May 18, 2024

ସମ୍ବଲପୁର ପାଲଟିଛି ହଟ୍ ସ୍ପଟ୍,ଅପହଞ୍ଚ ବିକାଶରେ ସଟ୍ ସର୍କିଟ୍….

Share

 

ସମ୍ବଲପୁର : ସାରା ଦେଶରେ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀ ହଟ୍ ସ୍ପଟ୍ ରେ ପରିଣତ ହୋଇଛି।ସମଗ୍ର ଦେଶର ରାଜନୈତିକ ବିଶାରଦ, ଏପରିକି ଜାତୀୟ ଗଣମାଧ୍ୟମର ମଧ୍ୟ ଆଖି ରହିଛି ଏହି ସିଟ୍ ଉପରେ।ଏହି ସିଟରେ ୨ ଦଳର ୨ ହେଭିୱେଟ୍ ଙ୍କ ଉପସ୍ଥିତି ହିଁ ଏହାର କାରଣ।ଜଣେ ବିଜେପିର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓରଫ୍ ମୁକୁ ଭାଇତ ଆର ଜଣକ ହେଲେ ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଓରଫ୍ ବବି ଭାଇ।ଉଭୟଙ୍କ ପ୍ରତିଛବି ଓଡିଶାରେ ଏକ ଚର୍ଚିତ ଚେହେରା।କେହି କାହାକୁ କମ୍ ନୁହଁନ୍ତି।ଉଭୟେ ଓଡିଶାର ଭାଗ୍ୟ ବିଧାତା ବୋଲି ନିଜେ ନିଜକୁ ମାନି ନିଅନ୍ତି।ତେଣିକି ଏମାନଙ୍କ ଆଚରଣ,ଉଚ୍ଚାରଣ ସହିତ ଆତ୍ମ ବଡିମା ସେମାନଙ୍କୁ ଲୋକଙ୍କ କେତେ ନିକଟତର କରିଛି ସେ ଆତ୍ମ ସମୀକ୍ଷା କରିବାର ବେଳ ନାହିଁ କାହାର।ଅତୀତ ଓ ଭବିଷ୍ୟତ ଅପେକ୍ଷା ବର୍ତ୍ତମାନ କୁ ସାଧାରଣ ଜନତା ନିଜର ସଂପତ୍ତି ଓ ଅଧିକାର ବୋଲି ଧରି ନେଇଥିବାରୁ କାହାର ଆଚ୍ଛାଦିନର ସ୍ୱପ୍ନ କିମ୍ବା ଆଉ କାହାର ନିର୍ମଳ ଭାବମୂର୍ତ୍ତିକୁ ଦେଖି ନିଜ ଅଞ୍ଚଳର ଲୋକ ପ୍ରତିନିଧି ବାଛିବା ବିଚାରରେ ନାହାଁନ୍ତି।ଅର୍ଥାତ୍ ମୁକୁ-ବବି ଚଢିଛନ୍ତି ଏହି ହଟ୍ ସିଟ୍ ରେ। ବସିଥିବା ରାଜାର ଚୌକି ଖସାଇ ବସିବାକୁ କେବଳ ଚାଲିଛି କସରତ। ସେପଟେ କଂଗ୍ରେସ ସାମ୍ନାକୁ ଆସିନି।କେବଳ ଧାଁ ଦଉଡ ଓ ସିଟ୍ ରେ ବସିବାକୁ ନେଇ ଉଭୟଙ୍କ ମଧ୍ୟରେ ଚାଲିଛି ରଣ କୌଶଳ।ହେଲେ ଅସଲ ରଣ କୌଶଳ ନିର୍ଣ୍ଣୟ କରିବେ ସାଧାରଣ ଭୋଟର।ଯିଏ ତାଙ୍କ ସହିତ ସୁଖ ଦୁଃଖର ସାଥି ହେବ ଓ ନ୍ୟାୟିକ,ମୌଳିକ ଅଧିକାର ଉପରେ ସ୍ୱତନ୍ତ୍ର ନଜର ରଖି ଜନସାଧାରଣ ଯେପରି ଆନ୍ଦୋଳନାତ୍ମକ ପଦକ୍ଷେପ ନେବାକୁ ବାଧ୍ୟ ନହେବେ। ଅର୍ଥାତ ପ୍ରତିଟି ସମସ୍ୟାର ସମାଧାନ ଦିଗରେ ଲୋକ ପ୍ରତିନିଧିଙ୍କ ଉପସ୍ଥିତି ଓ ପ୍ରଶାସନିକ ସହଯୋଗରେ ସେମାନଙ୍କ ତ୍ୱରିତ୍ ପଦକ୍ଷେପକୁ ଭୋଟରଙ୍କ ବିଚାର ଭାବରେ ଗ୍ରହଣ କରାଯାଉଛି।ଏହାହିଁ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀର ପ୍ରତିଟି ମତଦାତାଙ୍କ ସ୍ୱାଭିମାନ ବୋଲି ଜନ ପ୍ରତିନିଧି ବିଚାର କରି ମୈଦାନରେ ନିଜର ଆଭିମୂଖ୍ୟକୁ ସ୍ପଷ୍ଟ କରିବା ଭଳି ମତଦାତାଙ୍କ ଅପେକ୍ଷା ରହୁଛି।

ଅବଶ୍ୟ ଏହି ୨ ହେଭିୱେଟ୍ ନେତାଙ୍କ ପାଇଁ ଦଳୀୟ କନ୍ଦଳ ମହଙ୍ଗା ହୋଇଛି।୨ ଦଳରେ ଗୋଷ୍ଠୀ ବିବାଦ ରହିଛି।ଏହାକୁ ପ୍ରଶମିତ କରି ସମସ୍ତଙ୍କୁ ସାଥିରେ ନେଇ ନିର୍ବାଚନ ବୈତରଣୀ ପାରି ହେବାକୁ ଏହି ୨ ନେତାଙ୍କ ପ୍ରୟାସ ଚାଲିଛି।ମୁକୁ ଭାଇ କେତେକ ଫୁଲା ଋଷାଙ୍କୁ ନିଜର କରି ସାରିଥିବା ଓ ତାଙ୍କ ନିର୍ବାଚନୀ ପ୍ରଚାରରେ ଏକ ହୋଇଥିବା ଦେଖିବାକୁ ମିଳିଥିବା ବେଳେ ବବି ଭାଇଙ୍କ ନିର୍ବାଚନୀ ସଭାରେ ସେମିତି କୌଣସି ଦୃଶ୍ୟ ଦେଖିବାକୁ ମିଳିନି।ସରକାରୀ ଦଳର ସାଂଗଠନିକ ସଂପାଦକ ପୁଣି ସମ୍ବଲପୁର ପର୍ଯ୍ୟବେକ୍ଷକ ହୋଇ ସୁଦ୍ଧା ଏଭଳି କେଉଁ ଦକ୍ଷତାର ଅଭାବ ରହିଲାଯେ,ସେ ସମସ୍ତଙ୍କୁ ଏକାଠି କରି ପାରୁ ନାହାଁନ୍ତି ? ଏକାଠି କରି ନପାରିଲେ ସମ୍ବଲପୁର ଭଳି ହଟ୍ ସିଟ୍ ରେ ବସି ସ୍ପଟ୍ ନ୍ୟୁଜ ଅପଡେଟ୍ କରିବେ କେମିତି ? ଏହାହିଁ ରାଜନୈତିକ ବିଶାରଦ ମାନଙ୍କ ମତ।ସେପଟେ ନିଜ ବାପା ଗଙ୍ଗାଧର ମେହେର କଲେଜରେ ପାଠ ପଢିଥିଲେ ବୋଲି କ’ଣ ପୁଅକୁ ଭୋଟ ଦେବେ ? ବାପା(ଅଶୋକ ଦାସ)ଙ୍କ ସହିତ ସଂପର୍କ ରଖି ଜିଲ୍ଲାରେ ଯେଉଁ କେତେଜଣ କାମ କରୁଥିଲେ ସେମାନଙ୍କ ଭିତରୁ ପୁଅ କେତେଜଣଙ୍କୁ ଚିହ୍ନନ୍ତି ଅବା ଜାଣନ୍ତି ତାହାର ମାନବିକତା ଦୃଷ୍ଟାନ୍ତ ଦେବାରେ ସେ ଏ ଯାଏ ଅସଫଳ।ରାଜନୈତିକ ଉଦ୍ଦେଶ୍ଯ ଓ ବିଚକ୍ଷଣ ରାଜନୈତିଜ୍ଞ ଭାବେ ଅଶୋକ ଦାସଙ୍କ ସ୍ଥାନ ଯେ,ବବି ପୂରଣ କରିବେ ଏହି ଆଶା ଓ ବିଶ୍ୱାସ ଜନତା ଦଳ ସମୟରୁ ଅଶୋକ ଦାସଙ୍କ ସହିତ ଥିବା କର୍ମୀ ଓ ନେତାଙ୍କୁ ସାମାନ୍ୟ ତମ ସମ୍ମାନ ଦେଇ ନପାରି ଏତେ ବଡ ବୈତରଣୀ ପାରି ହେବା ସ୍ୱପ୍ନ ଯେବବି ଙ୍କ ପୂରଣ ହେବ ଏହାକୁ ବିଶ୍ୱାସ କରି ପାରୁ ନାହାଁନ୍ତି ଅନେକ। ବମ୍ବେଇକା ଲଡୁକା ଲଡୁ ଭଳି ଏମାନଙ୍କ ଭାଗ୍ୟ ନହେଉ। ପୁରୁଖା ରାଜନୈତିକ ବିଶାରଦ ଏଭଳି ମତ ଦେଇଛନ୍ତି।ଶିର୍ଷ ନେତାଙ୍କ ବଲିକା ବକରା ନପଡନ୍ତୁ ନେତା ବୋଲି ଆଉ କେହି କେହି ମଧ୍ୟ କହିବା ଆରମ୍ଭ କରିଛନ୍ତି। ସେପଟେ ଧର୍ମେନ୍ଦ୍ର ନିର୍ବାଚନ ଲଢ଼ିବା ଆଗରୁ ବାପା ଦେବେନ୍ଦ୍ରଙ୍କ ସଂଗଠନ ଉପରେ ମଧ୍ୟ ନଜର ଏଡାଇ ଦେଇଥିବା ନେଇ ଚର୍ଚା ହେଉଛି।ଏହି ସବୁ ପୁରୁଖା ନେତାଙ୍କ ରହିଥିଲା ରାଜନୈତିକ ଆଭିମୂଖ୍ୟ।କିନ୍ତୁ ବର୍ତ୍ତମାନ ବଦଳିଛି ତାର ରୂପରେଖ।ନିଜ ନେତାଙ୍କ ନାମରେ ଭୋଟ ଭିକ୍ଷା କରିବା ଓ ତାକୁ ବିଶେଷ କରି ବୁଦ୍ଧିଜୀବୀ,ମଧ୍ୟବିତ୍ତ ଓ ସାଧାରଣ ଜନତା କିଭଳି ଗ୍ରହଣ କରୁଛନ୍ତି ସେଥିପ୍ରତି କାହାର ନଜର ପଡୁନି।ଅସଲରେ ସମ୍ବଲପୁର ବିକାଶରେ ଯୋଗଦାନ ପୁର୍ବରୁ ମହାନଦୀର ସୁରକ୍ଷା,ହୀରାକୁଦ୍ ଡ୍ୟାମର ଭବିଷ୍ୟତ,ରେଢାଖୋଲ,ଆଠମଲ୍ଲିକ, କୁଚିଣ୍ଡା ଭଳି ସ୍ଥାନରେ ଉଚ୍ଚ ସ୍ତରୀୟ ମେଡିକାଲ ବ୍ୟବସ୍ଥା,ଯୁକ୍ତ+୩ ମହାବିଦ୍ୟାଳୟ ପାଇଁ ନିଜ ସ୍ତରରୁ ପ୍ରସ୍ତାବ,ନିଲଡୁଙ୍ଗରୀ ବୃହତ ମାର୍କେଟ ଟର୍ମିନାଲ୍ ପାଇଁ ନିଜର ସ୍ୱକାରୋକ୍ତି,କୃଷିର ବିକାଶ ଓ ଚାଷୀଙ୍କ ଆତ୍ମବଳ ବଢାଇବାରେ ବଜାର ସୁବିଧା,ଶୀତଳ ଭଣ୍ଡାର,ଜଳ ସେଚନ ପାଇଁ କ’ଣ ରଖିଛନ୍ତି ନିଜର ଆଭିମୁଖ୍ଯ ଏହା ପ୍ରତିଟି ପ୍ରାର୍ଥୀ ସ୍ପଷ୍ଟ କରିବା ଉଚିତ।ଏପରି ଦିଲ୍ଲୀ ଆସନ ପାଇବା ପରେ କୁଚିଣ୍ଡା, ବଣାଇଗଡ, ଦେବଗଡ,ପାଲଲହଡା,ରିଆମାଲ ରୁ ଅନୁଗୋଲ ଭଳି ସହର ସହିତ ରେଲ ସଂଯୋଗୀକରଣ,ସମ୍ବଲପୁର ଦୂରସଞ୍ଚାର ଓ ପ୍ରସାର ଭାରତି ପାଇଁ ନିଜର ଆଭିମୂଖ୍ୟବି ସ୍ପଷ୍ଟ କରିବା ଆବଶ୍ୟକ ବୋଲି ଦୀର୍ଘ ଦିନର ଦାବିକୁ ନେଇ ଲୋକସଭା ନିର୍ବାଚନ ମଣ୍ଡଳୀର ସଚେତନ ଭୋଟର ପ୍ରଶ୍ନ ଉଠାଇଛନ୍ତି।କିଏ କଣ ଦେଇଛି ଉଜ୍ଲାଳା ହେଉକି ପାଇଖାନା,ଲକ୍ଷ୍ମୀ ବସ ହେଉକି ମନ୍ଦିର ଅବା ମିଶନ ଶକ୍ତି ଗୃହ । ଏହାର ବାସ୍ତବ ଚିତ୍ର ଭିନ୍ନ।କେବଳ ଠିକାଦାର ଓ ଚାମଚାଗିରି ଭଳି ଏହାର ଉଦାହରଣ ଜଳ ଜଳ ପ୍ରତିବିମ୍ବ ପରି ଦୃଶ୍ୟମାନ।ରାଜନୈତିକ ଇଚ୍ଛା ଶକ୍ତି ଅଭାବରେ ଯାହା ଘଟେ ତାହାହିଁ ଘଟିଛି ବୋଲି ଲୋକଙ୍କ ଅଭିଯୋଗକୁ ସ୍ୱୀକାର କରି ଏହି ଅର୍ଥର ହରିଲୁଟ୍ କରିଥିବା ସରକାରୀ କର୍ମଚାରୀ ଅବା ଠିକାଦାର ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେବାର ଦୃଷ୍ଟାନ୍ତ ଦେଇ ପାରିନଥିବା ନେତା ନିଜର ବାହାବାଃ ଦେଖାଇ ସିଟ୍ ଦଖଲ ପାଇଁ ସାଲିସ କରିବା ଠିକ୍ ନୁହେଁ ବୋଲି ବର୍ତ୍ତମାନ ବିଚାର ବିମର୍ଶ ଆରମ୍ଭ ହୋଇଛି। ଉଭୟେ ଉଭୟ ଦଳର ପାଇଁ ମୁଦ୍ରାର ୨ ପାର୍ଶ୍ୱ ହୋଇଥିବା ସମସ୍ତେ ଜାଣୁଥିବା ବେଳେ ଅଯଥା ପରସ୍ପରକୁ କାଦୁଅ ଫିଙ୍ଗି ଲୋକଙ୍କୁ ବିଭ୍ରାନ୍ତ ନକରି ଏହି ଆଞ୍ଚଳର ସ୍ଥାୟୀ ବିକାଶ ନେଇ କ’ଣ ସବୁ ଦଳ ଏଜେଣ୍ଡାରେ ରଖିଛ ତାହା ଜାଣିବାକୁ ଲୋକଙ୍କ ଅପେକ୍ଷା ରହିଛି।ଦଳର ଇସ୍ତାହାରରେ ସମ୍ବଲପୁର ଲୋକସଭା ମଣ୍ଡଳୀ କେଉଁ ଅଞ୍ଚଳରେ କଣ ସବୁ ବିକାଶର ଲକ୍ଷ ଦଳ ରଖିଛି ତାହାହିଁ ବଡକଥା। କାରଣ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ଜଳ,ଜମି,ଜଙ୍ଗଳ, ଖଣି,ଖଦାନ,କୋଇଲା,ବିଦ୍ୟୁତ,କେନ୍ଦୁପତ୍ର,ବନ୍ୟ ସଂପଦ ଭଳି ପ୍ରାକୃତିକ ସଂପଦ ଭରପୁର ରହିଥିବା ବେଳେ ଏହାର ବିନିଯୋଗ କରି ନିର୍ବାଚନ ମଣ୍ଡଳୀର ବିକାଶ ଦିଗରେ କୌଣସି ଜଣେ ନେତାଙ୍କ ଏଯାଏଁ ମୁହଁ ଖୋଲୁନି।ଅର୍ଥାତ୍ ଏହି ସବୁ ସଂପତ୍ତିର ଫାଇଦା ଉଠାଇ ନିଜେ ନିଜର ପାରିବା ପଣିଆ ଦେଖାଇବାକୁ କସରତକୁ ବୁଦ୍ଧିଜୀବୀ ମହଳରେ ନାଁ ପସନ୍ଦ କରାଯାଉଛି।ଏଥର ନିର୍ବାଚନୀ ଇସ୍ତାହାର ରେ ବିକାଶର ଚିତ୍ର ଯେଉଁ ଦଳର ସ୍ପଷ୍ଟ ଥିବ ସେ ହିଁ ବିଜୟର ସ୍ୱାଦ ଚାଖିବ ଏଭଳି ପ୍ରଚାର ମଧ୍ୟ ସଚେତନ ନାଗରୀକ ମାନଙ୍କ ପକ୍ଷରୁ ଚେତାଇ ଦିଆଗଲାଣି। ସମାଜ ସଚେତନ ହେବା ପରେ ଏଭଳି ଅଭିଯୋଗ ପ୍ରତି ଅଭିଯୋଗ ଅବା ନେତାଙ୍କ ପଛରେ କିଏ ଅଛନ୍ତି ସବୁକୁ ବିଚାର କରି ଲୋକେ ଏଥର ନିଜର ମତଦାନ କରିବା ନିଷ୍ପତ୍ତି ବି ନେଇ ପାରନ୍ତି।ଆଜିର ଦିନରେ ନେତା ବଡ ନୁହେଁ,ଅଞ୍ଚଳର ନେତୃତ୍ୱ ଉପରେ ଲୋକଙ୍କ ବିଶ୍ୱାସ ବଢ଼ୁଥିବାରୁ ପ୍ରକୃତ ଆଞ୍ଚଳିକ ନେତା ଉପରେ ଲୋକଙ୍କ ଭରସାକୁ ନେଇ କିଛିବି ଘଟିପାରେ,ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।ଭୋଟର କାହାର ପ୍ରଲୋଭନରେ ପଡି ବଲିକା ବକରା ନବନି ଏଥର ଚୟନ ମୂଳକ ମତଦାନ କରିବାକୁ ଏକ ପ୍ରକାର ନିଷ୍ପତ୍ତି ନେଉଛନ୍ତି ଓ ଏହାକୁ ପ୍ରତିଟି ଭୋଟରଙ୍କ ନିକଟରେ ପହଞ୍ଚାଇବାକୁ ଏବେ ଏକ ନୂୟା ପ୍ରୟାସ କରାଯାଉଥିବା ଶୁଣା ଯାଉଛି।
ଅପରପକ୍ଷରେ ବିଗତ ଦିନରେ ବିଜେଡି ଦଳ ରାଜ୍ୟରେ ଗୋଷ୍ଠୀ କନ୍ଦଳକୁ କଠୋର ଭାବରେ ଦମନ କରି ଆସୁଥିବା ବେଳେ ସମ୍ବଲପୁରରେ କିନ୍ତୁ ଏହାର ଓଲଟା ପ୍ରଭାବ ପଡିଛି।ବିଜେଡି ଦଳ ଗଠନର ରୌପ୍ୟ ଜୟନ୍ତୀ ଦେଖିସାରିଲାଣି,କିନ୍ତୁ ସମ୍ବଲପୁର ଜିଲ୍ଲା ଗୋଷ୍ଠୀ ବିବାଦକୁ ଦମନ କରିବାରେ ବିଫଳ ହୋଇଛି।ଜିଲ୍ଲା ନେତୃତ୍ୱ ଅନେକ ନେତା ନେବା ପରେବି ସମ୍ମନ୍ୱୟର ଘୋର ଅଭାବ ଦେଖା ଦେଇଛି।ଜିଲ୍ଲାରେ ଅସଲ ନେତୃତ୍ୱ ନେଉଛି କିଏ ଓ କେଉଁ ମାନେ ସବୁ ଦଳର ସାଂଗଠନିକ ଦାୟିତ୍ୱ ନେଇଛନ୍ତି ସେମାନଙ୍କୁ ନେଇ ଏକ ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଟିଏ ମଧ୍ୟ ହୋଇନଥିବାରୁ ଏହାର ଦଶା ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ଓ ବର୍ତ୍ତମାନର ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କୁ ଭୋଗିବାକୁ ପଡୁଛି ।ଜିଲାରେ ଚାଲିଥିବା ବିଭିନ୍ନ ଗୋଷ୍ଠୀ ନିଜ ନିଜ ସ୍ଥାନରେ ଛିଡା ହୋଇ ଏକ ପ୍ରକାରରେ ଦଳୀୟ ନେତୃତ୍ୱକୁ ଚ୍ୟାଲେଞ୍ଜ ସୃଷ୍ଟି କରୁଥିବା ଭଳି ପରିସ୍ଥିତି ଆସିଛି।ରାଜ୍ୟରେ ସବୁ ଠାରୁ ହଟ ସିଟରେ ପରିଣତ ହୋଇଥିବା ସମ୍ବଲପୁର ଜିଲ୍ଲାର ୪ ବିଧାନସଭା ଆସନରୁ ୩ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଦେଇପାରିନି।ଦେଖିବାକୁ ଗଲେ ସମ୍ବଲପୁର,ରେଢାଖୋଲ ଓ କୁଚିଣ୍ଡା ଏକ ମର୍ଯ୍ୟାଦା ପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ।ବିକାଶର ସମସ୍ତ ଦ୍ୱାର ଖୋଲା ଥାଇବି ୩ ନିର୍ବାଚନ ମଣ୍ଡଳୀରେ ରହିଛି ଅସମାହିତ ସମସ୍ୟା।ରାଜନୈତିକ ଶୂନ୍ୟତାରେ ଛଟପଟ ହେଉଥିବା ରେଢାଖୋଲ କିନ୍ତୁ ବ୍ୟବସାୟିକ କରଣ ଓ ଥଇଥାନ ରାଜନୀତିରୁ ମୁକ୍ତ କରି ସ୍ଥାନୀୟ ପ୍ରାର୍ଥୀ ଉପରେ ୧୫ ବର୍ଷ ଧରି ଦାବି କରି ଆସୁଛି।ଯଦି ଚଳିତ ନିର୍ବାଚନରେ ସ୍ଥାନୀୟ ପ୍ରାର୍ଥୀ ଉପରେ ବିଚାର ନକରେ ତେବେ ସରକାରୀ ଦଳ ପାଇଁ ଏହାବି ଏକ ବଡ ବୁମେରାଂ ହେବ ଏହା ନିଶ୍ଚିତ।ଗତ ‍ ୧୫ ବର୍ଷ ଭିତରେ ରେଢାଖୋଲ ୨୫ ବର୍ଷ ତଳକୁ ଖସି ଯାଇଥିବାରୁ ଅଞ୍ଚଳବାସୀଙ୍କ ନ୍ୟାୟିକ ଲଢ଼େଇ ପାଇଁ ଦକ୍ଷ ଓ ସ୍ଥାନୀୟ ପ୍ରାର୍ଥୀ ଉପରେ ରେଢାଖୋଲ ବାସୀ ଭରସା କରୁଛନ୍ତି।ସମ୍ବଲପୁର ବିଧାନସଭା ଆସନରେ ଡା. ରାସେଶ୍ୱରୀ ପାଣିଗ୍ରାହୀ, ଇଂ ରୋହିତ ପୂଜାରୀଙ୍କ ମଧ୍ୟରେ ପ୍ରତିଯୋଗିତା ତୀବ୍ର ଚାଲିଥିବା ବେଳେ ପୂର୍ବତନ ଜିଲା ସଭାପତି ଇଂ ସିଦ୍ଧାର୍ଥ ଦାଶ ମଧ୍ୟ ନିଜର ଦାବିଦାର ନେଇ ତାଙ୍କ ସମର୍ଥକ ବଳ ଦେଖାଇଛନ୍ତି।ଏମାନଙ୍କୁ ବାଦ ଦେଇ ଆହୁରୀ ଅନେକବି ଆଶାୟୀ ରହି ନିଜ ନିଜ ହିସାବରେ ଶକ୍ତି ପ୍ରଦର୍ଶନ କରି ଟିକଟ ହାସଲ ପାଇଁ ନିଜର ଉପସ୍ଥିତି ଜାହିର କହିଛନ୍ତି।
ଶେଷରେ ସମ୍ବଲପୁର ବିବାଦର ଅନ୍ତ ଘଟାଇ ପ୍ରଶନ୍ନ ଆଚାର୍ଯ୍ୟଙ୍କୁ ବିଜେଡି ପ୍ରାର୍ଥୀ କରି ରେଢାଖୋଲ ପାଇଁ ପୁଣି ଥରେ ଇଂ ରୋହୀତ ପୂଝାରୀଙ୍କୁ ସୁଯୋଗ ମିଳିଛି। ସେପଟେ କୁଚଣ୍ଡା ଆସନ ଝୁଲି ରହିଛି । ସେଠାରେ ମଧ୍ୟ ଷ୍ଟାନିଙ୍ଗ ବିଧାୟକ କିଶୋର ନାୟକଙ୍କୁ ବିଜେଡି ରିପିଟ୍ କରିପାରେ ।(ରାଜାରାମ ଷଡଙ୍ଗୀ )