ଆଜିର ଖବର..
୧-SCB,କଟକ:ICU ବେଡରୁ ରୋଗୀ ଖସି ପଡିବାର ଘଟଣାର କାର୍ଯ୍ୟାନୁଷ୍ଠାନ;ବଦଳିଲେ ପ୍ରଫେସର ଓ ୩ ନର୍ସିଂ ଅଫିସର।
୨-ଓଡ଼ିଶାରେ ୪,୧୧୨ କୋଟି ଟଙ୍କାର ୨୩ଟି ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ; ସୃଷ୍ଟି ହେବ ୧୦ ହଜାର ନିଯୁକ୍ତି।
୩-୧୨ ଧର୍ମଘଟକୁ ବାମପନ୍ଥୀ ଦଳଙ୍କ ସମର୍ଥନ, ସକାଳ ୬ରୁ ସନ୍ଧ୍ୟା ୬ ଯାଏଁ ହେବ ବନ୍ଦ ପାଳନ।
୪-ପୁରୀ:ଆଜି ଶ୍ରୀମନ୍ଦିରରେ ବନକ ଲାଗି ନୀତି, ସନ୍ଧ୍ୟା ୬ରୁ ରାତି ୧୦ ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ।
୫-ପାଣିକୋଇଲି,ଓଚିନ୍ଦା ପ୍ରାଥମିକ ବିଦ୍ୟାଳୟ:କୃମି ଔଷଧ ଖାଇ ୩୮ ଛାତ୍ରଛାତ୍ରୀ ଅସୁସ୍ଥ।
୬-ରାଜ୍ୟରେ ଗଡ଼ିଲା ୨୫୦ ନୂଆ ଆମ୍ବୁଲାନ୍ସ। ରାଜ୍ୟର ଜରୁରୀକାଳୀନ ଚିକିତ୍ସା ସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅଧିକ ୨୫୦ଟି ନୂଆ ଆମ୍ବୁଲାନ୍ସ ଲୋକାର୍ପଣ କରିଛନ୍ତି।
୭-କଟକ: ପ୍ରଦୂଷଣ ପ୍ରମାଣପତ୍ର ପାଇବାକୁ ହେଲେ ବକେୟା ଚାଲାଣ ପୈଠ କରିବାକୁ ହେବ: ହାଇକୋର୍ଟ
୮-ଢେଙ୍କାନାଳ : ପୁଣି ହାତୀପଲଙ୍କ ଦୌରାତ୍ମ୍ୟ। ୩ ଜଣଙ୍କୁ ଅତି ନୃଶଂସ ଭାବେ ଦଳିଦେଲେ ହାତୀପଲ।
୯-ଭୁବନେଶ୍ୱର:ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ।
୧୦-ପୁରୀ ସମୁଦ୍ର କୂଳରେ ହଜାର ହଜାର ଜୀବନ୍ତ ଶାମୁକା। ବାଲିରେ ବିଚରଣ କରି ସକାଳୁ ସମୁଦ୍ରକୁ ଫେରି ଯାଉଛନ୍ତି। ନିଳାଦ୍ରୀ ଓ ବ୍ଲୁ ଫ୍ଲାଗ୍ ବିଚ୍ କୁ ଆସୁଛନ୍ତି ଜୀବନ୍ତ ଶାମୁକା।
୧୧-ରାଜନଗର:ଜାତିପ୍ରଥାର କଳଙ୍କିତ ଅଧ୍ୟାୟ; ଅନୁସୂଚିତ ଜାତିର ଯୁବତୀଙ୍କ ନିଯୁକ୍ତି ପରେ ଅଙ୍ଗନବାଡ଼ି ଯାଉନାହାନ୍ତି ଶିଶୁ।
୧୨-ଆୟୁଷ ଡାକ୍ତରଙ୍କ ପାଇଁ ଖୁସି ଖବର, ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ବଢ଼ିଲା ଦରମା।
୧୩-ଖୁବ ଶୀଘ୍ର ପରିସ୍ଥିତି ଥଣ୍ଡା ହେବ : ମଣିପୁର ଉପମୁଖ୍ୟମନ୍ତ୍ରୀ।
୧୪-ବଲିଉଡ ଅଭିନେତା ରଣବୀର ସିଂହଙ୍କୁ ହତ୍ୟା ଧମକ, ସୁରକ୍ଷା ବଢ଼ାଇଲା ମୁମ୍ବାଇ ପୋଲିସ।
୧୫-AI ଚାହିଦା ଯୋଗୁ ବିଶ୍ବରେ ଚିପ୍ ସଙ୍କଟ, ମହଙ୍ଗା ହେବ ଫୋନ୍- ଟିଭି।
୧୬-ଆମେରିକା ଓ ବାଂଲାଦେଶ ମଧ୍ୟରେ ନୂଆ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିନାମା;୧୯ ପ୍ରତିଶତ ଟାରିଫ ହ୍ରାସ କଲା ଆମେରିକା।
୧୭-ଆମକୁ ଟଏଲେଟ୍ ପେପର ଭଳି ବ୍ୟବହାର କରି ଫିଙ୍ଗିଦେଲା ଆମେରିକା…ସଂସଦରେ କହିଲେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ।
୧୮-୨୦୨୪ ଟି-୨୦ ବିଶ୍ଵକପ୍ ପରାଜୟର ବଦଲା ନେଲା ପାକିସ୍ତାନ, ଆମେରିକାକୁ ୩୨ ରନରେ ଦେଲା ମାତ୍।
୧୯-କଲମ୍ୱୋରେ ପାକିସ୍ତାନ ଟିମ ସହ ହାତ ମିଶାଇବେ ଭାରତୀୟ ଖେଳାଳି, ପିସିବି ଦାବି ମାନିଲା ଆଇସିସି !
୨୦-ଇସଲାମାବାଦରୁ ସମସ୍ତ ଔଷଧ ଆମଦାନି ଉପରେ ରୋକ୍ ଲଗାଇଲା ଆଫାଗାନିସ୍ତାନ, ମୁନିରକୁ ଝଟକା ଦେବାକୁ ତାଲିବାନ ସରକାରର ନିଷ୍ପତ୍ତି।
