September 21, 2024

ପଦ୍ମପୁର ଉପଖଣ୍ଡରେ ନୂତନ ଉପଜିଲ୍ଲାପାଳଙ୍କ ଯୋଗଦାନ ।

Share

 

ପଦ୍ମପୁର: ୧୦/୦୯(ଜୟନ୍ତ କୁମାର ସେଠ) ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ନୂତନ ଉପଜିଲ୍ଲାପାଳ ଭାବରେ କୁମାରୀ ଅରୁଗୁଲା ସ୍ନେହା (ଭା.ପ୍ର.ସେ) ଯୋଗଦାନ କରିଛନ୍ତି । ପୂର୍ବ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଆଲୋକ କୁମାର ପଟେଲଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି । ୨୦୨୨ ମସିହାରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ କୁମାରୀ ଅରୁଗୁଲା ସ୍ନେହା । ପଦ୍ମପୁର ଉପଖଣ୍ଡରେ କୁମାରୀ ଅରୁଗୁଲା ସ୍ନେହା ପ୍ରଥମ ଭାରତୀୟ ପ୍ରଶାସନିକ ସେବାର ଉପଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । କୁମାରୀ ଅରୁଗୁଲା ସ୍ନେହା ଦାୟିତ୍ବ ଗ୍ରହଣ କରିବା ପରେ ଉପଜିଲ୍ଲାପାଳ କାର୍ଯ୍ୟାଳୟର କର୍ମଚାରୀ ମାନେ ତାଙ୍କୁ ଫୁଲତୋଡା ଦେଇ ସ୍ଵାଗତ କରିଥିଲେ ।