March 8, 2026

ନୂଆଦିଲ୍ଲୀ : କେନ୍ଦ୍ର ସରକାର ମନି ଲଣ୍ଡ୍ରିଂ ଆଇନରେ ସଂଶୋଧନ ଆଣି ଦେଶରେ ଦ୍ରବ୍ୟ ଏବଂ ସେବା ଟିକସ

IMG-20230711-WA0000
Share

ନୂଆଦିଲ୍ଲୀ : କେନ୍ଦ୍ର ସରକାର ମନି ଲଣ୍ଡ୍ରିଂ ଆଇନରେ ସଂଶୋଧନ ଆଣି ଦେଶରେ ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି) ନିୟମକୁ ଅଧିକ କଡ଼ାକଡ଼ି କରିଛନ୍ତି। ଏହି ଅନୁଯାୟୀ, ନେଟୱାର୍କ (ଜିଏସ୍‌ଟିଏନ୍)କୁ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମ୍‌ଏଲ୍‌ଏ) ଅଧୀନକୁ ଅଣାଯାଇଛି। ଏହାଦ୍ବାରା ଏଣିକି ଆଉ ଜିଏସ୍‌ଟି ଚୋରିରେ ନିସ୍ତାର ମିଳିବନାହିଁ। ସରକାରଙ୍କ ଏହି ନିୟମ ପରେ ଜିଏସଟିରେ ଜାଲିଆତି କରୁଥିବା ବ୍ୟକ୍ତି ବିପଦରେ ପଡିବେ। ନୂଆ ନିୟମରେ ଟିକସ ଫାଙ୍କିବା ଏବଂ ବିଲ୍‌ରେ ରିଗିଂ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ଶନିବାର ବିଳମ୍ବିତ ରାତିରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି କରାଯାଇଛି।
ଏଥିରେ କୁହାଯାଇଥିଲା ଯେ ଜିଏସ୍‌ଟି ଅଧୀନରେ ଥିବା ଅପରାଧ ଯେପରିକି ନକଲି ଇନପୁଟ୍ ଟିକସ କ୍ରେଡିଟ୍, ନକଲି ଇନଭଏସ୍ ଇତ୍ୟାଦି ପିଏମ୍‌ଏଲ୍‌ଏ ଅଧିନିୟମରେ ଅନ୍ତର୍ଭୂକ୍ତ କରାଯିବ। ସରକାରଙ୍କ ଏହି ନିଷ୍ପତ୍ତି ସହିତ ପିଏମ୍‌ଏଲ୍‌ଏ ଅଧିନିୟମ ଅନୁଯାୟୀ ଜିଏସ୍‌ଟିଏନରୁ ସୂଚନା ମଗାଯାଇପାରିବ। ଏହି ନୂତନ ସଂଶୋଧନ ସହିତ ଜିଏସ୍‌ଟିଏନ ଏବେ ସେହି ସଂସ୍ଥାଗଗୁଡିକ ସହ ସମକକ୍ଷ ହୋଇପାରିଛି ଯେଉଁଗୁଡିକ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ ଆର୍ଥିକ ଇଣ୍ଟେଲିଜେନ୍ସ ୟୁନିଟ୍ (ଏଫୟୁୟୁ) ସହିତ ସୂଚନା ସେୟାର କରିବା ଅନିବାର୍ଯ୍ୟ। ନକଲି ବିଲିଂ ମାଧ୍ୟମରେ ଟିକସ ଛାଡକୁ ରୋକିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଅର୍ଥ ହେରଫେର କ୍ଷେତ୍ରରେ ଏହା ଇଡିକୁ ଅଧିକ କ୍ଷମତା ଦେବ।