August 26, 2026

ମାଁ ପାଇଁ ଗଛ ଟିଏ:ମା ଝାଡେଶ୍ବରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନମହୋତ୍ସବ

IMG-20240711-WA0007
Share

ସମ୍ବଲପୁର:ମା ଝାଡେଶ୍ବରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଜାତୀୟ ସେବା ଯୋଜନା ଓ ୟୁଥ ରେଡ୍‌କ୍ରସ ପକ୍ଷରୁ ବୁଧବାର ବନମହୋତ୍ସବ ପାଳିତ ହୋଇଯାଇଛି। ‘ମା ପାଇଁ ଗଛଟିଏ’-ବିଷୟକୁ ନେଇ ଆଜି ବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଅଶୋକ କୁମାର ପୁରୋହିତଙ୍କ ପୌରୋହିତ୍ୟରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଧମା ସରପଞ୍ଚ ଲଳିତା ପ୍ରଧାନ ତଥା ସମ୍ମାନିତ ଅତିଥି ଭାବରେ ପୂର୍ବତନ ପରିଚାଳନା ପରିଷଦର ସଭାପତି ଦିଲୀପ କୁମାର ମହାପାତ୍ର,ଧମା ଫରେଷ୍ଟର ନରେନ୍ଦ୍ର ସାହୁ,କବି ସନତ ସାହୁ ଯୋଗଦେଇ ଛାତ୍ରଛାତ୍ରୀଙ୍କ ସହ ମିଶି ବୃକ୍ଷରୋପଣ କରି ତଥା ବୃକ୍ଷରୋପଣ ଉପରେ ବକ୍ତବ୍ୟ ପ୍ରଦାନ କରି ସେମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରକାଶ ଥାଉକି ଏହି ଅବସରରେ ବିଦ୍ୟାଳୟ ଓ ଛାତ୍ରୀନିବାସ ପରିସରରେ ଶହେଟି ବୃକ୍ଷରୋପଣ କରାଯାଇଥିବା ବେଳେ ଆଉ ଶହେଟି ବୃକ୍ଷ ଅତିଥିମାନଙ୍କ ଦ୍ବାରା ଛାତ୍ରଛାତ୍ରୀଙ୍କୁ ରୋପଣ ଓ ସଂରକ୍ଷଣ ସକାଶେ ବଣ୍ଟା ଯାଇଥିଲା। ପୂର୍ବରୁ ଏହି କାର୍ଯ୍ୟକ୍ରମ ସକାଶେ ଛାତ୍ରଛାତ୍ରୀମାନଙ୍କ ମଧ୍ଯରେ ‘ବୃକ୍ଷ ହିଁ ଜୀବନ’ ବିଷୟକୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ଏହି ପ୍ରତିଯୋଗିତାରେ ହର୍ଷିତା ସେଠ,ପପୁନ ରଣବିଡା,ଅର୍ଚ୍ଚିତା ଝାଙ୍କର ଯଥାକ୍ରମେ ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ଅତିଥିମାନଙ୍କ ଦ୍ବାରା ପୁରସ୍କୃତ ହୋଇଥିଲେ।କାର୍ଯ୍ୟକ୍ରମରେ ବିଦ୍ୟାଳୟର ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ସଂଯୋଜକ ଅଧ୍ୟାପକ ବନୋଜ କୁମାର ସାହୁ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ୟୁଥ୍‌ ରେଡ୍‌କ୍ରସ ୟୁନିଟର କାର୍ଯ୍ଯକ୍ରମ ଅଧିକାରୀ ସ୍ମାରକୀ ମାହାର ଧନ୍ୟବାଦ ଅର୍ପଣ କରିଥିଲେ। ରବିନ୍ଦ୍ରନାରାୟଣ ଠାକୁର,ଡ. ସିଦ୍ଧାର୍ଥ ପଣ୍ଡା,ମିନତି ଦାଶ,ଦୀପ୍ତିରେଖା ପଣ୍ଡା,ଆନନ୍ଦିନୀ ପଣ୍ଡା,ସ୍ୱାତି ପତି,ମୌସୁମୀ ଷଡଙ୍ଗୀ,ସୁଶ୍ରୀତ ଷଡଙ୍ଗୀ,ଚୈତନ୍ଯ ସେନାପତି ପ୍ରମୁଖ ଅଧ୍ୟାପକ ଓ କର୍ମଚାରୀମାନେ କାର୍ଯ୍ଯକ୍ରମରେ ସହଯୋଗ କରିଥିଲେ।

 

 

You may have missed