ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନାର ଲୋକାର୍ପଣ ଉପଲକ୍ଷେ ପ୍ରସ୍ତୁତି ବୈଠକ ।

ତିର୍ତୋଲ
ଜଗତସିଂହପୁର ଜିଲ୍ଲାର ମଣିଜଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନ କୋଲର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏପ୍ରିଲ ୧୧ତାରିଖ ରେ ହେବାକୁ ଥିବା ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନାର ଲୋକାର୍ପଣ ଉତ୍ସବ ପାଳିତ ହେବ । ଏହି ଉପଲକ୍ଷେ କୋଲର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ କୋଲର, ପୋରଗଦେଇ, ଆମ୍ବେରୀ, ଏବଂ ସାମନ୍ତରାପୁର ଗ୍ରାମପଞ୍ଚାୟତ ର ହିତାଧିକାରୀ ମାନଙ୍କୁ ଆୟୁଷ୍ମାନ ଓ ଗୋପବନ୍ଧୁ ଜନଆରୋଗ୍ୟ କାର୍ଡ ବଣ୍ଟନ କରାଯିବ । ଏଥିପାଇଁ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା କୋଲର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ନୋଡାଲ ଅଫିସର ଡା. ସତ୍ୟନାରାୟଣ କାନୁନଗୋ ଙ୍କ ଅଧକ୍ଷ୍ୟତା ଏକ ପ୍ରସ୍ତୁତି ବୈଠକ କୋଲର ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ ସ୍ୱାସ୍ଥ୍ୟ ପର୍ଯ୍ୟବେକ୍ଷକ ମଳୟକିଶୋର ତ୍ରିପାଠୀ, ସ୍ୱାସ୍ଥ୍ୟ କର୍ମୀ ଲିପ୍ସା ଜେନା, କାମିନୀ ବଳା, ଯମୁନା ମାଝୀ, ସୋନାଲି ମହାନ୍ତି, ପ୍ରମୁଖ ଉପସ୍ଥିତ ଥିଲେ ।
ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ,