March 8, 2026

ନବରଙ୍ଗପୁର ସାଂସଦଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ………

jhgyu
Share

(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

ଉମରକୋଟ :-ରାୟପୁରରୁ ଫେରୁଥିଲେ. ବିଜେଡି ନେତା ତଥା ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଏଥିରେ ସାଂସଦ ଶ୍ରୀ ମାଝୀ ଓ ତାଙ୍କ ଡ୍ରାଇଭରଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି। ଉମରକୋଟ ଡାକ୍ତରଖାନାରେ ଚିକିତ୍ସା ପରେ ସମସ୍ତେ ଘରକୁ ଫେରି ଯାଇଛନ୍ତି। ସାଂସଦ ଶ୍ରୀ ମାଝୀ ଗତକାଲି ବିମାନରେ ଦିଲ୍ଲୀରୁ ଛତିଶଗଡ଼ର ରାୟପୁର ଫେରିଥିଲେ। ସେଠାରୁ ବିଳମ୍ବିତ ରାତିରେ ନିଜ କାର ଯୋଗେ ଉମରକୋଟ ସ୍ଥିତ ତାଙ୍କ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଉମରକୋଟ ଥାନା ଚିକଲପଦର ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାରୁ ବାହାରି ଏକ ବିଲର ହିଡ଼ରେ ପିଟି ହୋଇଥିଲା। ଗାଡ଼ିର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସାଂସଦ, ତାଙ୍କ ଡ୍ରାଇଭର ଓ ପିଏସ୍‌ଓ ଆହତ ହୋଇଛନ୍ତି।

ଘଟଣା ସଂପର୍କରେ ଖବର ପାଇ ଉମରକୋଟ ପୁଲିସ୍ ଓ ସ୍ଥାନୀୟ କିଛି ଲୋକ ପହଞ୍ଚି ସାଂସଦ ଓ ଅନ୍ୟ ଦୁଇ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ। ଉମରକୋଟ ଡାକ୍ତରଖାନାରେ ଚିକିତ୍ସା ପରେ ସମସ୍ତେ ଘରକୁ ଫେରି ଯାଇଛନ୍ତି।

ଡ୍ରାଇଭରଙ୍କ ଆଖି ଲାଗି ଯିବାରୁ ଏହି ଦୁର୍ଘଟଣା ଘଟିଥିଲା ବୋଲି କହିଛନ୍ତି ସାଂସଦ ରମେଶ ଚନ୍ଦ୍ର ମାଝୀ। ତାଙ୍କ ଗୋଡ଼ରେ ସାମାନ୍ୟ ଆଘାତ ଲାଗିଛି। ତେବେ ସେ ସୁସ୍ଥ ଥିବା କହିଛନ୍ତି ସାଂସଦ ଶ୍ରୀ ମାଝୀ