June 12, 2026

ରାଣୀତାଲ ଷ୍ଟେସନରୁ ଉଦ୍ଧାର ନାବଳକକୁ ଚାଇଲଡ଼ ଲାଇନକୁ ହସ୍ତାନ୍ତର କଲା ସୋର ଆରପିଏଫ

IMG-20250711-WA0073
Share

 

 

ଭଦ୍ରକ ( ଦେବାଶିଷ ଦାଶ )

 

ରାଣୀତାଲ ରେଳ ଷ୍ଟେସନ ନିକଟରେ ବୁଲୁଥିବା ଜଣେ ଅସହାୟ ନାବାଳକକୁ ଉଦ୍ଧାର କରି ଚାଇଲଡ଼ ଲାଇନକୁ ହସ୍ତାନ୍ତର କରିଛି ସୋର ରେଳ ସୁରକ୍ଷା ବଳ (ଆରପିଏଫ)। ମିଳିଥିବା ସୂଚନା ଅନୁସାରେ ଆଜି ପୂର୍ବାହ୍ନରେ ସୋର ଆରପିଏଫ କର୍ମଚାରୀ ଏଏସଆଇ ଡି.କେ. ମିଶ୍ର ଓ ହେଡ କନଷ୍ଟେବଳ ଆର.କେ ସାହୁ ରାଣୀତାଲ ରେଳ ଷ୍ଟେସନରେ ଷ୍ଟେସନ ଯାଞ୍ଚ କରୁଥିଲେ। ଏହି ସମୟରେ ପ୍ରାୟ ୧୧ ବର୍ଷ ବୟସର ଜଣେ ନାବାଳକ ଷ୍ଟେସନରେ ବିବ୍ରତ ହୋଇ କାନ୍ଦୁ ଥିବାର ଦେଖିଥିଲେ। ତାର ପରିଚୟ ପଚାରିବାରୁ ତା ନାମ ଅଜୟ ମଣ୍ଡଳ, ପିତା ଜଗନ୍ନାଥ ମଣ୍ଡଳ, ଘର-ଗୌଡ଼ାପଡ଼ା, ପୋ-ଜାମୁଝାଡ଼ି, ଥାନା-ସିମୁଳିଆ, ଜିଲ୍ଲା-ବାଲେଶ୍ୱର,ଗୌଡ଼ାପଡ଼ାରେ ତାଙ୍କ ମାମୁଁ ଏବଂ ମାଇଁଙ୍କ ଘରେ ରହୁଥିବା ପ୍ରକାଶ କରିଥିଲେ। କିନ୍ତୁ ସକାଳେ ତାଙ୍କ ମାମୁଁଙ୍କୁ ଏ ସମ୍ପର୍କରେ କୌଣସି ସୂଚନା ନ ଦେଇ ଚେନ୍ନାଇ ଯିବାକୁ ଘରୁ ପଳାଇ ଆସିଥିଲେ, ଯେଉଁଠାରେ ତାଙ୍କ ପିତାମାତା ରହୁଛନ୍ତି। ସୋର ଆରପିଏଫ ତରଫରୁ ପିଲାର ମାମୁଁ ମାଇଁଙ୍କୁ ଯୋଗାଯୋଗ କରା ଯାଇଥିଲା ସେମାନେ ନାବାଳକକୁ ଚିହ୍ନଟ କରିଥିଲେ ଏବଂ ତାଙ୍କର ଆଧାର କାର୍ଡ ଦେଖାଇ ପରିଚୟ ଦେଇଥିଲେ। ପିଲାଟିର ମାମୁଁଙ୍କ କହିବା ଅନୁସାରେ ଅଜୟ ମଣ୍ଡଳ ସେମାନଙ୍କ ଘରେ ରହୁଥିଲେ ଏବଂ ପାଠ ପଢ଼ୁ ଥିଲେ କିନ୍ତୁ ଆଜି ସେ ଆମ ଅଜାଣତରେ ଆମ ଘରୁ ଚାଲିଯାଇଥିଲେ। ସୋର ଆରପିଏଫ ତରଫରୁ କିଶୋର ନ୍ୟାୟ ନିୟମ ଅନୁସାରେ ନାବାଳକ ପିଲାଟିକୁ ଉଦ୍ଧାର କରାଯାଇ ବାଲେଶ୍ୱର ଚାଇଲଡ ଲାଇନର କର୍ମଚାରୀ ପଞ୍ଚାନନ ତ୍ରିପାଠୀଙ୍କୁ ହସ୍ତାନ୍ତର କରାଯାଇ ଥିଲା। ପରେ ପିଲାଟିକୁ ଶିଶୁ ମଙ୍ଗଳ ସମିତି, ବାଲେଶ୍ୱରଙ୍କ ଆଗରେ ଉପସ୍ଥାପନା କରାଯାଇ ଥିବାର ସୂଚନା ମିଳିଛି।