସଭାକୁ ସ୍ବସ୍ତି ସୁନ୍ଦରଙ୍କ ସଂଯୋଜନାରେ, ପ୍ରଦୀପ ସ୍ୱାଇଁ, ବସନ୍ତ ବିଷୋୟୀ,ବୁବୁନ ମଳିକ, କାର୍ତ୍ତିକେଶ୍ୱର ,ବିନାୟକ, ତ୍ରିଲୋଚନ ପ୍ରମୁଖ ସମ୍ପାଦନ କରିଥିଲେ l

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ