April 26, 2026

ବିଦ୍ୟୁତ ବିଭାଗର ଅବହେଳା ପାଇଁ ୨୫ ପରିବାର ବାରମ୍ବାର ବିଦ୍ୟୁତ ସେବାରୁ ବଞ୍ଚିତ, ବିଭାଗୀୟ ଅଧିକାରୀ ଚୁପ

IMG-20260411-WA0000
Share

 

 

ତିର୍ତୋଲ ,

( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )

 

ଟିକିଏ ପବନ ହେଲେ ଛିଣ୍ଡି ଯାଉଛି ଇଲେକ୍ଟ୍ରି ଖୁଣ୍ଟରୁ ତାର । ଟ୍ରାନ୍ସମିଟର ରହିଛି ବିଲ ଭିତରେ । କଂଜୁମର ଙ୍କୁ ସଂଯୋଗ କରୁଥିବା ତାର ଯାଇଛି ଏକାଧିକ ଚାକୁଣ୍ଡା ଗଛ ଭିତରେ । ବର୍ଷା ଦିନେ ବିଦ୍ୟୁତ ବିଭ୍ରାଟ ହେଲେ ଶୁଣନ୍ତି ନାହିଁ ଲାଇନମ୍ୟାନ । ଟ୍ରାନ୍ସମିଟର ବସିଥିବା ସ୍ଥାନ ହୋଇଯାଏ ଜଳ ମଗ୍ନ । ଏହି ଟ୍ରାନ୍ସମିଟର ଟି ଉଠା ଜଳସେଚନ ପାଇଁ ବସିଥିବା ବେଳେ, ଏହିଠାରୁ ଗ୍ରାହକ ସେବା ଯୋଗେଇ ଦେଇଛି ବିଦ୍ୟୁତ ବିଭାଗ । ଅସୁରକ୍ଷିତ ଓ ଜଙ୍ଗଲିଆ ସ୍ଥାନରେ ଟ୍ରାନ୍ସମିଟର ବସି ଥିବାରୁ ବିଷଧର ସର୍ପ ମାନଙ୍କର ଭୟ ଦେଖାଯାଏ ଏହା ସାଙ୍ଗକୁ ଲୋ-ଭୋଲ୍ଟେଜ କରେଣ୍ଟ ଗ୍ରାହକ ମାନଙ୍କ ପାଇଁ ଚିନ୍ତାର କାରଣ ସାଜିଛି । ଯେତେ ଅଭିଯୋଗ କଲେ ମଧ୍ୟ ବିଭାଗୀୟ ଅଧିକାରୀ କେବଳ ଆଶ୍ୱାସନା ଦେଇ ଚାଲିଛନ୍ତି । କିନ୍ତୁ ଫଳ ଶୂନ୍ୟ । ଏପରି ଅଭାବନୀୟ ଅଭିଯୋଗ ଶୁଣିବାକୁ ମିଳିଛି,ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କୋଲର ଡିଭିଜନ ଅଧୀନ ତଥା ଦିଗବାରୁଣୀ ଫିଡ଼ର ଅନ୍ତର୍ଗତ କନୀମୂଳ ପଞ୍ଚାୟତ ର ମିର୍ଜାପୁର ନିକଟସ୍ଥ ପାରିପୂଣ୍ଡିଲୋ ଗ୍ରାମରେ !ଯାହା ଗରଦପୁର ବ୍ଲକର ତଳକୁସୁମା ପଞ୍ଚାୟତ ରେ ଏହି ଗ୍ରାମ ଆସୁଅଛି । ଖବର ଅନୁସାରେ ଏହି ଗ୍ରାମର ୨୫ ପରିବାର ଦୀର୍ଘ ଦିନ ହେବ ଅସ୍ଥାୟୀ ଓ ଅସୁରକ୍ଷିତ ବିଦ୍ୟୁତ ବିତରଣ ବ୍ୟବସ୍ଥା ବିରୁଦ୍ଧରେ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଆପତ୍ତି କରିଥିଲେ ମଧ୍ୟ ତାହାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି । ସାମାନ୍ୟ ପବନ ବହିଲେ ଏଠାରେ କରେଣ୍ଟ ସପ୍ଲାଏ ବନ୍ଦ କରି ଦିଆଯାଏ । ବିଦ୍ୟୁତ ସଂଯୋଗ କରାଇବାକୁ ତିନିରୁ ଚାରିଦିନ ଲାଗେ! କୌଣସି କାରଣରୁ ଫ୍ୟୁଜ କଟିଗଲେ, ଲାଇନମ୍ୟାନ କୁ ଫୋନ କରି କରି ଥକି ପଡନ୍ତି ବିଦ୍ୟୁତ ଗ୍ରାହକ । କାରଣ ବିଲ ମଝିରେ, ଆବର୍ଜନା ମୟ ଅନାବନା ବୃକ୍ଷ ଲତା ମଧ୍ୟକୁ ସର୍ପ ଭୟରେ କେହି ବି ଯିବାକୁ ଭୟ କରିବ । ବର୍ଷା ଦିନର ଅସୁବିଧା କଥା କହିଲେ ନସରେ !ବୁଝି ହେଉନି ଯେ ଏପରି ଦୟନୀୟ ଅବସ୍ଥାରେ ବସିଥିବା ଟ୍ରାନ୍ସମିଟର କୁ ରାସ୍ତା ପାଖ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରିବାରେ ବିଦ୍ୟୁତ ବିଭାଗର ଅସୁବିଧା କଣ ? ସୁଚାରୁରୂପେ ଗ୍ରାହକ ମାନଙ୍କ ସୁବିଧା କୁ ଦୃଷ୍ଟିରେ ରଖି ବିଦ୍ୟୁତ ବିତରଣ କରିବାକୁ ଥିଲେ ବି ଗ୍ରାହକ ମାନଙ୍କୁ ଏତେ ଅସୁବିଧାରେ ଓ ସମସ୍ୟାରେ ବିଦ୍ୟୁତ ବିଭାଗ ରଖିଛନ୍ତି କିପରି… ?? ଆମ ଚାନେଲ ମାଧ୍ୟମରେ ସରକାର ଓ ବିଦ୍ୟୁତ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କୁ ଉକ୍ତ ଗ୍ରାମର ଉପଭୋକ୍ତା ମାନେ ନିବେଦନ କରି ଏହାର ଆଶୁ ସମାଧାନ ପାଇଁ ଆପତ୍ତି ଜଣାଇଛନ୍ତି । ଯେବେ କେହି ନଶୁଣନ୍ତି, ତେବେ ବିଦ୍ୟୁତ ଅଫିସ ସାମ୍ନାରେ ଉପଭୋକ୍ତା ମାନେ ଆନ୍ଦୋଳନ କରିବେ ବୋଲି ସୂଚନା ଦେଇଛନ୍ତି ।