June 12, 2026

ସୋରରେ ପୁଣି ମାଙ୍କଡ଼ ଆକ୍ରମଣ, ନାବାଳକ ଗୁରୁତର 

IMG-20250711-WA0072
Share

 

 

ସୋର( ଦେବାଶିଷ ଦାଶ )

ମାଙ୍କଡ଼ କାମୁଡ଼ାରେ ଜଣେ ନାବାଳକ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ସୋର ବ୍ଲକ ଗୋପୀନାଥପୁର ଗ୍ରାମର ମନୀଷ ବାରିକ(୧୩)। ମନୀଷ ମଧ୍ୟାହ୍ନରେ ଖାଇସାରି ହାତ ଧୋଉଥିବା ବେଳେ ମାଙ୍କଡଟି ତାଙ୍କ ହାତ ଓ କାନ୍ଧକୁ କାମୁଡିଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଗତ ଦୁଇଦିନ ତଳେ ମାଙ୍କଡ଼ କାମୁଡ଼ାରେ ଶାଶୁ ବୋହୁ ଗୁରୁତର ଆହତ ହୋଇଥିବା ବେଳେ ଆଜି ଜଣେ ନାବାଳକ ଆହତ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ବନବିଭାଗ ପକ୍ଷରୁ ମାଙ୍କଡ଼କୁ ଧରିବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ଜୋର ଧରିଛି।