ନବରଂଗପୁର ଜିଲ୍ଲା ଉମରକୋଟ ବ୍ଳକ ପୋଡ଼ାଗଡ଼ ଆଦର୍ଶ ବନ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ୨୦୨୬ ମହାସମାରୋହରେ ପାଳିତ………

ନବରଂଗପୁର:-(ଏମ୍.ଦୀନା°ଶୁ ଆଚାରୀ)ନବରଂଗପୁର ଜିଲ୍ଲା ଉମରକୋଟ ବ୍ଳକ ଭଣ୍ଡାରିଗୁଡା ଗ୍ରାମ ପଞ୍ଚାୟତର ସଦରମହକୁମା ପୋଡ଼ାଗଡ଼ ଠାରେ ୨୦୨୫ ମସିହାରେ ଗଢି ଉଠିଥିବା ପୋଡ଼ାଗଡ଼ ଆଦର୍ଶ ବନ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ୨୦୨୬ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ଅବସରରେ ସମ୍ପୃକ୍ତ ବିଦ୍ୟାଳୟର ପ୍ରତିଷ୍ଠାତା ଡାଃ କୈଳାଶ ଚନ୍ଦ୍ର ବେହେରା ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଉପଖଣ୍ଡ ପୋଲିସ ଅଧିକାରୀ(ଏସ ଡି ପି ଓ)ଶୁଭେନ୍ଦୁ କୁମାର ଶବର,ସମ୍ମାନୀତ ଅତିଥି ମୁନିସପାଲଟି କାଯ୍ୟ ନିର୍ବାହୀ ଅଧିକାରୀ ଆଲୋକ କୁମାର ଅନୁଗୁଳିଆ,ବରେଣ୍ୟ ଅତିଥି ନବରଙ୍ଗପୁର ଆଇନଜିବୀ ତଥା ରାଜ୍ୟ ଆଇନଜୀବୀ ସଂଘ ଉପ ସଭାପତି ନରସିଂହ ତ୍ରିପାଠୀ, ନବରଙ୍ଗପୁର ସ୍ଵାଧୀନତା ସଂଗ୍ରାମୀ ପରିବାରର ଦାୟାଦ ତଥା ରାଜ୍ୟ ସ୍ମୃତି ସଭାର ସଭାପତି ମନୋରଞ୍ଜନ ତ୍ରିପାଠୀ,ଡାବୁଗାଁର ନବରଙ୍ଗପୁର ଜିଲ୍ଲାରେ ଓକିଲାତି କରୁଥିବା ଆଇନଜିବୀ ତଥା ଆଦିବାସୀ ଓ ଶ୍ରମିକ ମାନଙ୍କ ନେତା ଆସେର ଜାନୀ,ସମ୍ପୃକ୍ତ ବିଦ୍ୟାଳୟର ସଭାପତି ଉଦ୍ଧବ ଚରଣ ନାୟକ, ଉପ ସଭାପତି କୃଷ୍ଣ ଚନ୍ଦ୍ର ପଟ୍ଟନାୟକ, ଅଭିଭାବକ, ଅଭିଭାବିକା ବୃନ୍ଦଙ୍କ ସହ ବହୁ ଭଦ୍ରବ୍ୟକ୍ତି ଉପସ୍ଥିତ ରହିଥିଲେ l ପ୍ରଥମେ ବିଘ୍ନ ବିନାଶକ ପ୍ରଭୁ ଗଜାନନ ଙ୍କ ବିଗ୍ରହରେ ପୁଷ୍ପ ମାଲ୍ୟାର୍ପଣ, ଧୂପ, ଦୀପ ପ୍ରଜ୍ଜ୍ଵଳନ କରାଇ ନାରିକେଳ ଫୁଟାଇବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା lଅତିଥି ମାନଙ୍କ ନିମନ୍ତେ ଛାତ୍ରୀ ମାନଙ୍କ ଦ୍ଵାରା ସ୍ୱାଗତ ନୃତ୍ୟ ଦୁଇ ଦଳ ପରିବେଷଣ କରିଥିଲେ, ଯାହାଦ୍ୱାରା ସମସ୍ତ ଅତିଥି ନୃତ୍ୟ ଦେଖି ଖୁସି ପ୍ରକଟ କରିଥିଲେ l ଗୁରୁଜୀ ଜଗଦୀଶ ଭତ୍ରl ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ l ଅତିଥି ମାନେ ଗଳ୍ପ ମାଧ୍ୟମରେ କୁନି କୁନି ଛାତ୍ରଛାତ୍ରୀ ମାନଙ୍କୁ ଉଜ୍ୱଳ ଭବିଷ୍ୟତ ଗଠନ କରିବା ଦିଗରେ ନିଜ ନିଜର ମତ ବ୍ୟକ୍ତ କରିଥିଲେ lଦୁଇ ମହାନ ବ୍ୟକ୍ତିତ୍ୱଙ୍କୁ ଯଥା:-ଦୁଇ ତ୍ରିପାଠୀ ମହୋଦୟଙ୍କୁ ଯଥା:- ମନୋରଞ୍ଜନ ତ୍ରିପାଠୀ ଙ୍କୁ ବୀର ଚାଉରିଆ ସମ୍ମାନ ଓ ଆଇନଜୀବୀ ନରସିଂହ ତ୍ରିପାଠୀ ଙ୍କୁ ବାବା ଭୈରବ ସମ୍ମାନରେ ସମ୍ମାନୀତ କରିବାସହିତ ଉପଢୌକନ ଦେଇ ପୋଡ଼ାଗଡ଼ ଚାରିଟେବୁଲ ଟ୍ରଷ୍ଟ ଓ ଆଦର୍ଶ ବନ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା l ବିଭିନ୍ନ କ୍ରୀଡା ପ୍ରତିଯୋଗୀତା ରେ କୃତୀ ପ୍ରତିଯୋଗୀମାନଙ୍କୁ ଏଇ ବାର୍ଷିକ ଉତ୍ସବ ମଞ୍ଚରେ ମାନପତ୍ର ସହ କପ,ସିଲ ପୁରସ୍କାର ଅତିଥି ମାନଙ୍କଦ୍ଵାରା ପ୍ରଦାନ କରାଯାଇ ଥିଲା l ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସଂକୃତିକ କାର୍ଯ୍ୟକ୍ରମ ବେଶ ମନୋରଞ୍ଜନ କରାଇଥିଲା l ଗୁରୁମା ମାନଙ୍କ ମଧ୍ୟରେ ଅଧ୍ଯକ୍ଷା ଜୟଶ୍ରୀ ବେହେରା, ଶୁଭଶ୍ରୀ ବେହେରା, ନିହାରିକା ମହାନ୍ତି, ସବିତା ସାନ୍ତା,ମମତା ଭତ୍ରl, ପ୍ରମିଳା ଭତ୍ରl, ଅନିତା ସାନ୍ତା, ସଂଯୁକ୍ତା ସାନ୍ତା,ପାର୍ବତୀ ହରିଜନ, ମଦନ ପୂଜାରୀ,ମଣିରାମ ବିଷୋୟୀ, ରୋଷେୟା ଅବିନାଶ ସେଠ ପ୍ରମୂଖ ସହଯୋଗ କରୁଥିବା ବେଳେ ଗୁରୁମା କରୁଣା ପୂଜାରୀ ମଞ୍ଚ ପରିଚାଳନା ବେଶ ସୁନ୍ଦର ଭାବେ କରିଥିଲେ l ସମସ୍ତଙ୍କ ପାଇଁ ସୁସ୍ୱାଦୁ ଭୋଜନ ପ୍ରସ୍ତୁତ କରିଥିବା ରୋଷେୟା ଙ୍କ ଦ୍ଵାରା ପ୍ରସ୍ତୁତ ଖାଦ୍ୟ ବହୁତ ସୁସ୍ୱାଦୁ ହୋଇଥିବାରୁ ସମସ୍ତେ ବେଶ୍ ଆନନ୍ଦିତ ହୋଇଥିଲେ l
