June 18, 2026

ଦୁଇଦିନିଆ ପୂର୍ବ ସମ୍ଭାଗ ଯୁବ ରେଡ଼କ୍ରସର ବିପର୍ଯୟ ପ୍ରସମନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

Share

ପୁରୀଜିଲ୍ଲା ଯୁବ ରେଡ଼କ୍ରସ ଏବଂ ରାଜ୍ୟ ରେଡ଼କ୍ରସ ମିଳିତ ସହଯୋଗରେ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ଆନୁକୂଲ୍ୟରେ ଆଇ ଏମ ଟି ଫର୍ମାସୀ ମହାବିଦ୍ୟାଳୟରେ ପୂର୍ବ ସମ୍ଭାଗର ନଅଗୋଟି ଜିଲ୍ଲା ଯଥା ପୁରୀ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର,ଅନୁଗୁଳ, ଢେଙ୍କାନାଳ, ନୟାଗଡ ଓ ଭୁବନେଶ୍ୱର ର ଦୁଇଶହ ରୁ ଉର୍ଦ୍ଧ ଛାତ୍ରଛାତ୍ରୀମାନଙ୍କୁ ନେଇ ବିପର୍ଯୟ ପ୍ରସମନ ଉପରେ ଦୁଇଦିନିଆ ତାଲିମ ଶିବିର ଉଦଘାଟିତ ହୋଇଯାଇଛି l ଏହି ତାଲିମ ଶିବିର ଉଦଘାଟନୀ ଉର୍ତ୍ସବରେ ମୁଖ୍ୟଅତିଥିଭାବେ ରାଜ୍ୟ ରେଡ଼କ୍ରସ ର ସଚିବ ବିଭୁତିଭୂଷଣ ପଟ୍ଟନାୟକ, ସମ୍ମାନିତ ଅତିଥିଭାବେ ରାଜ୍ୟ ଯୁବ ରେଡ଼କ୍ରସ ଅଧିକାରୀ ଡ଼କ୍ଟର ରମେଶ ଚନ୍ଦ୍ର ବେହେରା, ଆଇ ଏମ ଟି ର ନିର୍ଦେଶକ ମନୋଜ କୁମାର ରଥ ଯୋଗଦେଇଥିବା ବେଳେ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ର ଅଧକ୍ଷ ଗୌରୀଶଙ୍କର ମଲିକ ସଭାପତିତ୍ୱ ରେ ଏହି କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed