ନ୍ୟାସନାଲ ସ୍କୁଲ୍ ପରିସରରେ ଲବଣ ସତ୍ୟାଗ୍ରହ ସ୍ମାରକୀ ଆଲୋଚନା

IMG-20240811-WA0014
Share

କୁଜଙ୍ଗ ନ୍ୟାସନାଲ ସ୍କୁଲ ପରିସରରେ ଆୟୋଯୋଗ ପ୍ରୀୟବନ୍ଧୁ ଟ୍ରଷ୍ଟ ସଭାପତି ଡକ୍ଟର ରଘୁନାଥ ସାହୁ ଙ୍କ ନେତୃତରେ ଲବଣ ସତ୍ୟାଗ୍ରହ ସ୍ମାରକୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଗଷ୍ଟ ୯ କ୍ରାନ୍ତି ଦିବସ ଅବସରରେ ବିଦ୍ୟାଳୟର ଛାତ୍ର ଛାତ୍ରୀ କୁଜଙ୍ଗ ଲବଣ ସତ୍ୟାଗ୍ରହ ସମ୍ପର୍କରେ ଅନୁଷ୍ଠିତ ବକୃତା ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ। ମୁଖ୍ୟ ଅତିଥି ଭାବେ ଭାରତୀୟ ବାୟୁସେନାର ଅବସରପ୍ରାପ୍ତ ଅଧିକାରି ସୁଶାନ୍ତ ଚରଣ ସାହୁ ଯୋଗଦେଇ ନିଜର ବକ୍ତବ୍ୟ ରଖିବା ସହ ନୃତ୍ୟ ପରିବେଷଣ କରିଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ। ପରେ କୁଜଙ୍ଗ ଲବଣ ସତ୍ୟାଗ୍ରହ ସ୍ମାରକୀ ଶତବାର୍ଷିକୀ ସମିତି ପକ୍ଷରୁ ଲବଣ ସତ୍ୟାଗ୍ରହ ସ୍ମାରକୀ ଆଲୋଚନାଚକ୍ର ଓ କବିତା ପାଠ ଅନୁଷ୍ଠିତ ହେଇଥିଲା। କୁଜଙ୍ଗ ମହାରାଣୀ ଭବାବତି ପାଟମହଦେଇ ଙ୍କ ନେତୃତ୍ୱରେ ଓ ସ୍ଵାଧୀନତା ସଂଗ୍ରାମୀ ରମାଦେବୀ ମାଳତି ଚୌଧୁରୀ ଙ୍କ ସହଯୋଗରେ କୁଜଙ୍ଗର କାଳିଆପାଟ ନଦୀରେ ଲୁଣ ମରା ଆନ୍ଦୋଳନ ଅନୁଷ୍ଠିତ ହେଇଥିଲା। ଏହି ଆନ୍ଦୋଳନରେ ୧୦ ହଜାର ରୁ ଅଧିକ ମହିଳା ଅଂଶଗ୍ରହଣ କରିଥିବାରୁ ଇଂରେଜ ସୈନିକମାନେ ସେଠାରୁ ଛତ୍ର ଭଙ୍ଗ ଦେଇଥିଲେ। କୁଜଙ୍ଗ ସଂଲଗ୍ନ ଚଟୁଆ, ଏରସମା, ଦାରଦିଆ ଓ ଅନ୍ୟାନ୍ୟ ନଦୀକୂଳରେ ମଧ୍ଯ ଲବଣ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଥିବା ଆଜିର ସଭାରେ ବାବୁରାମ ଚୌଧୁରୀ, ଜୀବନାନନ୍ଦ ଅଧିକାରୀ, ମାନସୀ ସ୍ବାଇଁ, ରୁନିବାଳା ମଲ୍ଲିକ, ଗୀତା ଦାସ ପ୍ରମୁଖ ଆଲୋଚନାରେ ମତବ୍ୟକ୍ତ କରିଥିଲେ। (ଜଗତସିଂହପୁର ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )

You may have missed