April 28, 2026

ଡ଼୍ରାଇଭର ସଂଘର ଶାନ୍ତି ପୂର୍ଣ୍ଣ ଗଣ ଧାରଣା,

IMG-20250711-WA0006
Share

 

ବାଲେଶ୍ବର ( ଦେବାଶିଷ ଦାଶ )

ଓଡ଼ିଶା ଡ଼୍ରାଇଭର ମହାସଂଘ ଡାକରାରେ ସୋର, ଖଇରା, ଔପଦା ଓ ସିମୁଳିଆ ବ୍ଲକର ଡ୍ରାଇଭର ସଂଘ ପକ୍ଷରୁ ୭ ଦଫା ଦାବି ନେଇ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ୧୬ନଂ ଜାତୀୟ ରାଜପଥ ଚଡ଼କମରା ଠାରେ ଅନିର୍ଦ୍ଧିଷ୍ଟ ଦିନ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଧାରଣା l ଧାରଣାରେ ଶତାଧିକ ଡ୍ରାଇଭର ସାମିଲ l ଆଗାମୀ ଦିନରେ ପରିବାର ସହିତ ଧାରଣାରେ ବସିବା ନେଇ ଚେତାବନୀ।ପୂର୍ବତନ ସରକାରଙ୍କୁ ଧନ୍ୟବାଦ ଜଣାଇଲେ ଡ୍ରାଇଭର ସଂଘ,ପୂର୍ବ ସରକାର ଦୁଇଟି ଦାବି ପୂରଣ କରିଥିବା ବେଳେ ବର୍ତମାନ ସରକାର ଆମ ସଂଘ କୁ ଭାଗ ଭାଗ କରିବାରେ ଲାଗିପଡିଛନ୍ତି ବୋଲି ଡ୍ରାଇଭର ମାନେ ପ୍ରକାଶ କରିଥିଲେ l ଆଗାମୀ ଦିନ ରେ ଏହି ଆନ୍ଦୋଳନ ତୀବ୍ରତର ହେବା ସହିତ ରାଜରାସ୍ତାକୁ ଓହ୍ଲାଇବା ନେଇ ଚେତତାବନୀ ଦେଇଛନ୍ତି l ସଂଘ ତରଫରୁ କରାଯାଇଥିବା ମୁଖ୍ୟ ଦାବି ଗୁଡ଼ିକ ମଧ୍ୟରେ ୧)ଓଡ଼ିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭରସ ଏବଂ ୱାର୍କର୍ସ ୱେଲଫେୟାର ବୋର୍ଡରେ ଅଟୋ ଡ୍ରାଇଭରଙ୍କୁ ସାମିଲ କରାଯାଉ ଏବଂ ଡ୍ରାଇଭରର ଖାକୀ ବର୍ଦ୍ଧିକୁ ବାଧ୍ୟତା କରାଯାଉ।୨)ଜନ ସାଧାରଣଙ୍କ ଆକ୍ରୋଶର ଶିକାର ହେଉଥିବା ଡ୍ରାଇଭର ସମାଜର ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ଆଇନ ତିଆରି କରାଯାଉ। ୩)ବୃତ୍ତିଗତ ଡ୍ରାଇଭରଙ୍କୁ ୬୦ ବର୍ଷ ବୟସ ପରେ ସ୍ୱତନ୍ତ୍ର ଭତ୍ତା ପ୍ରଦାନ କରାଯାଉ। ୪)ଗାଡ଼ି ଗୁଡ଼ିକ ପାର୍କିଂ ଏବଂ ଡ୍ରାଇଭର ମାନଙ୍କ ବିଶ୍ରାମ ନେବା ପାଇଁ ପାର୍କିଂ ସହିତ ବିଶ୍ରାମଗାର ଓ ଶୌଚାଳୟ ବ୍ୟବସ୍ଥା ପ୍ରତି ୧୦୦ କିଲୋମିଟର ଅନ୍ତରରେ କରାଯାଉ। ୫)ଓଡ଼ିଶାରେ ଥିବା ପ୍ରତେକ ଖଣି ଖାଦାନ ଏବଂ କାରଖାନା ଗୁଡ଼ିକରେ ଶତକଡ଼ା ୭୦% ଓଡ଼ିଶାର ଡ୍ରାଇଭର ମାନଙ୍କୁ କାମ କରିବା ପାଇଁ ଅଗ୍ରାଧିକାର ଦିଆଯାଉ। ୬)ସେପ୍ଟେମ୍ବର ୧ ତାରିଖକୁ ଜାତୀୟ ଡ୍ରାଇଭର ଦିବସ ରୂପେ ଘୋଷଣା କରାଯାଉ।୭)ଗାଡ଼ିର କାଗଜପତ୍ର ଯାଞ୍ଚ କରିବାର କ୍ଷମତାକୁ ପୋଲିସ ବିଭାଗକୁ ଦିଆ ନ ଯାଉ ପ୍ରମୁଖ ଦାବି ଗୁଡ଼ିକ ଉପସ୍ଥାପନା କରାଯାଇଥିଲା।

You may have missed