April 25, 2026
ajiro khabar
Share

 

 

୧-ଭୁବନେଶ୍ୱର:ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ, ଶୃଙ୍ଖଳା ଉଲ୍ଲଂଘନ କଲେ ହେବ କାର୍ଯ୍ୟାନୁଷ୍ଠାନ।

 

୨-କ୍ୟାବିନେଟ୍ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି:୩,୪୦୦ କୋଟିରେ ରାଜ୍ୟରେ ତିଆରି ହେବ ବିଭିନ୍ନ ଆଧୁନିକ ଅଟଳ ବସ୍ ଷ୍ଟାଣ୍ଡ, ଚାଷୀଙ୍କୁ ମିଳିବ ପାଣି ଓ ଶିଳ୍ପକୁ ମିଳିବ ବିଜୁଳି।

 

୩-ଏପ୍ରିଲ ୨୭ ସୁଦ୍ଧା ସବୁ ସ୍କୁଲର ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ ନେଇ SOP, ଖରା ଛୁଟି ନେଇ ହୋଇନି ନିଷ୍ପତ୍ତି।

 

୪-୨୦୨୭ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ,ଏପ୍ରିଲ୍ ସୁଦ୍ଧା ସିଟ୍ ସଂରକ୍ଷଣ ଶେଷ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ।

 

୫-୫ମ ଶ୍ରେଣୀ ସାମାଜିକ ବିଜ୍ଞାନ ବହିରେ ତ୍ରୁଟି, ବ୍ରହ୍ମପୁର ଏକ ଜିଲ୍ଲା ଭାବରେ ହୋଇଛି ବର୍ଣ୍ଣନା।

 

୬-ଭୁବନେଶ୍ୱର ୟୁନିଟ ୬ରେ ଲୁଚି ଥିଲା ଆତଙ୍କୀ,ଉଠାଇନେଲା ଦିଲ୍ଲୀ ପୋଲିସ।

 

୭-ଗ୍ୟାସ୍ ପାଇଁ ଡିପୋରେ ଲାଗୁଛି ଲମ୍ବା ଲାଇନ୍, ପେଟ୍ରୋଲ ପମ୍ପରେ ମିଳୁନି ୫ କେଜିଆ ସିଲିଣ୍ଡର।

 

୮-ରାଜନୀତିରେ ବିରୋଧୀ, ବିମାନରେ ସହଯାତ୍ରୀ; ଦିଲ୍ଲୀ ଫ୍ଲାଇଟ୍‌ରେ ନଜର ଆସିଲେ ନବୀନ-ପୀତାମ୍ବର ଆଚାର୍ଯ୍ୟ।

 

୯-ଝାରସୁଗୁଡ଼ାରେ ଆଲୁମିନିୟମ୍ ପାର୍କ ପାଇଁ ବୁଝାମଣାପତ୍ର ସ୍ବାକ୍ଷର କଲା ବେଦାନ୍ତ ଆଲୁମିନିୟମ୍, ବଢିବ ନିଯୁକ୍ତି ସୁଯୋଗ।

 

୧୦-ଚେନ୍ନାଇଠାରେ ଏକ ସ୍ଵତନ୍ତ୍ର ଉତ୍ସବରେ ଅଚ୍ୟୁତ ସାମନ୍ତଙ୍କୁ କାହୋ ଆଉଟଷ୍ଟାଣ୍ଡିଂ ଲିଡର ସମ୍ମାନ ପ୍ରଦାନ।

 

୧୧-କୁଆପଥର ମାଡ଼ରେ ଉଜୁଡ଼ିଗଲା ସୁନ୍ଦରଗଡ଼ର ସବୁଜ ସୁନା କେନ୍ଦୁପତ୍ର, ୪୦ ହଜାର ମହିଳା ତୋଳାଳି ହରାଇଲେ ରୋଜଗାର।

 

୧୨-ଭୁବନେଶ୍ୱର ଏମ୍ସ ରେ ଦହନୀୟ ସ୍ଥିତି,ବସିବାକୁ ଜାଗା ନାହିଁ,ପାଣି କାଦୁଅରେ ଶୋଉଛନ୍ତି ଲୋକେ।

 

୧୩-ପୁରୀରେ ‘ପଶ୍ଚିମବଙ୍ଗ’ କ୍ୟାମ୍ପେନ୍; ସହର ସାରା ଛାଇ ଯାଇଛି‘ବଙ୍ଗଳା’ ପୋଷ୍ଟର୍।

 

୧୪-ମଥୁରାରେ ବଡ ଦୁର୍ଘଟଣା: ଯମୁନା ନଦୀରେ ଓଲଟିଲା ଷ୍ଟିମର ବୋଟ, ୧୦ ମୃତ।

 

୧୫-ତେଲେଙ୍ଗାନା,ଗୁଡୁର:ଭୋଜି ହେଲା ମୃତ୍ୟୁର କାରଣ, ଗଳାରେ ମାଂସ ଖଣ୍ଡ ଲାଗି ଶ୍ୱାସରୁଦ୍ଧ ହୋଇ ବ୍ୟକ୍ତିଙ୍କ ମୃତ୍ୟୁ।

 

୧୬-ବିଜେପି ଆସିଲେ ଲାଗୁ ହେବ UCC; ପଶ୍ଚିମବଙ୍ଗ ପାଇଁ ସଂକଳ୍ପପତ୍ର ଜାରି କଲା ବିଜେପି।

 

୧୭-ଗୁଆହାଟୀ:ବୈଭବ ବିସ୍ଫୋରଣରେ ବେଙ୍ଗାଲୁରୁ ଧରାଶାୟୀ, ରାଜସ୍ଥାନର ହେଲା କ୍ରମାଗତ ଚତୁର୍ଥ ବିଜୟ।

 

୧୮-ଚଣ୍ଡୀଗଡ଼:୧୧ ବର୍ଷ ପରେ ଜେଲରୁ ମୁକୁଳିଲେ ଆତ୍ମଘୋଷିତ ସନ୍ଥ୍ଥ ରାମପାଲ, ୨୦ ଗାଡି ସହ ବାହାରିଲେ ଆଶ୍ରମ।

 

୧୯-ନୂଆ ଦିଲ୍ଲୀ:ବ୍ୟାଙ୍କଠୁ ସେୟାର ବଜାର ଯାଏଁ…ପଡି ରହିଛି ୨.୨ ଲକ୍ଷ କୋଟି ଟଙ୍କା, ହେଲେ ନେଉ ନାହାଁନ୍ତି କେହି, ଦାବିଦାର କେହି ନାହାନ୍ତି।

 

୨୦-ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବନ୍ଦ ପାଇଁ ଉଦ୍ୟମ ଜାରି, ବୈଠକ ପାଇଁ ପାକିସ୍ତାନରେ ପହଂଚୁଛନ୍ତି ଇରାନ-ଆମେରିକାର ପ୍ରତିନିଧି।

 

୨୧-ଇରାନରେ ଶାନ୍ତି ଆଶାରେ ବଜାରରେ ଉତ୍ସାହ,ନିବେଶକ ଯୋଡିଲେ ୬ ଲକ୍ଷ କୋଟି।