ବାଇକ୍ ଦୁର୍ଘଟଣାରେ ଯୁବକ ଗୁରୁତର
ବୁଗୁଡା : ତା ୧୧/୦୮/୨୫ : ବୁଗୁଡ଼ା ବ୍ଲକ ଅନ୍ତର୍ଗତ କରସିଙ୍ଗି ଗ୍ରାମ ଛକ ନିକଟରେ ଏକ ବାଇକ୍ ଦୁର୍ଘଟଣାରେ ତିନି ଆହତଙ୍କ ଜଣଙ୍କ ମଧ୍ୟରୁ ଜନୈକ ଗୁରୁତର ଯୁବକଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। ଗୁରୁତର ଜଣକ ହେଲେ ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ଚଢିଆପଲ୍ଲୀ ଗାଁର ଯୁବକ ଆନନ୍ଦ ସେଠୀ(୨୬) ଏବଂ ଆହତ ଦ୍ବୟ କରସିଙ୍ଗି ଗ୍ରାମ ଚୈତନ୍ୟପ୍ରସାଦର ଗୋବିନ୍ଦ ସେନାପତି(୫୦) ଓ ଜଗନ୍ନାଥପ୍ରସାଦ ବ୍ଲକ କୁଶପଲ୍ଲୀ ଗ୍ରାମର କୃଷ୍ଣଚନ୍ଦ୍ର ପ୍ରଧାନ (୨୪)। ପ୍ରକାଶ ଯେ, ଆଜି ରାତିରେ ଗୋବିନ୍ଦ ଗାଈ ଧରି ଘରକୁ ଫେରୁଥିବା ବେଳେ ଆନନ୍ଦ ଓ କୃଷ୍ଣ ବାଇକରେ ଆସି ତାଙ୍କୁ ପଛପଟୁ ଧକ୍କା ଦେଇଥିଲେ। ଏହି ଦୁର୍ଘଟଣାରେ ତିନିହେଁ ଆହତ ହୋଇଥିଲେ। ସମସ୍ତଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ସେମାନଙ୍କୁ ସେଠାରୁ ଉଦ୍ଧାର କରି ବୁଗୁଡା ମେଡିକାଲକୁ ଅଣାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲେ ହେଁ ଅଚେତ ଆନନ୍ଦଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା ।
